ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସୁପ୍ରିମ କୋର୍ଟଙ୍କ କଡ଼ା ଟିପ୍ପଣୀ; କହିଲେ - ଭଡାଟିଆ ନିଜକୁ ନିଜେ ଘର ମାଲିକ ନ ଭାବନ୍ତୁ

ସୁପ୍ରିମ କୋର୍ଟଙ୍କ କଡ଼ା ଟିପ୍ପଣୀ; କହିଲେ - ଭଡାଟିଆ ନିଜକୁ ନିଜେ ଘର ମାଲିକ ନ ଭାବନ୍ତୁ

ଭଡାଟିଆ (Tenant) ପ୍ରାୟ ତିନି ବର୍ଷ ଧରି ଘର ମାଲିକଙ୍କୁ (Landlord) ଭଡା ରାଶି ଦେଇ ନଥିଲେ ଓ ସେ ଦୋକାନ ଖାଲି କରିବା ସପକ୍ଷରେ ବି ନଥିଲେ । ନିମ୍ନ ଅଦାଲତ ଓ ହାଇ କୋର୍ଟରେ ହାରିଯିବା ପରେ ଭଡାଟିଆ ସୁପ୍ରିମ କୋର୍ଟରେ ପହଞ୍ଚିଥିଲେ । ଯଉଁଠାରେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇ ତାଙ୍କୁ ତୁରନ୍ତ ଦୋକାନ ଖାଲି କରିବାକୁ ଆଦେଶ ଦେଇଛନ୍ତି ।

ସୁପ୍ରିମ କୋର୍ଟଙ୍କ କଡ଼ା ଟିପ୍ପଣୀ; କହିଲେ - ଭଡାଟିଆ ନିଜକୁ ନିଜେ ଘର ମାଲିକ ନ ଭାବନ୍ତୁ
ସୁପ୍ରିମ କୋର୍ଟ
  • News18 Odia
  • Last Updated: April 1, 2021, 12:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଘର ଖାଲି କରିବାକୁ ନେଇ ନାରାଜ ଥିବା ଜଣେ ଭଡାଟିଆଙ୍କୁ (Tenant) ସୁପ୍ରିମ କୋର୍ଟ (Supreme Court) କୌଣସି ଆରାମ ଦେବାକୁ ମନା କରି କହିଛନ୍ତି ଯେ ଯାହା ଘର କାଚରେ ତିଆରି, ସେ ଅନ୍ୟ ଘର ଉପରକୁ ପଥର ଫିଙ୍ଗନ୍ତି ନାହିଁ । ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତି ସହିତ ଏହା ପୁଣି ଥରେ ସ୍ପଷ୍ଟ ହୋଇଯାଇଛି ଯେ ଘର ମାଲିକ (Landlord) ହିଁ ଘରର ଅସଲି ମାଲିକ (Owner) ଅଟନ୍ତି । ଜଣେ ଭଡାଟିଆ ଗୋଟିଏ ଘରେ ଯେତେ ଦିନ ରହୁ ନା କାହିଁକି, ସେ ଭୁଲିଯିବା ଉଚିତ୍ ନୁହେଁ ଯେ ସେ କେବଳ ଜଣେ ଭଡାଟିଆ ନୁହେଁ କି ଘରର ମାଲିକ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହୋଇଛି; ଜାଣନ୍ତୁ କେତେ

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ରୋହିଙ୍ଗଟନ୍ ଏଫ୍ ନରିମାନଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ଭଡାଟିଆ ଦୀନେଶଙ୍କୁ କୌଣସି ରିଲିଫ୍ ଦେବାକୁ ମନା କରିଦେଇଥିଲେ ଓ ତାଙ୍କୁ ଘର ଖାଲି କରିବାକୁ ଆଦେଶ ଦେଇଥିଲେ । ଏଥିସହ ଭଡାଟିଆ ଦୀନେଶଙ୍କୁ ବକେୟା ଭଡା ଯଥାଶୀଘ୍ର ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବକେୟା ଭଡା ରାଶି ଜମା କରିବାକୁ ତାଙ୍କୁ ସମୟ ଦେବାକୁ ଭଡ଼ାଟିଆଙ୍କ ଓକିଲ ଦୁଶାନ୍ତ ପରଶର ବେଞ୍ଚକୁ କହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ଏହା ଉପରେ କୋର୍ଟ ଭିକାରୀଙ୍କ ଏହି ଆବେଦନକି ନାମଞ୍ଜୁର କରିଦେଇଥିଲେ । କୋର୍ଟ କହିଥିଲେ ଯେ ଏହି ମାମଲାରେ ଆପଣ ଘର ମାଲିକଙ୍କୁ ଯେପରି ହଇରାଣ କରିଛନ୍ତି, ଏହା ପରେ କୋର୍ଟ ଆପଣଙ୍କୁ କୌଣସି ପ୍ରକାର ଆରାମ ଦେଇ ପାରିବେ ନାହିଁ । ଆପଣଙ୍କୁ ମଧ୍ୟ ଘର ଖାଲି କରିବାକୁ ପଡିବ ଓ ତୁରନ୍ତ ଭଡା ଦେବାକୁ ପଡିବ ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ବାସ୍ତବରେ ଭଡାଟିଆ ପ୍ରାୟ ତିନି ବର୍ଷ ଧରି ଘର ମାଲିକଙ୍କୁ ଭଡା ଦେଇ ନଥିଲେ ଓ ସେ ଦୋକାନ ଖାଲି କରିବା ସପକ୍ଷରେ ମଧ୍ୟ ନଥିଲେ । ଶେଷରେ ଦୋକାନ ମାଲିକ କୋର୍ଟ ନିକଟକୁ ଯାଇଥିଲେ । ନିମ୍ନ ଅଦାଲତ ଭଡାଟିଆଙ୍କୁ କେବଳ ବକେୟା ଭଡା ଦେବାକୁ ନୁହେଁ ବରଂ ଦୁଇ ମାସ ମଧ୍ୟରେ ଦୋକାନ ଖାଲି କରିବାକୁ କହିଥିଲେ । ଏହା ସହିତ ମକଦ୍ଦମା ଦାୟର କରିବା ଠାରୁ ଆରମ୍ଭ କରି ଘର ଖାଲି କରିବା ପର୍ଯ୍ୟନ୍ତ ମାସକୁ ୩୫ ହଜାର ଭଡା ମଧ୍ୟ ଦେବାକୁ କୁହାଯାଇଥିଲା । ଏହା ପରେ ମଧ୍ୟ ଭଡାଟିଆ କୋର୍ଟର ଆଦେଶ ଗ୍ରହଣ କରିନଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ



ଗତ ବର୍ଷ ଜାନୁଆରୀରେ ମଧ୍ୟ ପ୍ରଦେଶ ହାଇ କୋର୍ଟ ଭଡ଼ାଟିଆଙ୍କୁ ପ୍ରାୟ ନଅ ଲକ୍ଷ ଟଙ୍କା ଜମା କରିବାକୁ ଚାରିମାସ ସମୟ ଦେଇଥିଲେ । କିନ୍ତୁ ସେହି ଆଦେଶକୁ ମଧ୍ୟ ଭଡାଟିଆ ଅନୁସରଣ କରିନଥିଲେ । ଏହା ପରେ ଭଡାଟିଆ ସୁପ୍ରିମ କୋର୍ଟରେ ପହଞ୍ଚିଥିଲେ, ଯେଉଁଠାରୁ ତୁରନ୍ତ ତାଙ୍କ ଦୋକାନକୁ ଖାଲି କରିବାକୁ ଆଦେଶ ଦିଆଯାଇଛି ।
Published by: Jagdish Barik
First published: April 1, 2021, 12:26 PM IST