ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସନ୍ନି ଲିଓନି ଜଣେ ନର୍ସ ହେବାକୁ ଚାହୁଁଥିଲେ, ହେଲେ ତାଙ୍କୁ ପର୍ଣ୍ଣ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ସନ୍ନି ଲିଓନି ଜଣେ ନର୍ସ ହେବାକୁ ଚାହୁଁଥିଲେ, ହେଲେ ତାଙ୍କୁ ପର୍ଣ୍ଣ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ବଲିଉଡରେ ଅଭିନୟ କରିବା ପୂର୍ବରୁ ସନ୍ନି ଲିଓନି ଜଣେ ପର୍ଣ୍ଣ ଅଭିନେତ୍ରୀ ଥିଲେ । ତାଙ୍କ ଜୀବନ ସହଜ ନ ଥିଲା । ଆଡଲ୍ଟ ଫିଲ୍ମରେ କାମ କରିବା ଛଡ଼ା ସେ ଏକ ରେଷ୍ଟୁରାଣ୍ଟରେ ୱେଟ୍ରେସ୍ ଭାବରେ ବି କାମ କରିଥିଲେ ।

ସନ୍ନି ଲିଓନି ଜଣେ ନର୍ସ ହେବାକୁ ଚାହୁଁଥିଲେ, ହେଲେ ତାଙ୍କୁ ପର୍ଣ୍ଣ ଫିଲ୍ମରେ କାମ କରିବାକୁ ପଡ଼ିଥିଲା
ସନ୍ନି ଲିଓନିଙ୍କ ପ୍ରକୃତ ନାମ ହେଉଛି କରନଜୀତ କୌର୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡରେ ସନ୍ନି ଲିଓନି (Sunny Leone) ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ତାଙ୍କ ପ୍ରାରମ୍ଭିକ ଯାତ୍ରା ଯେମିତି ହୋଇଥାଉ ନା କାହିଁକି, ବର୍ତ୍ତମାନ ସେ ଜଣେ ଖ୍ୟାତନାମା ବଲିଉଡ ତାରକା ।ବଲିଉଡ ଚଳଚ୍ଚିତ୍ର ଓ ଗୀତରେ ନିଜ ସାହସିକତାର ପ୍ରଦର୍ଶନ ଯୋଗୁଁ ସବୁବେଳେ ହେଡଲାଇନ ସୃଷ୍ଟି କରନ୍ତି ସନ୍ନି ଲିଓନ । ସେ ଏବେ ୪୦ ବର୍ଷର ହୋଇଛନ୍ତି ।

ମେ ୧୩, ୧୯୮୧ରେ ଜନ୍ମ ଗ୍ରହଣ କରିଥିବା ସନ୍ନିଙ୍କ ପ୍ରକୃତ ନାମ ହେଉଛି କରନଜୀତ କୌର୍‌ (Karenjit Kaur) ।ତାଙ୍କ ବ୍ୟକ୍ତିଗତ ଜୀବନ କୌଣସି ଏକ ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ ।ଆଜିକାଲି ସନ୍ନି ଲିଓନି କରୋନା ଭାଇରସ୍‌ ସଂକ୍ରମିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ସେ ଇନଷ୍ଟାଗ୍ରାମ ଏକ ପୋଷ୍ଟ କରି କହିଛନ୍ତି ଯେ ସେ କରୋନା ସହ ଲଢୁଥିବା ଲୋକଙ୍କ ପାଇଁ ହସପିଟାଲରେ ଶଯ୍ୟାର ବ୍ୟବସ୍ଥା କରିବାରେ ବ୍ୟସ୍ତ ଅଛନ୍ତି ।

ଏହା ବି ପଢ଼ନ୍ତୁ | ଏଣିକି ମର୍ଣ୍ଣିଂ ୱାକ୍ କରିବା ସାଇକେଲ୍ ଚଳେଇବା ମନା; କଟକ ଭୁବନେଶ୍ୱରରେ ଲାଗିଲା କଟକଣା

ବଲିଉଡରେ ଯୋଗଦେବା ପୂର୍ବରୁ ସନ୍ନି ଜଣେ ପ୍ରସିଦ୍ଧ ପର୍ଣ୍ଣ ଅଭିନେତ୍ରୀ (porn actress) ଥିଲେ । ସନି ଲିଓନି ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ ୨’ରେ ବଲିଉଡରେ ଡେବ୍ୟୁ କରିଥିଲେ । ୨୦୧୮-୧୯ ମସିହାରେ ୱେବ୍ ସିରିଜ୍ ‘କରଞ୍ଜିତ କୌର - ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ସନ୍ନି ଲିଓନି’ରେ ସନ୍ନିଙ୍କ ଜୀବନର ସତ୍ୟ ପ୍ରକାଶ ପାଇଥିଲା । ଏହି ୱେବ୍ ସିରିଜରୁ ଜଣାପଡ଼ିଥିଲା ଯେ ସନ୍ନି ପ୍ରାୟ ୫୦ଟି ବୟସ୍କ ଚଳଚ୍ଚିତ୍ରରେ (adult film) କାମ କରିଥିଲେ ।ମାତ୍ର ୧୯ ବର୍ଷ ବୟସରେ ସେ ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।

ଏହା ବି ପଢ଼ନ୍ତୁ | କରୋନାରେ FCI କର୍ମଚାରୀଙ୍କ ପ୍ରାଣ ଗଲା; ଟିକାକରଣରେ ପ୍ରାଥମିକତା ମିଳୁ ଥିବାରୁ କ୍ଷୋଭ ବଢୁଛି

ସନ୍ନି ଲିଓନି (Sunny Leone)


ସନ୍ନି ଲିଓନଙ୍କ ଜୀବନ ସହଜ ନ ଥିଲା । ବୟସ୍କ ଚଳଚ୍ଚିତ୍ରରେ (adult film) କାମ କରିବା ବ୍ୟତୀତ ସେ ଜର୍ମାନ ବେକେରୀ ରେଷ୍ଟୁରାଣ୍ଟରେ ୱେଟ୍ରେସ୍ ଭାବରେ କାମ କରୁଥିଲେ ଓ ଏହା ଦ୍ୱାରା ସେ ନିଜ ଖର୍ଚ୍ଚ ପାଇଁ ଟଙ୍କା ଯୋଗାଡ଼ କରୁଥିଲେ । ବାଧ୍ୟ ହୋଇ ବୟସ୍କ ଚଳଚ୍ଚିତ୍ରରେ କାମ କରିଥିବା ସନ୍ନିଙ୍କ ହୃଦୟର ଇଚ୍ଛା ଥିଲା ଜଣେ ନର୍ସ ହେବା ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଶୀଘ୍ର ତିଆରି ହେବ ୬ଟି ଅମ୍ଳଜାନ କାରଖାନା ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର

‘‘ବୟସ୍କ ଫିଲ୍ମରେ କାମ କରିବା ଯୋଗୁଁ ଲୋକେ ମୋ’ ବିଷୟରେ ଖରାପ କଥା କହିବା ଆରମ୍ଭ କରିଥିଲେ । ସେହି କଥା ମୋ’ ଜୀବନରେ ଖରାପ ପ୍ରଭାବ ପକାଇଥିଲା ।ମୁଁ ଭିତରୁ ଭାଙ୍ଗି ପଡି଼ଥିଲି ।ମୋ’ର ପରିବାରର ସଦସ୍ୟମାନେ ମୋତେ ଓ ମୋ’ ଭାଇକୁ ସବୁ ଖରାପ ଜିନିଷରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ତଥାପି ମୋ’ ପରିବାର ସଦସ୍ୟମାନେ ମୋତେ ବୟସ୍କ ଫିଲ୍ମ ଛାଡି଼ବାକୁ ବାଧ୍ୟ କରି ନ ଥିଲେ,’’ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସନ୍ନି କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | IPS ଅଫିସର୍ ସାଗରିକା ନାଥ: ‘‘ଜଣେ ଦୃଢ଼ ମହିଳା ମୋତେ ଲାଳନ ପାଳନ କରିଥିବାରୁ ମୁଁ ଆଜି ଦୃଢ଼’’

ସନ୍ନି ଲିଓନି ନିଜ ସ୍ୱାମୀ ଓ ତିନି ପିଲାଙ୍କ ସହ


ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବୋର୍ଡ଼ ମୋହର ମାରିଲା; ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ

ଏହା ସତ୍ତ୍ୱେ ସନ୍ନି ଲିଓନିଙ୍କର ନିଜ ଜୀବନ ବିଷୟରେ କୌଣସି ଅଭିଯୋଗ ନାହିଁ ।ବର୍ତ୍ତମାନ ସନ୍ନି ଲିଓନି ନିଜ ସ୍ୱାମୀ ଓ ତିନି ପ୍ରିୟ ପିଲାଙ୍କ ସହିତ ଖୁସିରେ ଜୀବନଯାପନ କରୁଛନ୍ତି । ସନ୍ନି ଓ ତାଙ୍କ ସ୍ୱାମୀ ନିଶା କୌର ନାମକ ଏକ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।ଏହା ବ୍ୟତୀତ ସନ୍ନି ସରୋଗେସି ଦ୍ୱାରା ଦୁଇ ଯାଆଁଳା ପୁଅଙ୍କୁ ବି ଜନ୍ମ ଦେଇଛନ୍ତି ।



ବଲିଉଡରେ ଖ୍ୟାତି ପାଇଥିବା ସନି ଲିଓନି ଟିଭିର ରିଆଲିଟି ଶୋ’ ‘ବିଗ୍ ବସ୍’ (Big Boss) ବ୍ୟତୀତ MTV ଶୋ’ ‘ସ୍ପ୍ଲିଟଭିଲା’ର ହୋଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି ।ସେ ‘ଜିସ୍ମ ୨’, ‘ରାଗିଣୀ ଏମ୍‌.ଏମ୍‌.ଏସ୍‌’, ‘କୁଛ କୁଛ ଲୋଚା ହୈ’ ଓ ‘ୱାନ୍‌ ନାଇଟ୍ ଷ୍ଟାଣ୍ଡ୍‌’ ଭଳି ଚଳଚ୍ଚିତ୍ରରେ ବି ଅଭିନୟ କରିଛନ୍ତି ।
Published by: Anand ST Das
First published: May 14, 2021, 5:13 PM IST