ସୁଧ ଉପରେ ସୁଧ ମାମଲାରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି: ୧୫ ନଭେମ୍ବର ଯାଏଁ ମିଳିଲା ରିହାତି

ସୁପ୍ରିମ କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଶୀଘ୍ର ସୁଧ ଉପରେ ସୁଧ ଛାଡ଼ ଯୋଜନା କାର୍ଯ୍ୟକାରୀ କରିବା ଉଚିତ । ଏଥି ପାଇଁ କେନ୍ଦ୍ର ସରକାରଙ୍କୁ ଗୋଟେ ମାସର ସମୟ କାହିଁକି ଦରକାର ହେଉଛି ବୋଲି ସୁପ୍ରିମ କୋର୍ଟ ପଚାରିଛନ୍ତି ।

ସୁପ୍ରିମ କୋର୍ଟ; ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

ସୁପ୍ରିମ କୋର୍ଟ; ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

  • Share this:
News18 Odia Digital

ନୂଆ ଦିଲ୍ଲୀ: ସୁପ୍ରିମ କୋର୍ଟ (Supreme Court) ଲୋନ୍‌ ମୋରାଟରିୟମ୍‌ (Loan Moratorium) ଉପରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମୋରାଟରିୟମ୍‌ ସୁବିଧାର ଲାଭ ଉଠାଉଥିବା ଲୋକଙ୍କୁ ୧୫ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସୁଧ ଉପରେ ସୁଧ (Interest on Interest) ଦେବାକୁ ପଡ଼ିବ ନାହିଁ।

ସୁପ୍ରିମ୍‌ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ନଭେମ୍ବର ୧୫ ପର୍ଯ୍ୟନ୍ତ କୌଣସି ଲୋନ୍‌ ଆକାଉଣ୍ଟକୁ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (NPA) ଭାବେ ଘୋଷଣା କରାଯାଇପାରିବ ନାହିଁ କାରଣ ଏହା ଉପରେ କୋର୍ଟ ରୋକ ଲଗାଇଛନ୍ତି । ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ (Central Government) ତରଫରୁ ଉପସ୍ଥିତ ସଲିସିଟର ଜେନେରାଲ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ତଥା ବ୍ୟାଙ୍କଗୁଡ଼ିକର ଓକିଲ ହରିଶ ସାଲଭେ ଏହି ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ଏହା ପରେ ମାମଲାର ଶୁଣାଣି ୨ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ସୁପ୍ରିମ କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଶୀଘ୍ର ସୁଧ ଉପରେ ସୁଧ ଛାଡ଼ ଯୋଜନା କାର୍ଯ୍ୟକାରୀ କରିବା ଉଚିତ । ଏଥି ପାଇଁ କେନ୍ଦ୍ର ସରକାରଙ୍କୁ ଗୋଟେ ମାସର ସମୟ କାହିଁକି ଆବଶ୍ୟକ ହେଉଛି ବୋଲି ସୁପ୍ରିମ କୋର୍ଟ ପଚାରିଛନ୍ତି । ଉଚ୍ଚତମ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ଯଦି ସରକାର ଏହା ଉପରେ ନିଷ୍ପତ୍ତି ନିଅନ୍ତି ତେବେ ଆମେ ତୁରନ୍ତ ନିର୍ଦ୍ଦେଶ ପାସ୍ କରିବୁ।

ସଲିସିଟର ଜେନେରାଲ ହରୀଶ ସାଲଭେ


ଏହା ଉପରେ ସଲିସିଟର ଜେନେରାଲ କହିଥିଲେ ଯେ ଯେହେତୁ ସବୁ ଋଣ ବିଭିନ୍ନ ଉପାୟରେ ଦିଆଯାଇଛି ସେଥି ପାଇଁ ସେମାନଙ୍କ ସହ ଭିନ୍ନ ଭିନ୍ନ ଭାବରେ ନିର୍ଣ୍ଣୟ ନେବାକୁ ପଡ଼ିବ । ତା’ପରେ ସୁଧ ଉପରେ ସୁଧ ଛାଡ଼ ଯୋଜନା ଉପରେ ନଭେମ୍ବର ୯ ତାରିଖ ସୁଦ୍ଧା ଏକ ସର୍କୁଲାର ଜାରି କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ସଲିସିଟର ଜେନେରାଲ କହିଥିଲେ ଯେ ସରକାର ନଭେମ୍ବର ୯ ସୁଦ୍ଧା ସୁଧ ଉପରେ ସୁଧ ଛାଡ଼ ଯୋଜନା ଉପରେ ଏକ ସର୍କୁଲାର ଜାରି କରିବେ ।



ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେଷଷ୍ଠ ଥରରେ ପାସ୍ କରି IAS ହେଲେ

ମାମଲାଟି କ’ଣ?

କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ୍‌ ଜାରି କରିଥିଲେ । ସେତେବେଳେ ଶିଳ୍ପ ଅନୁଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସେଥି ପାଇଁ ବ୍ୟବସାୟୀ ଓ କମ୍ପାନୀଗୁଡ଼ିକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନେକ ଲୋକ ଚାକିରି ହରାଇଥିଲେ । ଏପରି ପରିସ୍ଥିତିରେ ଋଣର କିସ୍ତି ପରିଶୋଧ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ଲୋନ୍‌ ମୋରାଟରିୟମର ସୁବିଧା ଦେଇଥିଲା । ଅର୍ଥାତ୍ ଋଣ ଉପରେ କିସ୍ତି ସ୍ଥଗିତ ରଖାଯାଇଥିଲା । ଯଦି ଆପଣ ଲୋନ୍‌ ମୋରାଟରିୟମର ସୁଯୋଗ ନେଇ କିସ୍ତି ଦେଉ ନ ଥିଲେ, ତେବେ ସେହି ସମୟ ପାଇଁ ଲାଗୁ ହେବାକୁ ଥିବା ସୁଧ ମୂଳଧନ (ପ୍ରିନ୍ସିପାଲ) ସହିତ ଯୋଡ଼ି ହୋଇଯାଉଛି । ଅର୍ଥାତ ଆପଣଙ୍କ ଠାରୁ ବ୍ୟାଙ୍କ୍‌ ମୂଳଧନ + ସୁଧ ଆଦାୟ କକୁଛି । ଏହି ସୁଧ ଉପରେ ସୁଧ ପ୍ରସଙ୍ଗର ଶୁଣାଣି ସୁପ୍ରିମ କୋର୍ଟରେ ହେଉଛି ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲାକୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଗତ ଶୁଣାଣିରେ ହୋଇଥିଲା?

ଏହା ପୂର୍ବରୁ ୫ ଅକ୍ଟୋବରରେ ସୁପ୍ରିମ କୋର୍ଟ ୧୨ ଅକ୍ଟୋବର ସୁଦ୍ଧା ଏହି ମାମଲା ସହ ଜଡ଼ିତ ସମସ୍ତ ଆଫିଡେଭିଟ୍ ଦାଖଲ କରିବାକୁ ସମୟ ଦେଇଥିଲେ । କୋଭିଡ-୧୯କୁ ଦୃଷ୍ଟିରେ ରଖି କେ.ଭି. କାମାଥ କମିଟିର ସୁପାରିଶ ସହିତ ଜାରି କରାଯାଇଥିବା ବିଭିନ୍ନ ପ୍ରକାରର ବିଜ୍ଞପ୍ତି ଓ ସର୍କୁଲାର ଦାଖଲ କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ (RBI) କହିଥିଲେ ।



ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଚକ୍ରବୃତ୍ତି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ) ଛାଡ଼ କରିବାକୁ ସରକାର ରାଜି ହୋଇଛନ୍ତି । ସରକାର ଏହି ଭାର ନିଜେ ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
Published by:Anand ST Das
First published: