...କଲେଜର ମେରିଟ୍ ଲିଷ୍ଟରେ ସନ୍ନି ଲିଓନି ଟପ୍ପର! ଲିଷ୍ଟ୍ ଦେଖି ଚମକିଗଲେ ଛାତ୍ରଛାତ୍ରୀମାନେ

କୋଲକାତାର ଏକ କଲେଜ ଦ୍ୱାରା ପ୍ରକାଶିତ ଅନଲାଇନ୍ ଆଡମିଶନ ଲିଷ୍ଟରେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ଶୀର୍ଷରେ ଥିବାରୁ ଛାତ୍ରଛାତ୍ରୀମାନେ ଚକିତ ହୋଇଛନ୍ତି ।

...କଲେଜର ମେରିଟ୍ ଲିଷ୍ଟରେ ସନ୍ନି ଲିଓନି ଟପ୍ପର! ଲିଷ୍ଟ୍ ଦେଖି ଚମକିଗଲେ ଛାତ୍ରଛାତ୍ରୀମାନେ
ଅଭିନେତ୍ରୀ ସନ୍ନି ଲିଓନି
  • News18 Odia
  • Last Updated: August 28, 2020, 3:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: କଲେଜମାନଙ୍କରେ ଅନଲାଇନ୍ ପ୍ରକ୍ରିୟାରେ ହେଉଥିବା ଗଡ଼ବଡ଼ କିଛି ନୂଆ କଥା ନୁହେଁ । ହେଲେ କୋଲକାତାର ଏକ କଲେଜ ଦ୍ୱାରା ଘୋଷିତ ଅନଲାଇନ୍ ଆଡମିସନ୍ ମେରିଟ୍‌ ଲିଷ୍ଟ୍‌ ସବୁ ଛାତ୍ରଛାତ୍ରୀଙ୍କୁ ଚକିତ କରିଦେଇଛି, କାରଣ ଅଭିନେତ୍ରୀ ସନ୍ନି ଲିଓନି (Sunny Leone) ଏହି ତାଲିକାରେ ଶୀର୍ଷରେ ରହିଛନ୍ତି!

ଏହି ଘଟଣା କୋଲକାତାର ଆଶୁତୋଷ କଲେଜରେ ଘଟିଛି । ଏହି କଲେଜର ବିଏ ଅନର୍ସ୍‌ (ଇଂରାଜୀ) (BA Honours, English) ଆଡମିସନ ପାଇଁ ପ୍ରକାଶିତ ପ୍ରଥମ ମେରିଟ୍‌ ଲିଷ୍ଟର ଶୀର୍ଷରେ ସନ୍ନି ଲିଓନିଙ୍କ ନାମ ଦେଖି ଛାତ୍ରଛାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।



ଖାଲି ସେତିକି ନୁହେଁ, କଲେଜର ୱେବସାଇଟରେ ଅପଲୋଡ୍ ହୋଇଥିବା ମେରିଟ୍ ଲିଷ୍ଟରେ ସନ୍ନି ଲିଓନିଙ୍କ ନାମ ସହିତ ତାଙ୍କ ଆବେଦନ ନମ୍ବର ଓ ତାଙ୍କ ରୋଲ୍ ନମ୍ବର ବି ଦିଆଯାଇଥିଲା । ଏହି ତାଲିକାରେ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବେଷ୍ଟ ଅଫ୍ ୪ ଅଧୀନରେ ଚାରୋଟି ବିଷୟରେ ସନ୍ନୀଙ୍କୁ ୧୦୦ରୁ ୧୦୦ ମାର୍କ ବି ଦିଆଯାଇଛି!



ତେବେ କଲେଜର ଜଣେ ଅଧିକାରୀ କହିଛନ୍ତି ଯେ କେହି ଉଦ୍ଦେଶ୍ୟମୂଳକ ଭାବେ ଏହା କରିଛନ୍ତି । କେହି ଜଣେ ଛାତ୍ର ବା ଛାତ୍ରୀ ସନ୍ନି ଲିଓନିଙ୍କ ନାମରେ ଏକ ଆବେଦନ ପୂରଣ କରିଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ | ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି !

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

‘‘ଏହାକୁ ସଂଶୋଧନ କରିବାକୁ ଆମେ ସମ୍ପୃକ୍ତ ବିଭାଗକୁ କହିଛୁ। ଏହି ଘଟଣାର ମଧ୍ୟ ଅନୁସନ୍ଧାନ କରାଯିବ,’’ କହିଛନ୍ତି ଅଧିକାରୀ ଜଣକ ।
Published by: Anand Shankar Thankur Das
First published: August 28, 2020, 3:05 PM IST
corona virus btn
corona virus btn
Loading