News18 Odia Digital
ମୁମ୍ବାଇ: ସାଧାରଣତଃ ଯେତେବେଳେ କେହି ସେମାନଙ୍କ ସ୍ୱପ୍ନର କାର ବିଷୟରେ କଥାବାର୍ତ୍ତା କରନ୍ତି, ତାହା ଏକ ସୁପର୍ ମହଙ୍ଗା ଓ ହାଇ-ଟେକ୍ କାର୍ ହୋଇଥାଏ । ମାତ୍ର ବଲିଉଡ୍ ଡିଭା ସନି ଲିଓନଙ୍କ ପାଇଁ ଏହା ସତ୍ୟ ନୁହେଁ । ତାଙ୍କ ସ୍ୱପ୍ନର ଯାନ କଥାରେ ଏହି ଅଭିନେତ୍ରୀଙ୍କ ଇଚ୍ଛା ଭାରି ସରଳ ।
ଏକ ସାକ୍ଷାତକାରରେ ସନ୍ନି କହିଛନ୍ତି ଯେ ସେ ଦିନେ ଗୋଟିଏ ଆମ୍ବାସାଡର୍ କାରର ମାଲିକାଣୀ ହେବାକୁ ଚାହୁଁଛନ୍ତି, କିନ୍ତୁ ସେଇଟା ଧଳା ରଙ୍ଗର ନିୟମିତ ଆମ୍ବାସାଡର୍ କାର୍ ନୁହେଁ । ତାଙ୍କ ଆମ୍ବାସାଡର୍ କାରଟିରେ ଏକ ଅଟୋମେଟିକ୍ ଗିଅରବକ୍ସ ଥିବା ଉଚିତ ଓ ସେଇଟା ଗୋଲାପୀ ରଙ୍ଗର ହୋଇଥିବା ଉଚିତ ବୋଲି ସେ କହିଛନ୍ତି ।
‘ମଶେବଲ୍ ଇଣ୍ଡିଆ’ ପାଇଁ ଶୋ ‘ଦ ବମ୍ବେ ଜର୍ଣ୍ଣି’ରେ ଏହି ମନ୍ତବ୍ୟ ଦେଇଛନ୍ତି ସନ୍ନି । ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କେଉଁ କାର ରଖିବାକୁ ଚାହୁଁଛନ୍ତି, ‘ସ୍ପିଲଟସଭିଲ୍ଲା’ର ହୋଷ୍ଟ କହିଥିଲେ ଯଦିଓ ସେ ଅଧିକ ଗାଡି ଚଳାନ୍ତି ନାହିଁ, ତେବେ ସେ ଚାହୁଁଛନ୍ତି ଯେ ତାଙ୍କ ସ୍ୱାମୀ ଡାନିଏଲ ୱେବର ତାଙ୍କୁ ଏକ ବିଶେଷ ଆମ୍ବାସାଡର୍ କାର୍ ଉପହାର ଦିଅନ୍ତୁ ।

ସନ୍ନି ଲିଓନ୍ (ଫଟୋ: ଇନଷ୍ଟାଗ୍ରାମ)
‘‘ମୋ’ର ଗୋଟେ ମସେରାଟି କାର୍ ଅଛି (ସୀମିତ ସଂସ୍କରଣ ମସେରାଟି ଘିବଲି ନେରିସିମୋ କାର୍) । କିନ୍ତୁ ସେଇଟା ଆମେରିକାରେ ଅଛି,’’ କହିଥିଲେ ଅଭିନେତ୍ରୀ ସନ୍ନି । ‘‘ମୁଁ ଗୋଟେ ଆମ୍ବାସାଡର୍ କାର୍ ଚାହୁଁଛି । ଏହା ପୁରାତନ ଷ୍ଟାଇଲରେ ଚମକଦାର ଗୋଲାପୀ ରଙ୍ଗର ହୋଇଥିବା ଆବଶ୍ୟକ,’’ ସେ କହିଛନ୍ତି ।
ସନ୍ନିଙ୍କ ପତି ଡାନିୟେଲ କହିଛନ୍ତି ଯେ ସନ୍ନିଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ କଷ୍ଟୋମାଇଜେସନ୍ ତାଲିକା ଯୋଡିବା ପରେ ଆମ୍ବାସାଡର୍ କାରଟି ଏକ ମସେରାଟି କାର୍ ଠାରୁ ଅଧିକ ଜଟିଳ ହୋଇପଡ଼ିବ । ଏହା ଉପରେ ସନ୍ନି କହିଥଲେ: ‘‘ଏଥିରେ କେଉଁ ବଡ କଥା ଅଛି? ମୋତେ କିଛି ମୌଳିକ ଓ ସରଳ ଦରକାର ।’’ ସନ୍ନି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଗୋଟେ ଗୋ-କାର୍ଟ ଇଞ୍ଜିନ୍ ମିଳିଲେ ବି ସେ ଚଳେଇନେବେ ।
କାରର ଭିତର ଅଂଶ ବିଷୟରେ କହି ଜିସ୍ମ-୨ ଫିଲ୍ମର ଏହି ଅଭିନେତ୍ରୀ ସ୍ୱୀକାର କରିଛନ୍ତି ଯେ ସେ କେବେ ଆମ୍ବାସାଡର୍ କାରର ଭିତର ଅଂଶ ଦେଖି ନାହାଁନ୍ତି ଆଉ ସେ ଏହା ଗୋଲାପୀ ଓ ଧଳା ରଙ୍ଗର ମିଶାମିଶି ହୋଇଥିବା ଚାହାଁନ୍ତି ।

ସନ୍ନି ଲିଓନ୍ (ଫଟୋ: ଇନଷ୍ଟାଗ୍ରାମ)
ସନ୍ନି ଆହୁରି କହିଛନ୍ତି ଆମ୍ବାସାଡର୍ କାରର ଭିତର ଅଂଶରେ ଚମଡ଼ା ବ୍ୟବହାର ହୋଇଥିବା ଉଚିତ ନୁହେଁ କାରଣ ସେ ଏହା ବିରୁଦ୍ଧରେ ଅଛନ୍ତି ।
ସନ୍ନିଙ୍କ ଏହି ଇଚ୍ଛା ଏକ ଦୂର ସ୍ୱପ୍ନ ପରି ମନେହୁଏ କାରଣ ପାଞ୍ଚ ଦଶନ୍ଧିର ଉତ୍ପାଦନ ପରେ ୨୦୧୪ରୁ ହିନ୍ଦୁସ୍ତାନ ଆମ୍ବାସାଡର୍ କାର୍ ତିଆରି ହେବା ବନ୍ଦ୍ ହୋଇଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।