ନିର୍ଭୟା ମାମଲା: ଫାଶୀ ପାଇଥିବା ଦୋଷୀଙ୍କ ସମୀକ୍ଷା ଆବେଦନ ୧୪ ତାରିଖରେ ଶୁଣାଣି କରିବ ସୁପ୍ରିମ କୋର୍ଟ

ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିର୍ଭୟା ମାମଲାର ଦୋଷୀମାନଙ୍କୁ ଡେଥ ଓ୍ବାରେଣ୍ଟ ଜାରି କରିଥିଲେ । ଡେଥ ଓ୍ବାରେଣ୍ଟ ଅନୁସାରେ ଦୋଷୀମାନଙ୍କୁ ୨୨ ଜାନୁଆରୀ ସକାଳୁ ୭ଟାରେ ଫାଶୀ ଦିଆଯିବା ନେଇ ସ୍ଥିର ହୋଇଛି ।

ନିର୍ଭୟା ମାମଲା: ଫାଶୀ ପାଇଥିବା ଦୋଷୀଙ୍କ ସମୀକ୍ଷା ଆବେଦନ ୧୪ ତାରିଖରେ ଶୁଣାଣି କରିବ ସୁପ୍ରିମ କୋର୍ଟ
ନିର୍ଭୟା ମାମଲାରେ ସଜା ପାଇଥିବା ଚ଼ାରି ଜଣ ଦୋଷୀ
  • News18 Odia
  • Last Updated: January 11, 2020, 12:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ଡେଥ ୱାରେଣ୍ଟ ଜାରି ହେବା ପରେ ଦୋଷିମାନେ ସୁପ୍ରିମକୋର୍ଟରେ ଏନେଇ ସମୀକ୍ଷା ଆବେଦନ କରିଛନ୍ତି । ତେବେ ଦୋଷୀଙ୍କ ଏହି ଯାଚିକା ଉପରେ ସୁପ୍ରିମକୋର୍ଟ ଆସନ୍ତା ୧୪ରୁ ଶୁଣାଣି କରିବେ । ଏହି ଦିନ ଜଣାପଡ଼ିଯିବ ନିର୍ଭୟା ଅପରାଧୀଙ୍କୁ ୨୨ ତାରିଖରେ ଫାଶୀ ହେବ ନା ଆଉକିଛି ଦିନ ମହଲତ ମିଳିବ ।

ନିର୍ଭୟା ଦୋଷୀ ବିନୟ ଶର୍ମା ଏବଂ ମୁକେଶଙ୍କ କ୍ୟୁରେଟିଭ ଆବେଦନ ଉପରେ ୧୪ଜାନୁଆରୀରେ ସୁପ୍ରିମକୋର୍ଟ ଜଜ ଏନ୍.ବି. ରମନ୍ନା, ଅରୁଣ ମିଶ୍ରା, ଆର.ଏଫ. ନରିମନ, ଆର.ବନୁମଥୀ ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କ ବେଞ୍ଚ ଏହାର ଶୁଣାଣି କରିବ । ନିର୍ଭୟା ଦୋଷୀ ବିନୟ ଶର୍ମାଙ୍କ ଓକିଲ ଏପି ସିଂ ଏବଂ ମୁକେଶର ଓକିଲ ବୃନ୍ଦା ଗ୍ରୋଭର ଏହି ମାମଲାରେ କ୍ୟୁରେଟିଭ ଆବେଦନ କରିଛନ୍ତି । ଆବେଦନରେ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ରୁପାନ୍ତରିତ କରିବା ଲାଗି ପ୍ରାର୍ଥନା କରାଯାଇଛି । ବିନୟ କହିଛନ୍ତି କି, ସୁପ୍ରିମକୋର୍ଟ ସହିତ ସମସ୍ତ ଅଦାଲତ ମିଡିଆ ଏବଂ ନେତାଙ୍କ ଦ୍ବାରା ପ୍ରଭାବିତ ହୋଇ ମୋତେ ଦୋଷୀ ବୋଲି ଆଖ୍ୟା ଦେଇଛନ୍ତି । ଗରିବ ହୋଇଥିବା କାରଣରୁ ମୋତେ ମୃତ୍ୟୁଦଣ୍ଡ ଦିଆଯାଇଛି । ଜେସିକା ଲାଲ ମର୍ଡ଼ର କେସରେ ଦୋଷୀ ମନୁ ଶର୍ମା ନୃଶଂସ ଭାବେ ତାଙ୍କୁ ହତ୍ୟା କରିଥିଲା କିନ୍ତୁ ତାଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଥିଲା ବୋଲି ସେ କହିଛି ।
Published by: Durgamadhab Rath
First published: January 11, 2020, 12:08 PM IST
corona virus btn
corona virus btn
Loading