ନିର୍ବାଚ଼ନରେ ପ୍ରାର୍ଥୀଙ୍କ କ୍ରିମିନାଲ୍ ରେକର୍ଡ଼ ୱେବସାଇଟରେ ଦିଅ, ନହେଲେ ଆକ୍ସନ୍ ହେବ: ସୁପ୍ରିମ କୋର୍ଟ

ନିର୍ବାଚ଼ନରେ ରାଜନୈତିକ ଦଳମାନେ ଯେଉଁ ନେତାମାନଙ୍କୁ ପ୍ରାର୍ଥୀ କରିଛନ୍ତି ସେମାନଙ୍କୁ ପ୍ରାର୍ଥୀ ରୂପେ ଚ଼ୟନ କରିବାର କାରଣ ଓ ସେମାନଙ୍କ ଆପରାଧିକ ରେକର୍ଡ଼ ସମ୍ପର୍କିତ ସମସ୍ତ ତଥ୍ୟ ନିଜ ୱେବସାଇଟରେ ଦେବାକୁ ସବୁ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ନିର୍ବାଚ଼ନରେ ପ୍ରାର୍ଥୀଙ୍କ କ୍ରିମିନାଲ୍ ରେକର୍ଡ଼ ୱେବସାଇଟରେ ଦିଅ, ନହେଲେ ଆକ୍ସନ୍ ହେବ: ସୁପ୍ରିମ କୋର୍ଟ
ସୁପ୍ରିମ୍‌ କୋର୍ଟ (ଚ଼ିତ୍ରାଙ୍କନ)
  • News18 Odia
  • Last Updated: February 13, 2020, 3:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦାଗୀ ନେତାମାନଙ୍କୁ ନିର୍ବାଚନରେ ଟିକେଟ ଦିଆଯାଉଥିବା ପ୍ରସଙ୍ଗରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ନିର୍ବାଚ଼ନରେ ରାଜନୈତିକ ଦଳମାନେ ଯେଉଁ ନେତାମାନଙ୍କୁ ପ୍ରାର୍ଥୀ କରିଛନ୍ତି ସେମାନଙ୍କୁ ପ୍ରାର୍ଥୀ ରୂପେ ଚ଼ୟନ କରିବାର କାରଣ ଓ ସେମାନଙ୍କ ଆପରାଧିକ ରେକର୍ଡ଼ ସମ୍ପର୍କିତ ସମସ୍ତ ତଥ୍ୟ ନିଜ ୱେବସାଇଟରେ ଦେବାକୁ ସବୁ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ଦେଶର ରାଜନୀତିରେ ବଢ଼ୁଥିବା ଅପରାଧୀକରଣ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟର ନ୍ୟାୟମୂର୍ତ୍ତି ରୋହିଣ୍ଟନ୍ ଫଲୀ ନରିମନ୍ ଓ ଏସ୍. ରବିନ୍ଦ୍ର ଭଟ୍ଟ ରାୟ ଦେଇଛନ୍ତି ଯେ ଯଦି ରାଜନୈତିକ ଦଳମାନେ ନିର୍ବାଚ଼ନରେ ନିଜ ପ୍ରାର୍ଥୀମାନଙ୍କ ଆପରାଧିକ ରେକର୍ଡ଼ ନିଜ ନିଜ ଫେସବୁକ୍ ଏକାଉଣ୍ଟ୍ ଓ ଟ୍ୱିଟର୍ ଏକାଉଣ୍ଟରେ ନ ଦିଅନ୍ତି ତାହେଲେ ସେମାନଙ୍କ ଉପରେ ନ୍ୟାୟାଳୟର ଅବମାନନା ମାମଲା ରୁଜୁ ହୋଇ କାର୍ଯାନୁଷ୍ଠାନ ହେବ ।

ପ୍ରାର୍ଥୀ ଘୋଷଣା ହେବାର ୭୨ ଘଣ୍ଟା ଭିତରେ ସେମାନଙ୍କ ବିରୁଦ୍ଧରେ ଥିବା ଅପରାଧ ସମ୍ପର୍କିତ ମାମଲାର ସବୁ ତଥ୍ୟ ରାଜନୈତିକ ଦଳମାନଙ୍କୁ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ବି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ସେତିକି ନୁହେଁ, କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ନେତା ନିର୍ବାଚନ ଜିତିଲା ପରେ ଦୋଷମୁକ୍ତ ହୋଇଯା’ନ୍ତି ନାହିଁ ।

୨୦୧୯ର ଲୋକସଭା ନିର୍ବାଚ଼ନ ପରେ ୫୩୯ ସାଂସଦଙ୍କ ମଧ୍ୟରୁ ୨୩୩ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଏକ ସର୍ଭେରୁ ଜଣାପଡିଥିଲା । ନିର୍ବାଚନ ଆୟୋଗ ମଧ୍ୟ ଆପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବା ଉପରେ କଟକଣା ଲଗାଇବା ନେଇ ଏକ ପ୍ରସ୍ତାବ ଦେଇଥିଲେ ।

ଜନ ପ୍ରତିନିଧି ଆଇନ୍, ୧୯୫୧ର ଧାରା ୮ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା କୌଣସି ବ୍ୟକ୍ତି ନିର୍ବାତଡନ ଲଢ଼ି ପାରିବେ ନାହିଁ । କିନ୍ତୁ ଏମିତି ବ୍ୟକ୍ତି ଯାହାଙ୍କ ଉପରେ କେବଳ ମକଦମା ଚ଼ାଲିଥିବ, ସେ ମକଦମା କେତେ ଗମ୍ଭୀର ଆରୋପକୁ ନେଇ ହୋଇଥାଉନା କାହିଁକି, ସେ ନିର୍ବାଚ଼ନ ଲଢ଼ିପାରିବେ ।
First published: February 13, 2020, 3:41 PM IST