ହେଟ୍‌ ସ୍ପିଚ୍‌ ବା ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ହେଟ୍ ସ୍ପିଚକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ନିଷ୍ପତ୍ତି

ହେଟ୍ ସ୍ପିଚକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ନିଷ୍ପତ୍ତି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଗତକାଲି ହେଟ୍‌ ସ୍ପିଚ୍‌କୁ ରୋକିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନରେ ଶୁଣାଣି କରିଥିଲେ କୋର୍ଟ। ଏଥିରେ ଗଣମାଧ୍ୟମକୁ ସମାଲୋଚନା କରିବା ସହ NBSAକୁ ମଧ୍ୟ ତାଗିଦ୍ କରିଥିଲେ।କୋର୍ଟ କହିବା ଅନୁଯାୟୀ ଟିଆର୍‌ପି ପାଇଁ ଟିଭି ଚ୍ୟାନେଲ୍‌ଗୁଡ଼ିକ ମଧ୍ୟରେ ପ୍ରତିଯୋଗୀତା ଲାଗିରହିଛି। ଖବର ଉପସ୍ଥାପକ ମିଡିଆକୁ ପ୍ରତିନିଧିତ୍ୱ କରୁଥିବାରୁ ଯଦି ଏମିତି ହେଟ୍‌ ସ୍ପିଚ୍‌ ମନ୍ତବ୍ୟ ଦେବେ ତେବେ ତାଙ୍କୁ ଟିଭି ପରଦାରୁ ହଟାଇ ଦିଆଯିବ।

ଏହି ହେଟ ସ୍ପିଚକୁ ନେଇ ଶୁଣାଣି କରିଥିଲେ ଜଷ୍ଟିସ କେଏମ୍ ଜେସେଫ୍ ଏବଂ ବିଭି ନଗରଥନା। ଜାତୀୟ ପ୍ରସାରଣ ମାନକ ପ୍ରାଧିକରଣ(NBSA) ଏହାର ପରିଚାଳନା ବୋର୍ଡ ହୋଇଥିବାରୁ ମାନବୀୟ ଗରିମା ବଜାଇ ରଖିବାକୁ କୋର୍ଟ କହିଥିଲେ।

ଖାଲି ଗଣମାଧ୍ୟମ ନୁହେଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏଥିରେ ଧ୍ୟାନ ଦେବା ଦରକାର। ବାରମ୍ବାର ହେଟ୍‌ ସ୍ପିଚ୍‌ ଦେଉଥିବା ନେତାମାନଙ୍କୁ ନେଇ ସେମାନଙ୍କର ଆଭିମୁଖ୍ୟ କଣ ତାହା ସ୍ପଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜଷ୍ଟିସ ଜୋଶେଫ୍ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ଗଣମାଧ୍ୟମ ପରିଚାଳନା ନେଇ ସରକାରଙ୍କର ନୀତିକୁ ଆମେ ପସନ୍ଦ କରୁ ନାହୁଁ।
ହେଟ୍‌ ସ୍ପିଚ୍ ପାଇଁ ସିଆର୍‌ପିସି ଓ ଆଇପିସିରେ ଥିବା ନୀୟମ ବର୍ତ୍ତମାନ ବିଚାରାଧିନ ଅଛି ବୋଲି ଏସ୍‌ଜି କୋର୍ଟଙ୍କୁ ଅବଗତ କରିଥିଲେ।

ତା ସହିତ ଯେଉଁ ଟିଭି ଆଙ୍କର ମିଡିଆ ହାଉସ୍ ପକ୍ଷପାତ, ମିଛ ଖବର ପ୍ରସାରଣ କରୁଥିବେ ତାଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କୋର୍ଟ NBSAକୁ ପ୍ରଶ୍ନ କରିଛନ୍ତି। ତା ସହିତ ଖବର ପ୍ରସାରଣ ବେଳେ ମିଡିଆମାନଙ୍କରେ ବ୍ୟବହାର କରାଯାଉଥିବା ଶବ୍ଦର ବ୍ୟବହାରକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।
Published by:Soumyashree Mishra
First published: