କପିଲ ଶର୍ମାଙ୍କ ସହ ଦର୍ଶକଙ୍କୁ ପୁଣିଥରେ ହସାଇବେ ସୁନୀଲ ଗ୍ରୋଭର! ସଲମାନ ଖାନଙ୍କ ପ୍ରଚେଷ୍ଟା ସଫଳ ହେଲା

ଖବର ଅନୁଯାୟୀ କପିଲ ଶର୍ମାଙ୍କ (Kapil Sharma) ଶୋ’କୁ ସୁନୀଲ ଗ୍ରୋଭର ପୁଣିଥରେ ଫେରିବେ । ଏହା ସଲମାନ ଖାନଙ୍କ ପ୍ରଚେଷ୍ଟା ଦ୍ୱାରା ସଫଳ ହୋଇଛି । ଦର୍ଶକମାନେ ଦୀର୍ଘ ଦିନ ଧରି ସୁନୀଲଙ୍କୁ ପୁଣିଥରେ ଶୋ'କୁ ଫେରାଇ ଆଣିବାକୁ ଦାବି କରିଆସୁଥିଲେ । କପିଲଙ୍କ ସହ ଝଗଡା ପରେ ସୁନୀଲ ଶୋ’ରୁ ଓହରି ଯାଇଥିଲେ ।

କପିଲ ଶର୍ମାଙ୍କ ସହ ଦର୍ଶକଙ୍କୁ ପୁଣିଥରେ ହସାଇବେ ସୁନୀଲ ଗ୍ରୋଭର! ସଲମାନ ଖାନଙ୍କ ପ୍ରଚେଷ୍ଟା ସଫଳ ହେଲା
କପିଲ ଶର୍ମାଙ୍କ ସହ ଦର୍ଶକଙ୍କୁ ପୁଣିଥରେ ହସାଇବେ ସୁନୀଲ ଗ୍ରୋଭର!
  • News18 Odia
  • Last Updated: February 16, 2021, 4:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା (Kapil Sharma) ଲୋକଙ୍କୁ ହସାଇବା ଜାରି ରଖିଛନ୍ତି । ସେ ଦୀର୍ଘ ବର୍ଷ ଧରି ନିଜ ଶୋ 'ଦି କପିଲ ଶର୍ମା ଶୋ' ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ଅନେକ ବର୍ଷ ମଧ୍ୟରେ ଆମେ ଏହି ଶୋ’ର ଅନେକ ଲୁକ୍ ଦେଖିଥିଲୁ । କିନ୍ତୁ କପିଲଙ୍କ ଶୈଳୀରେ କୌଣସି ପାର୍ଥକ୍ୟ ନଥିଲା । ଏହି ଶୋ' ଅନେକ ଥର ବିବାଦରେ ଥିଲା । କିନ୍ତୁ ସେ ନିଜ ଦକ୍ଷତା ସହିତ ଶୋ ’ଜାରି ରଖିଥିଲେ । ଯେତେବେଳେ ସେ ନିଜ ସାଥୀଙ୍କ ସହିତ ମଞ୍ଚକୁ ଆସନ୍ତି ହସାଇ ହସାଇ ବେଦମ କରିଦିଅନ୍ତି । କିକ୍କୁ ଶାରଦା, କୃଷ୍ନା ଅଭିଷେକ, ସୁମୋନା ଚାଟାର୍ଜୀ ଓ ଚନ୍ଦନ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି । କିନ୍ତୁ ଆଉ ଏକ ତାରକା ଅଛନ୍ତି ଯାହାର ଅଭାବ ଲୋକମାନଙ୍କୁ ସବୁବେଳେ ପରିଲକ୍ଷିତ ହେଉଛି । ଆମେ ସୁନୀଲ ଗ୍ରୋଭରଙ୍କ ବିଷୟରେ କହୁଛୁ ।

କପିଲ ଶର୍ମାଙ୍କ ସହ ବିବାଦ ପରେ ସୁନୀଲ ଗ୍ରୋଭର କପିଲଙ୍କ ଶୋ’ରେ ହାଜର ହେବାକୁ ମନା କରିଦେଇଥିଲେ । ଝଗଡା ପରେ ସୁନୀଲ ହୁଏତ ଶୋ ଛାଡିଥିବେ, କିନ୍ତୁ ଲୋକମାନେ ତାଙ୍କର 'ଗୁଳାଟି' ଓ 'ଡାକ୍ତର ମଶହୂର ଗୁଲାଟି'ର ଚରିତ୍ରକୁ ଭୁଲି ପାରୁ ନାହାଁନ୍ତି । ବାସ୍ତବରେ ସୁନୀଲଙ୍କୁ ଶୋ’କୁ ଫେରାଇ ଆଣିବାକୁ ଦର୍ଶକ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି ।

ଶୋ' ନିର୍ମାତା ସେମାନଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ଷ ବର୍ଷ ପରେ ସୁନୀଲ ପୁଣି କପିଲଙ୍କ ସହ ଲୋକଙ୍କୁ ହସାଇବାକୁ ଦେଖିବାକୁ ମିଳିବ । କୋଏମୋଇ ଡଟ୍ କମ୍ ଖବର ଅନୁଯାୟୀ ବଲିଉଡ ଅଭିନେତା ସଲମାନ ଖାନ ଦୀର୍ଘ ଦିନ ଧରି ସୁନୀଲ ଓ କପିଲଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସମାଧାନରେ ନିୟୋଜିତ ଥିଲେ । ସଲମାନ ସୁନୀଲଙ୍କୁ ବହୁତ ପସନ୍ଦ କରନ୍ତି । ତାଙ୍କ ସହ ସମ୍ପର୍କ ମଧ୍ୟ ଭଲ ରହିଛି । ତେଣୁ ଶୋ’ର ପ୍ରଡ୍ୟୁସର ହୋଇ ସେ ଚାହୁଁଛନ୍ତି ଯେ ସୁନୀଲ ପୁଣିଥରେ ଶୋ’କୁ ଆସନ୍ତୁ । ନିର୍ମାତାମାନେ ମଧ୍ୟ ସୁନୀଲଙ୍କୁ ଫେରାଇ ଆଣିବାକୁ ସଂଘର୍ଷ କରୁଛନ୍ତି । ଏବେ ଏହା ଦେଖିବାକୁ ପଡ଼ିବ ଯେ ସୁନୀଲ କ’ଣ ନିଷ୍ପତ୍ତି ନେଉଛନ୍ତି ।

କିଛି ବର୍ଷ ପୂର୍ବେ କପିଲ ଓ ସୁନୀଲଙ୍କ ମଧ୍ୟରେ ବିମାନରେ ଝଗଡା ହୋଇଥିଲା । ଯାହା ପରେ ସୁନୀଲ କପିଲଙ୍କ ଶୋ ଛାଡି ଦେଇଥିଲେ । ତେବେ ପରେ କପିଲ ତାଙ୍କୁ ବହୁତ କ୍ଷମା ମାଗିଥିଲେ ଓ ସୁନୀଲଙ୍କୁ ଶୋ’କୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁନୀଲ ଏଥିରେ ବିରକ୍ତ ହୋଇଥିଲେ ଓ ସେ ରାଜି ହୋଇନଥିଲେ । ତେବେ ଏହି ଘଟଣା ପରେ ସେମାନେ ଅନେକ ଥର ମଧ୍ୟ ସାକ୍ଷାତ କରିଛନ୍ତି । ସେମାନେ ମଧ୍ୟ ପରସ୍ପରକୁ ବାରମ୍ବାର ଅଭିବାଦନ ଜଣାଇଛନ୍ତି, କିନ୍ତୁ କାମ ପାଇଁ ଏକାଠି ହୋଇନାହାଁନ୍ତି । ଯଦି ଏହି ଖବର ସତ ପ୍ରମାଣିତ ହୁଏ ତେବେ ପୁଣିଥରେ ଦର୍ଶକ ସୁନୀଲ ଓ କପିଲଙ୍କୁ ଗୋଟିଏ ଶୋ' ରେ ଦେଖିପାରିବେ ।
Published by: Jagdish Barik
First published: February 16, 2021, 4:05 PM IST