ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆଶାରାମଙ୍କୁ ସୁପ୍ରିମ କୋର୍ଟର ବଡ଼ ଝଟକା; ଚିକିତ୍ସା ପାଇଁ କରିଥିବା ଆବେଦନ ଖାରଜ କଲା କୋର୍ଟ

ଆଶାରାମଙ୍କୁ ସୁପ୍ରିମ କୋର୍ଟର ବଡ଼ ଝଟକା; ଚିକିତ୍ସା ପାଇଁ କରିଥିବା ଆବେଦନ ଖାରଜ କଲା କୋର୍ଟ

ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କଠାରୁ ଆତ୍ମଘୋଷିତ ଇଶ୍ୱର ଆଶାରାମଙ୍କୁ ଏକ ବଡ଼ ଝଟକା ଲାଗିଛି। ଆୟୁର୍ବେଦ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଶାରାମଙ୍କୁ ଜାମିନ ଦେବାକୁ କୋର୍ଟ ମନା କରି ଦେଇଛନ୍ତି।

ଆଶାରାମଙ୍କୁ ସୁପ୍ରିମ କୋର୍ଟର ବଡ଼ ଝଟକା; ଚିକିତ୍ସା ପାଇଁ କରିଥିବା ଆବେଦନ ଖାରଜ କଲା କୋର୍ଟ
ଆଶାରାମଙ୍କ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 31, 2021, 6:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କଠାରୁ ଆତ୍ମଘୋଷିତ ଇଶ୍ୱର ଆଶାରାମଙ୍କୁ ଏକ ବଡ଼ ଝଟକା ଲାଗିଛି।  ଆୟୁର୍ବେଦ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଶାରାମଙ୍କୁ ଜାମିନ ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଆଶାରାମ ୬ ସପ୍ତାହ ପାଇଁ ଜାମିନ ମାଗିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ବଳାତ୍କାର ଅଭିଯୋଗରେ ଆଶାରାମ ରାଜସ୍ଥାନର ଜେଲରେ ଅଛନ୍ତି। ସେ ଉତ୍ତରାଖଣ୍ଡରେ ଚିକିତ୍ସା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୮୦ ବର୍ଷୀୟ ଆଶାରାମ କରୋନା ହେବା ପରଠାରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ସହ ଯୁଝି ହେଉଛନ୍ତି। ଗତ ସପ୍ତାହରେ ଯେତେବେଳେ ତାଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା ସେତେବେଳେ ସେ ଦୁର୍ବଳ ଦେଖାଯାଉଥିଲେ। ଆଶାରାମଙ୍କର ଚାଲିବା ପାଇଁ ଶକ୍ତି ନଥିଲା। ତାଙ୍କୁ ପୋଲିସ ସାହାଯ୍ୟରେ କୋର୍ଟକୁ ଆସିବାର ଦେଖା ଯାଇଥିଲା। ପୋଲିସ କାରରୁ ଓହ୍ଲାଇ କୋର୍ଟକୁ ନଆସିବା ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କୁ ଆଶାରାମଙ୍କୁ ସାହାଯ୍ୟ କରିବାକୁ ପଡ଼ିଥିଲା।

ଆୟୁର୍ବେଦ ଚିକିତ୍ସାର ମୋହ ଛୁଟି ନାହିଁ

ଆରମ୍ଭରୁ ଆସାରାମ ଆୟୁର୍ବେଦିକ ଚିକିତ୍ସା କରିଆସୁଛନ୍ତି। ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ତାଙ୍କର ବୈଦ୍ୟ ନୀତା ଯୋଧପୁର ଯାଇ ତାଙ୍କୁ ଆୟୁର୍ବେଦିକ ଔଷଧ ଦେଇଥିଲେ।  ଯୌନ ଶୋଷଣ ମାମଲାର ଶୁଣାଣି ସମୟରେ ତାଙ୍କୁ ଥରେ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା।  ଦଣ୍ଡ ପାଇବା ପରେ ଏବେ ସେ ଅସୁସ୍ଥ ହେଲେ କୋର୍ଟଙ୍କ ନିର୍ଦ୍ଦେଶରେ ଯୋଧପୁରରେ ଆୟୁର୍ବେଦ ଚିକିତ୍ସା କରାଯାଉଛି। ତାଙ୍କୁ ଡାକ୍ତର ଅରୁଣ ଟାୟାଗି ଚିକିତ୍ସା କରୁଛନ୍ତି। ତେବେ କରୋନା ପରଠାରୁ ତାଙ୍କୁ ନିୟମିତ ଯାଞ୍ଚ ପାଇଁ AIIMSକୁ ମଧ୍ୟ ନିଆଯାଇଛି। ଯେଉଁଠାରେ ଆସାରାମ ଅନେକ ଥର ଏଲୋପ୍ୟାଥିକ ଔଷଧ ଖାଇବାକୁ ମନା କରି ଦେଇଛନ୍ତି। ବର୍ତ୍ତମାନ ତାଙ୍କର ମୂତ୍ର ସଂକ୍ରମଣ ଓ ପେଟ ସମ୍ବନ୍ଧୀୟ ସମସ୍ୟା ରହିଛି।
Published by: Soumya Das
First published: August 31, 2021, 6:04 PM IST