ଅନୁଷ୍କା ଓ ବିରାଟଙ୍କ ବିଷୟରେ ୟେ କ’ଣ କହିପକାଇଲେ ଗାଭାସ୍କର? ସବୁଠି ଚର୍ଚ୍ଚା; ଅନୁଷ୍କା ଖପା

ବିରାଟ ଓ ଅନୁଷ୍କାଙ୍କ ପ୍ରଶଂସକମାନେ ଗାଭାସ୍କରଙ୍କୁ IPLରେ ତାଙ୍କ ‘‘ଅଶାଳୀନ’’ ମନ୍ତବ୍ୟ ଯୋଗୁଁ କମେଣ୍ଟ୍ରି ପ୍ୟାନେଲରୁ ହଟାଇବାକୁ ଦାବି କରୁଛନ୍ତି । ଗାଭାସ୍କରଙ୍କ ମନ୍ତବ୍ୟ ଉପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ବି ଆସିଛି । ସେ ଖୁବ୍ ଖପା ହୋଇଥିବା ଜଣାପଡ଼ୁଛି ।

ଅନୁଷ୍କା ଓ ବିରାଟଙ୍କ ବିଷୟରେ ୟେ କ’ଣ କହିପକାଇଲେ ଗାଭାସ୍କର? ସବୁଠି ଚର୍ଚ୍ଚା; ଅନୁଷ୍କା ଖପା
ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା
  • News18 Odia
  • Last Updated: September 25, 2020, 8:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗର (IPL) ୧୩ତମ ସଂସ୍କରଣ ୟୁଏଇରେ ଖେଳାଯାଉଛି । ଏହି ଏହି ଟୁର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଗୁରୁବାର ଦିନ ଖେଳାଯାଇଥିଲା ଓ ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (Royal Challengers Bangalore) ଅଧିନାୟକ ବିରାଟ କୋହଲି (Virat Kohli) ବିଶେଷ କିଛି କରିପାରି ନ ଥିଲେ । ସେ ମାତ୍ର ଗୋଟିଏ ରନ୍ ସ୍କୋର୍‌ କରି ଆଉଟ୍ ହୋଇଯାଇଥିଲେ। । ଏହି ସମୟରେ ମ୍ୟାଚର କମେଣ୍ଟ୍ରି କରୁଥିବା ସୁନୀଲ ଗାଭାସ୍କର (Sunil Gavaskar) ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ଙ୍କ ବିଷୟରେ ଏମିତି କିଛି କହି ପକାଇଲେ ଯେ ସେ ବର୍ତ୍ତମାନ ଟ୍ରୋଲ୍‌ ହେଉଛନ୍ତି ।

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପ୍ରଶଂସକମାନେ ଗାଭାସ୍କରଙ୍କୁ ତାଙ୍କ ‘‘ଅଶାଳୀନ’’ ମନ୍ତବ୍ୟ ଯୋଗୁଁ କମେଣ୍ଟ୍ରି ପ୍ୟାନେଲରୁ ହଟାଇବାକୁ ଦାବି କରୁଛନ୍ତି । ଗାଭାସ୍କରଙ୍କ ମନ୍ତବ୍ୟ ଉପରେ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ବି ସାମ୍ନାକୁ ଆସିଛି । ଅନୁଷ୍କା ଖୁବ୍‌ ଖପା ହୋଇଥିବା ଜଣାପଡ଼ୁଛି ।

ଅନୁଷ୍କା ଶର୍ମା (Anushka Sharma) ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେଥିରେ ସେ ସୁନୀଲ ଗାଭାସ୍କରଙ୍କୁ (Sunil Gavaskar) ଟାର୍ଗେଟ କରିଛନ୍ତି ଓ ତାଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି (Sunil Gavaskar Comment On Anushka Sharma)।

ସୁନୀଲ ଗାଭାସ୍କର


ବାସ୍ତବରେ କମେଣ୍ଟ୍ରି କରୁଥିବା ସମୟରେ ଗାଭାସ୍କର ବିରାଟ କୋହଲିଙ୍କ ଖରାପ ଫର୍ମ ଉପରେ ମନ୍ତବ୍ୟ ଦେଇଥିଲେ । କହୁଁ କହୁଁ ସେ କହି ପକାଇଥିଲେ, ‘‘ଇଏ (କୋହଲି) ତ ଲକଡାଉନରେ ଅନୁଷ୍କାଙ୍କ ବଲକୁ ପ୍ରାକ୍ଟିସ୍‌ କରିଛନ୍ତି!’’ ଏହି ମନ୍ତବ୍ୟକୁ ଅଶାଳୀନ ମନେ କରି ଅନେକ ଲୋକ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି । ଅନୁଷ୍କା ଶର୍ମା ଏବେ ଏହା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଏଇଠି ଶୁଣନ୍ତୁ ଗାଭାସ୍କର କମେଣ୍ଟ୍ରି ବେଳେ କ’ଣ କହିଥିଲେ:



ଅନୁଷ୍କା ଶର୍ମା ନିଜ ପୋଷ୍ଟରେ ଲେଖିଛନ୍ତି, ‘‘ମିଷ୍ଟର୍‌ ଗାଭାସ୍କର, ଆପଣଙ୍କ ମେସେଜ୍‌ ବିବ୍ରତକାରୀ । ମୁଁ ଆପଣଙ୍କ ଠାରୁ ବୁଝିବାକୁ ଚାହେଁ ଯେ ଆପଣ କାହିଁକି ଜଣେ ପତ୍ନୀଙ୍କୁ ତାଙ୍କ ତାଙ୍କ ସ୍ୱାମୀଙ୍କ ଖେଳରେ ପ୍ରଦର୍ଶନ ପାଇଁ ଦୋଷ ଦେଇ ଏମିତି ମନ୍ତବ୍ୟ ଦେବା କଥା ଭାବିଲେ? ମୁଁ ନିଶ୍ଚିତ ଯେ ସର୍ବଦା ଆପଣ ଖେଳ ଉପରେ ମନ୍ତବ୍ୟ ଦେବା ବେଳେ ପ୍ରତି କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେଇଆସିଛନ୍ତି । ଆପଣ ଭାବୁନାହାନ୍ତି ଯେ ଆପଣ ମୋତେ ଓ ଆମ ପ୍ରତି ସମାନ ସମ୍ମାନ ଦେବା ଉଚିତ୍?’’

ଏହା ବି ପଢ଼ନ୍ତୁ | ଚାଲିଗଲେ ଗାୟକ ଏସ୍.ପି. ବାଲାସୁବ୍ରମଣ୍ୟମ; ଦେଖନ୍ତୁ ତାଙ୍କର ଶେଷ VIDEO ଓ ଶେଷ ଗୀତ

ଏହା ବି ପଢ଼ନ୍ତୁ | ବିହାରରେ ଅକ୍ଟୋବର ୨୮ରୁ ଆରମ୍ଭ ହେବ ବିଧାନ ସଭା ନିର୍ବାଚନ; ୩ଟି ପର୍ଯ୍ୟାୟରେ ହେବ

ଅନୁଷ୍କା ଆହୁରି ଲେଖିଛନ୍ତି, ‘‘ମୁଁ ନିଶ୍ଚିତ ଯେ ଗତ କାଲି ରାତିରେ ମୋ’ ସ୍ୱାମୀଙ୍କ ପ୍ରଦର୍ଶନ ଉପରେ ମନ୍ତବ୍ୟ ଦେବା ପାଇଁ ଆପଣ ଅନ୍ୟ ଅନେକ ଶବ୍ଦ ଓ ବାକ୍ୟ ରଖିପାରିଥାନ୍ତେ । ନା ଆପଣ ଭାବୁଛନ୍ତି ଯେ ମୋ’ ନାଁ ନେଇ ନ କହିଲେ ଆପଣଙ୍କ ବକ୍ତବ୍ୟ ଅପ୍ରାସଙ୍ଗିକ ହୋଇଯିବ?’’



‘‘ଏହା ୨୦୨୦, ହେଲେ ମୋ’ ପାଇଁ ଏ ପର୍ଯ୍ୟନ୍ତ କିଛି ବି ବଦଳି ନାହିଁ । କ୍ରିକେଟ୍ ଭିତରକୁ ମୋ’ର ଏମିତି ଟଣାହେବା ଓ ମୋ’ ବିଷୟରେ ଏମିତି ମନ୍ତବ୍ୟ ଦେବା କେବେ ବନ୍ଦ ହେବ? ସମ୍ମାନନୀୟ ମିଷ୍ଟର୍‌ ଗାଭାସ୍କର, ଆପଣ ଜଣେ କିମ୍ବଦନ୍ତୀ, ଯାହାଙ୍କ ନାମ ଏହି ଭଦ୍ରଲୋକଙ୍କ ଖେଳରେ ଖୁବ୍‌ ଉଚ୍ଚରେ ରହିଛି । ଆପଣଙ୍କ ମନ୍ତବ୍ୟ ଶୁଣିବା ପରେ ମୋତେ ଯାହା ଅନୁଭବ ହେଲା ମୁଁ ଆପଣଙ୍କୁ ତାହା କହିବାକୁ ଚାହୁଁଥିଲି,’’ ସେହି ପୋଷ୍ଟରେ ଲେଖିଛନ୍ତି ଅନୁଷ୍କା ।
Published by: Anand Shankar Thankur Das
First published: September 25, 2020, 8:27 PM IST
corona virus btn
corona virus btn
Loading