ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ବିତୀୟ ବିବାହ କରୁଥିବା ମହିଳାଙ୍କୁ ବଡ଼ ଅଧିକାର ଦେଲେ ସୁପ୍ରିମକୋର୍ଟ

Supreme court: ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଯଦି ଜଣେ ମହିଳାଙ୍କ ସ୍ୱାମୀ ମରିଯାଆନ୍ତି ଓ ସେ ପୁନଃ ବିବାହ କରନ୍ତି, ତେବେ ସେ ପ୍ରଥମ ସ୍ୱାମୀଙ୍କ ଜନ୍ମ ହୋଇଥିବା ଶିଶୁକୁ ଦ୍ୱିତୀୟ ସ୍ୱାମୀଙ୍କ ନାମ ଦେଇପାରିବେ।

ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ବିତୀୟ ବିବାହ କରୁଥିବା ମହିଳାଙ୍କୁ ବଡ଼ ଅଧିକାର ଦେଲେ ସୁପ୍ରିମକୋର୍ଟ

ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ବିତୀୟ ବିବାହ କରୁଥିବା ମହିଳାଙ୍କୁ ବଡ଼ ଅଧିକାର ଦେଲେ ସୁପ୍ରିମକୋର୍ଟ

  • Share this:
News18 Odia Digital

Supreme court: ଗୁରୁବାର ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଯଦି ଜଣେ ମହିଳାଙ୍କ ସ୍ୱାମୀ ମରିଯାଆନ୍ତି ଓ ସେ ପୁନଃ ବିବାହ କରନ୍ତି, ତେବେ ସେ ପ୍ରଥମ ସ୍ୱାମୀଙ୍କ ଜନ୍ମ ହୋଇଥିବା ଶିଶୁକୁ ଦ୍ୱିତୀୟ ସ୍ୱାମୀଙ୍କ ନାମ ଦେଇପାରିବେ।

ଏହି ମାମଲା ଆନ୍ଧ୍ର ପ୍ରଦେଶର। ଏଠାରେ ଜଣେ ମହିଳାଙ୍କ ସ୍ୱାମୀ ମରିଯାଇଥିଲେ। ସେତେବେଳେ ତାଙ୍କ ପିଲା ମାତ୍ରର ଅଢ଼େଇ ମାସର ହୋଇଥିଲା। ପରେ ମହିଳା ଜଣକ ବାୟୁସେନା ଅଧିକାରୀଙ୍କୁ ବିବାହ କରିଥିଲେ। ଏବେ ପ୍ରଶ୍ନ ଉଠୁଥିଲା ପ୍ରଥମ ସ୍ୱାମୀଙ୍କଠାରୁ ଜନ୍ମ ହୋଇଥିବା ଶିଶୁର କ’ଣ ହେବ?

ମହିଳାଙ୍କ ପ୍ରଥମ ସ୍ୱାମୀଙ୍କ ପରିବାର ସଦସ୍ୟ ପିଲାଟିକୁ ସେମାନଙ୍କ ପାଖରେ ରଖିବାକୁ ଚାହୁଁଥିଲେ। ସେହି ପିଲାକୁ ତାଙ୍କ ଦିବଂଗତ ପୁଅର ସରନେମ୍ ମଧ୍ୟ ଦେବାକୁ ଚାହୁଁଥିଲେ।

ହେଲେ ସୁପ୍ରିମକୋର୍ଟ କହିଛନ୍ତି ଯେ ଶିଶୁର ନିଜ ମା' ତାଙ୍କ ଜେଜେବାପାଙ୍କ ଅପେକ୍ଷା ତାଙ୍କ ଯତ୍ନ ନେଇ ପାରିବେ। ତେଣୁ ପିଲାଟି ତା’ର ମା' ଓ ଦ୍ୱିତୀୟ ସ୍ୱାମୀଙ୍କ ସହିତ ରହିବ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ପିଲାଟିକୁ ତାଙ୍କ ମା’ର ଦ୍ୱିତୀୟ ସ୍ୱାମୀଙ୍କ ସରନେମ୍ ଦିଆଯାଇପାରିବ। ନିଜ ସନ୍ତାନକୁ ଦ୍ୱିତୀୟ ସ୍ୱାମୀଙ୍କ ସରନେମ୍ ଦେବା ମାଆର ଅଧିକାର ହେବ। ଏହାଦ୍ୱାରା ପିଲା ଓ ତାଙ୍କ ଅନ୍ୟ ପିତାଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ହେବ।

ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ମା’ର ଦ୍ୱିତୀୟ ସ୍ୱାମୀ ମଧ୍ୟ ପିଲାଟିକୁ ଗ୍ରହଣ କରିପାରିବେ। ଏହା ତାଙ୍କୁ ଶିଶୁର ଅଭିଭାବକ ମାନ୍ୟତା ହାସଲ କରିବାକୁ ସକ୍ଷମ କରିବ।
ଶିଶୁର ସମସ୍ତ ଦଲିଲରେ ତାଙ୍କ ଅନ୍ୟ ପିତାଙ୍କ ନାମ ରହିବା ଉଚିତ୍। ଡକ୍ୟୁମେଣ୍ଟରେ ପ୍ରଥମେ ପିତାଙ୍କ ନାମ ରହିବା ପିଲାଙ୍କ ମନ ଉପରେ ବହୁତ ନକାରାତ୍ମକ ପ୍ରଭାବ ପକାଇବ।
Published by:Lipina Das
First published: