ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କୃଷକ ଆନ୍ଦୋଳନ ଦ୍ୱାରା ତବଲିଗୀ ଜାମାତ ପରି ସମସ୍ୟା ହୋଇପାରେ; ସରକାର ବନାନ୍ତୁ ଗାଇଡଲାଇନ୍: SC

କୃଷକ ଆନ୍ଦୋଳନ ଦ୍ୱାରା ତବଲିଗୀ ଜାମାତ ପରି ସମସ୍ୟା ହୋଇପାରେ; ସରକାର ବନାନ୍ତୁ ଗାଇଡଲାଇନ୍: SC

Farmers Protest: ସୁପ୍ରିମ କୋର୍ଟ ଗୁରୁବାର ଦିନ କୋଭିଡ -୧୯ ମହାମାରୀ ଓ କୃଷକ ଆନ୍ଦୋଳନକୁ ନେଇ ଉଦ୍ବେଗ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଭିଡ଼ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଛନ୍ତି ।

କୃଷକ ଆନ୍ଦୋଳନ ଦ୍ୱାରା ତବଲିଗୀ ଜାମାତ ପରି ସମସ୍ୟା ହୋଇପାରେ; ସରକାର ବନାନ୍ତୁ ଗାଇଡଲାଇନ୍: SC
ସୁପ୍ରିମ କୋର୍ଟ ଗୁରୁବାର ଦିନ କୋଭିଡ -୧୯ ମହାମାରୀ ଓ କୃଷକ ଆନ୍ଦୋଳନକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି
  • News18 Odia
  • Last Updated: January 7, 2021, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଏକ ମାସରୁ ଅଧିକ ସମୟ ଧରି କେନ୍ଦ୍ରର ତିନୋଟି କୃଷି ଆଇନକୁ (Farm Laws) ବିରୋଧ କରି ଜାରି ରହିଥିବା କୃଷକ ଆନ୍ଦୋଳନକୁ (Farmers Protest) ନେଇ ସୁପ୍ରିମ କୋର୍ଟ (Supreme Court) ଗୁରୁବାର ଦିନ ଉଦ୍ବେଗ ପ୍ରକାଶ କରିଥିଲେ । କୋଭିଡ-୧୯ ମହାମାରୀ ଓ କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମ କୋର୍ଟ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ୨୦୨୦ ମସିହାରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ସୃଷ୍ଟି ହୋଇଥିବା ତବଲିଗୀ ଜାମାତ ଭଳି କୃଷକ ଆନ୍ଦୋଳନ ପରିସ୍ଥିତି ସୃଷ୍ଟି କରିପାରେ । ଏହି ଆନ୍ଦୋଳନରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ କୃଷକମାନେ ସତର୍କତା ଅବଲମ୍ବନ କରୁଛନ୍ତି କି ନାହିଁ ତାହା ମଧ୍ୟ ସୁପ୍ରିମ କୋର୍ଟ ସରକାରଙ୍କୁ ପଚାରିଛନ୍ତି ।

ଗୁରୁବାର ଦିନ ଶୁଣାଣି କରି ଭାରତର ପ୍ରଧାନ ବିଚାରପତି ଏସ୍ ବବଡେଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଦିଲ୍ଲୀ ସୀମାରେ ଥିବା ଚାଷୀଙ୍କ ଆନ୍ଦୋଳନରେ କରୋନା ଭାଇରସ ସଂକ୍ରମଣ ମାମଲା ବଢ଼ିପାରେ । ବାର୍ ଆଣ୍ଡ ବେଞ୍ଚ ଡଟ୍ କମ୍ ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ମଧ୍ୟ ଆନ୍ଦୋଳନ ସ୍ଥଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟଙ୍କୁ ଜଣାଇବାକୁ କୁହାଯାଇଛି ।

CJI ଦ୍ୱାରା ପରିଚାଳିତ ଏହି ବେଞ୍ଚରେ ଜଷ୍ଟିସ୍ ଏସ୍ ବୋପାନ୍ନା ଓ ଭି ରାମାସୁବ୍ରମଣ୍ୟମ୍ ମଧ୍ୟ ସାମିଲ ହୋଇଥିଲେ । ଜମ୍ମୁ କାଶ୍ମୀରର ଓକିଲ ସୁପ୍ରିୟା ପଣ୍ଡିତଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ନେଇ ବେଞ୍ଚ ପକ୍ଷରୁ ଶୁଣାଣି ହୋଇଥିଲା । ହଜାର ହଜାର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ନେଇ ଆବେଦନକାରୀ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଗତ ବର୍ଷ ନିଜାମୁଦ୍ଦିନ ମାର୍କାଜରେ ଅନୁଷ୍ଠିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ବଢ଼ିଥିବା କରୋନା ଭୂତାଣୁ ସଂକ୍ରମଣ ସଂପର୍କରେ ମାର୍କାଜର ମୁଖ୍ୟ ମୌଲାନା ସାଦଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ଅଭିଯୁକ୍ତ ଓକିଲ ଅଭିଯୋଗ କରିଛନ୍ତି । ଏଥିସହ କୃଷକଙ୍କ ଆନ୍ଦୋଳନ ସ୍ଥଳରେ କରୋନା ବିସ୍ତାରକୁ ରୋକିବା ପାଇଁ କେଉଁ ପଦକ୍ଷେପ ନିଆଯାଇଛି କି ନାହିଁ ତାହା ଜଣାଇବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହାପୂର୍ବରୁ କୋର୍ଟ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସକୁ ମଧ୍ୟ ନୋଟିସ ଜାରି କରିଛନ୍ତି ।
Published by: Jagdish Barik
First published: January 7, 2021, 5:09 PM IST