କାଶ୍ମୀର ଘଟଣାରେ ଅଜଥା ମନ୍ତବ୍ୟ ଏବଂ ପାକିସ୍ଥାନ ସହ ବନ୍ଧୁତା ମାଲେଶିଆକୁ ଭାରି ପଡ଼ିଲା; ଏବେ ଭାରତ ସହ କଥାବାର୍ତ୍ତା କରିବାକୁ ଚାହୁଁଛି

ମାଲେଶିଆ ବିଗତ କିଛି ଦିନ ଧରି କାଶ୍ମୀର ଏବଂ ସିଏଏ ସହ ଏନ୍ଆରସି ଭଳି ମାମଲା ଉପରେ ଭାରତ ବିରୋଧରେ ବୟାନ ଦେଉଛି । ଏହା ସହିତ ମାଲେଶିଆ ଏହିସବୁ ମାମଲାକୁ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଉଠାଇ ଆସୁଛି ।

କାଶ୍ମୀର ଘଟଣାରେ ଅଜଥା ମନ୍ତବ୍ୟ ଏବଂ ପାକିସ୍ଥାନ ସହ ବନ୍ଧୁତା ମାଲେଶିଆକୁ ଭାରି ପଡ଼ିଲା; ଏବେ ଭାରତ ସହ କଥାବାର୍ତ୍ତା କରିବାକୁ ଚାହୁଁଛି
ଭାରତ ଏବଂ ମାଲେଶିଆ ପ୍ରଧାନମନ୍ତ୍ରୀ
  • News18 Odia
  • Last Updated: January 19, 2020, 3:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin

News18 Odia Digital


ନୂଆ ଦିଲ୍ଲୀ: ଜାମୁ ଓ କାଶ୍ମୀର ଘଟଣାକୁ ନେଇ ଅଜଥା ମନ୍ତବ୍ୟ ଦେବା ଏବଂ ପାକିସ୍ଥାନ ସହିତ ବନ୍ଧୁତା କରିବା ମାଲେଶିଆକୁ ଭାରି ପଡ଼ିଥିବା ଦେଖିବାକୁ ମିଳିଛି । ଭାରତ ମାଲେଶିଆରୁ ପାମ୍ ଅଏଲ୍ ଆମଦାନୀ କମ୍ କରିଛି ଫଳରେ ଗତ ୧୧ ବର୍ଷ ଭିତରେ ପାମ ଅଏଲର ଦାମ ସବୁଠ କମ୍ ହୋଇଯାଇଛି । ମାଲେଶିଆ ପାମ ଅଏଲର ସବୁଠୁ ବଡ଼ ଉତ୍ପାଦକ ଦେଶ ଅଟେ । ଲଗାତାର କମୁଥିବା ଦାମ ଯୋଗୁଁ ମାଲେଶିଆ ଚିନ୍ତାରେ ପଡ଼ିଯାଇଥିବାବେଳେ ଏବେ ଭାରତ ସହ କଥାବାର୍ତ୍ତା କରିବାକୁ ଚାହୁଁଛି ।


ସମାଚାର ଏଜେନ୍ସି ରଏଟର୍ସର ସୂତ୍ର ଅନୁସାରେ ଆଗାମୀ ସପ୍ତାହରେ ଦାବୋସରେ ହେବାକୁଥିବା ବିଶ୍ବ ଅର୍ଥନୀତି ଫୋରମର ମିଟିଂରେ ମାଲେଶିଆର ବାଣିଜ୍ୟ ମନ୍ତ୍ରୀ ଡାରେଲ ଲୋଇକିଙ୍ଗ ଭାରତୀୟ ପ୍ରତିପକ୍ଷ ପୀୟୁଷ ଗୋଏଲଙ୍କ ସହ ଭେଟ ହୋଇପାରନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ଏଜେଣ୍ଡା ପ୍ରସ୍ତୁତ ହୋଇନଥିବାବେଳେ ପାମ ଅଏଲ ଆମଦାନୀକୁ ନେଇ ଏହି କଥାବାର୍ତ୍ତା ହୋଇପାରେ । ତେବେ ଏହାରି ଭିତରେ ପୀୟୁଷ ଗୋଏଲ କହିଛନ୍ତିକି ଭାରତ ସରକାର ମାଲେଶିଆ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଭାରତ ମଧ୍ୟ ଚାହୁଁଛି କି ତାର ମାଲେଶିଆ ସହିତ ଭଲ ସମ୍ପର୍କ ତିଆରି ହେଉ । ମାଲେଶିଆରେ ଭାରତୀୟ ମୂଳର ପାଖା ପାଖି ୧୦ଲକ୍ଷ ଲୋକ କାମ କରୁଛନ୍ତି ।


ଭାରତରେ ବ୍ୟବହୃତ ହେଉଥିବା ଖାଇବାତେଲର ଏକ ତୃତୀୟାଂଶ ପାମ ଅଏଲ ହୋଇଥିବାବେଳେ ଭାରତ ବାର୍ଷିକ ୯୦ଲକ୍ଷ ଟନ୍ ପାମ୍ ଅଏଲ ଆମଦାନୀ କରିଥାଏ । ଭାରତ ଅଧିକାଂଶ ପାମ୍ ଅଏଲ୍ ମାଲେଶିଆ ଏବଂ ଇଣ୍ଡୋନେସିଆରୁ ଆମଦାନୀ କରିଥାଏ । ତେବେ ସରକାରଙ୍କ ଚେତାବନୀ ପରେ ଭାରତର ପାମ୍ ଅଏଲ ଆମଦାନୀ କରୁଥିବା କମ୍ପାନୀମାନେ ଇଣ୍ଡୋନେଶିଆରୁ ୧୦ ଡଲାର ପ୍ରତି ଟନ୍ ର ପ୍ରିମିୟମ ଦରରେ ପାମ ଅଏଲ ଆମଦାନୀ କରୁଥିଲେ ।

First published: January 19, 2020, 3:59 PM IST
corona virus btn
corona virus btn
Loading