ସୁନୀଲ ଶେଟ୍ଟି ଆଥିଆ ଓ କେ.ଏଲ୍ ରାହୁଲଙ୍କ ବିବାହକୁ ଦେଲେ ଅନୁମତି

ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ଆଥିଆ ଶେଟ୍ଟୀଙ୍କ ନାମ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା । ଉଭୟଙ୍କ ବିଷୟରେ ଖବର ଆସିଛି ଯେ, ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲଙ୍କର ଖୁବ୍ ଶୀଘ୍ର ପଡ଼ିବ ହାତ ଗଣ୍ଠି ।

ପାପା ସୁନୀଲ ଶେଟ୍ଟି ଆଥିଆ ଓ କେ.ଏଲ୍ ରାହୁଲଙ୍କ ବିବାହକୁ ଦେଲେ ଅନୁମତି

ପାପା ସୁନୀଲ ଶେଟ୍ଟି ଆଥିଆ ଓ କେ.ଏଲ୍ ରାହୁଲଙ୍କ ବିବାହକୁ ଦେଲେ ଅନୁମତି

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

Suniel Shetty Statement: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ଆଥିଆ ଶେଟ୍ଟୀଙ୍କ ନାମ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା । ଉଭୟଙ୍କ ବିଷୟରେ ଖବର ଆସିଛି ଯେ, ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲଙ୍କର ଖୁବ୍ ଶୀଘ୍ର ପଡ଼ିବ ହାତ ଗଣ୍ଠି । ଏଥି ସହିତ ପିତା ସୁନୀଲ ଶେଟ୍ଟୀ ଏହି ସମ୍ପର୍କ ଉପରେ ନୀରବତା ଭାଙ୍ଗି ଏକ ଖୁଲାସା କରିଛନ୍ତି।

ଆନ୍ନାଙ୍କର ବଡ ବିବୃତ୍ତି

ସୁନୀଲ ଶେଟ୍ଟୀ ତାଙ୍କର ଆଗାମୀ ୱେବ୍ ସିରିଜ୍ ଧାରାବୀ ବ୍ୟାଙ୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ସମ୍ପର୍କରେ ଏକ ପ୍ରେସ କନ୍ଫରେନ୍ସ ଆୟୋଜିତ ହୋଇଥିଲା । ଯେଉଁଠାରେ ସୁନୀଲ ଶେଟ୍ଟୀ ତାଙ୍କ ସାକ୍ଷାତକାରରେ ଝିଅର ବିବାହ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ । ଯେତେବେଳେ ସୁନୀଲ ଶେଟ୍ଟୀଙ୍କୁ ପଚରାଯାଇଥିଲା କେଏଲ ରାହୁଲ ଓ ଆଥିଆ କେବେ ବିବାହ କରିବେ ? ଏହାର ଉତ୍ତରରେ ଆନ୍ନା କହିଥିଲେ, 'ଶୀଘ୍ର ହେବ'। ଅଭିନେତା ନିଶ୍ଚିତ କରିଛନ୍ତି ଯେ ତାଙ୍କ ଝିଅ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ପ୍ରଶଂସକମାନେ ଦେଲେ ରିଆକ୍ସନ

କିଛି ଦିନ ପୂର୍ବରୁ ଆଥିଆ ଶେଟ୍ଟୀ ଓ କ୍ରିକେଟର କେ.ଏଲ୍ ରାହୁଲଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ଆଥିଆ ଓ କେ.ଏଲ୍ ରାହୁଲ ଭାରତୀୟ କ୍ରିକେଟ୍ ଦଳ ସହିତ ଡାଇନିଂ ଟେବୁଲରେ ବସିଥିବାର ନଜର ଆସିଛନ୍ତି । ଆପଣ ଫଟୋରେ ଦେଖିପାରିବେ ଯେ, କେ.ଏଲ୍ ରାହୁଲ ଆଥିଆଙ୍କୁ ପ୍ରେମର ସହିତ ଦେଖୁଛନ୍ତି ଓ ଆଉ ଏହି ସମୟରେ କେହି ତାଙ୍କର ଏହି ଫଟୋକୁ କ୍ୟାମେରାରେ କଏଦ କରିଛନ୍ତି, ଯାହା ପରେ ପ୍ରଶଂସକମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।

ଜାଣନ୍ତୁ ଦମ୍ପତି କେଉଁଠାରେ ବିବାହ କରିବେ!

ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲଙ୍କ ବିବାହ ବିଷୟରେ ଏକ ଖବର ଆସିଛି ଯେ, ଉଭୟ ଆଥିଆ ଓ ରାହୁଲ ଖଣ୍ଡାଲା ବଙ୍ଗଳାରେ ସାତ ଫେରା ନେବେ। ଉଭୟଙ୍କ ପରିବାର ସଦସ୍ୟ ଏକତ୍ର ଏହି ନିଷ୍ପତ୍ତି ନେଇଛନ୍ତି ଓ ରାହୁଲ ବିବାହ ତାରିଖ ସ୍ଥିର କରିବେ, ଯାହା ତାଙ୍କ କାର୍ଯ୍ୟ ସୂଚୀ ଉପରେ ନିର୍ଭର କରିବ । କେବଳ ଏତିକି ନୁହେଁ, ବିବାହ ସ୍ଥାନ ମଧ୍ୟ ଚୂଡ଼ାନ୍ତ ହୋଇଛି ଓ ଶେଷରେ ପିତା ସୁନୀଲ ଶେଟ୍ଟୀ ମଧ୍ୟ ଅନୁମତି ଦେଇଛନ୍ତି ।
Published by:Soubhagya Mishra
First published: