ସୁନୀଲ ଗ୍ରୋଭରଙ୍କ ରୋଷେଇ ଘରେ ପଶି ଦହି ନେଇଗଲା ମାଙ୍କଡ; ଚକିତ ରହିଗଲେ ଆକ୍ଟର, ସେୟାର କଲେ ଭିଡ଼ିଓ

ସୁନୀଲ ଗ୍ରୋଭର (Sunil Grover) ଏକ ଭିଡିଓ ସେୟାର କରିଛନ୍ତି । ଯାହା ଜୋରଦାର ଭାଇରାଲ ହେବାରେ ଲାଗିଛି । ଅଭିନେତା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା ଦେଉଛନ୍ତି ।

ସୁନୀଲ ଗ୍ରୋଭରଙ୍କ ରୋଷେଇ ଘରେ ପଶି ଦହି ନେଇଗଲା ମାଙ୍କଡ; ଚକିତ ରହିଗଲେ ଆକ୍ଟର, ସେୟାର କଲେ ଭିଡ଼ିଓ
ସୁନୀଲ ଗ୍ରୋଭରଙ୍କ ରୋଷେଇ ଘରେ ପଶି ଦହି ନେଇଗଲା ମାଙ୍କଡ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ଟିଭିରୁ ବଲିଉଡ ପର୍ଯ୍ୟନ୍ତ ନିଜର ଚମତ୍କାର କମେଡି ସହିତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର କେବଳ ମନୋରଞ୍ଜନ ଜଗତରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଅଛନ୍ତି । ନିକଟରେ ସୁନୀଲ ଗ୍ରୋଭର ଏକ ଭିଡିଓ ସେୟାର କରିଛନ୍ତି । ଯାହା ଜୋରଦାର ଭାଇରାଲ ହେବାରେ ଲାଗିଛି । ଅଭିନେତା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା ଦେଉଛନ୍ତି । ଭିଡିଓଟି ଏକ ମାଙ୍କଡ଼ର, ଯିଏ ସୁନୀଲ ଗ୍ରୋଭରଙ୍କ ରୋଷେଇ ଘରେ ପ୍ରବେଶ କରିଥିଲା ​​।

ଭିଡିଓରେ ମାଙ୍କଡଟି ସୁନୀଲ ଗ୍ରୋଭରଙ୍କ ରୋଷେଇ ଘରେ ପଶୁଛି ଓ ଏହା ପରେ ଦହି ଡବା ଧରି ଦୌଡୁଥିବା ଦେଖିବାକୁ ମିଳୁଛି । ସୁନୀଲ ଗ୍ରୋଭର ଏହି ଭିଡିଓ ସୁଟିଂରେ ବ୍ୟସ୍ତ ଥିଲେ । ପଛରୁ ଏକ ଶବ୍ଦ ମଧ୍ୟ ଅଛି ଯେ ମାଙ୍କଡ଼ ଦହି ନେଇ ପଳାଇଲା । ଭିଡିଓ ସେୟାର କରିବାବେଳେ ସୁନୀଲ ଗ୍ରୋଭର କ୍ୟାପସନରେ ଲେଖିଛନ୍ତି - 'ଦହି ନେଇ ପଳାଇଗଲା ' କିଛି ଘଣ୍ଟା ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଇନଷ୍ଟାଗ୍ରାମରେ ଦେଖିସାରିଛନ୍ତି । ଏଥି ସହିତ ଉପଭୋକ୍ତାମାନେ ମଧ୍ୟ ଭିଡିଓ ଉପରେ ମନ୍ତବ୍ୟ ଦେଉଛନ୍ତି ।








View this post on Instagram






A post shared by Sunil Grover (@whosunilgrover)






ଗତ କିଛି ଦିନ ହେବ କପିଲ ଶର୍ମାଙ୍କ କାରଣରୁ ସୁନୀଲ ଗ୍ରୋଭର ମଧ୍ୟ ହେଡଲାଇନରେ ଅଛନ୍ତି । ନିକଟରେ ସୁନୀଲ ଗ୍ରୋଭର ଏକ ଭିଡିଓ ସେୟାର କରିଥିଲେ ଓ ଯାହାକୁ ନେଇ କୁହାଯାଇଥିଲା ଯେ ଏହା ଅଭିନେତାଙ୍କର ଏହା ଏକ ଇସାରା ଯେ ସେ ପୁଣି ଥରେ କପିଲ ଶର୍ମା ଶୋ’ର ସାମିଲ ହେବାକୁ ଯାଉଛନ୍ତି । ତେବେ ଅଭିନେତାଙ୍କ ତରଫରୁ ଏହି ରିପୋର୍ଟରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଏହାପୂର୍ବରୁ ସଲମାନ ଖାନ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ପୁନଃ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଖବର ମଧ୍ୟ ଆସିଛି ।
Published by: Jagdish Barik
First published: March 7, 2021, 4:43 PM IST