ଘରକୁ ଥଣ୍ଡା ରଖିବ ମାଟି ଏୟାର କଣ୍ଡିସନର ! ୫ଶହରୁ କମ୍ ମୂଲ୍ୟରେ ଘରେ କରନ୍ତୁ ପ୍ରସ୍ତୁତ

ମାଟିରେ ତିଆରି ହୋଇଛି ଏୟାର କଣ୍ଡିସନର । କମ ଖର୍ଚ୍ଚରେ ଖରାଦିନେ ଆପଣଙ୍କ ଘରକୁ ଥଣ୍ଡା ରଖିବାକୁ ଏହା ସର୍ବୋତ୍ତମ ଉପାୟ ।

ଘରକୁ ଥଣ୍ଡା ରଖିବ ମାଟି ଏୟାର କଣ୍ଡିସନର ! ୫ଶହରୁ କମ୍ ମୂଲ୍ୟରେ ଘରେ କରନ୍ତୁ ପ୍ରସ୍ତୁତ

ଘରକୁ ଥଣ୍ଡା ରଖିବ ମାଟି ଏୟାର କଣ୍ଡିସନର ! ୫ଶହରୁ କମ୍ ମୂଲ୍ୟରେ ଘରେ କରନ୍ତୁ ପ୍ରସ୍ତୁତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Home Made Clay AC: ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଛି, ଗ୍ରୀଷ୍ମର ଉତ୍ତାପରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ଏୟାର କଣ୍ଡିସନର (air conditioner) ଲଗାଇବା ଆରମ୍ଭ କରି ଦେଇଛନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ଘରେ କୁଲର ବ୍ୟବହାର କରୁଛନ୍ତି, କିନ୍ତୁ ବର୍ତ୍ତମାନ ସେମାନେ ଏୟାର କଣ୍ଡିସନର କିଣିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ ଏୟାର କଣ୍ଡିସନର କିଣିବା ପାଇଁ ଅର୍ଥ ଅଭାବରୁ ସକ୍ଷମ ନଥାନ୍ତି, କାରଣ ଏହାର ମୂଲ୍ୟ ୩୦ହଜାରରୁ ୪୦ହଜାର ମଧ୍ୟରେ ରହିଥାଏ । ତେଣୁ ସେମାନଙ୍କ ପାଖରେ ଏୟାର କଣ୍ଡିସନର କିଣିବା ବେଳେବେଳେ ଟିକେ କଷ୍ଟସାଧ୍ୟ ହୋଇଯାଏ ।

ଯଦି ଆପଣ ଗ୍ରୀଷ୍ମ ଋତୁ (summer season)ରେ ଘରକୁ ଥଣ୍ଡା ରଖିବାକୁ ଚାହାନ୍ତି, କିନ୍ତୁ ବଜେଟ୍ ପ୍ରସ୍ତୁତ ହୋଇପାରୁନାହିଁ, ତେବେ ଆପଣଙ୍କୁ ବ୍ୟସ୍ତ ହେବାର ନାହିଁ । କାରଣ ଏବେ ଆପଣ ନିଜ ଘରେ ଏକ ଭଲ ଥଣ୍ଡା ଉପକରଣ ପ୍ରସ୍ତୁତ କରିପାରିବେ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ସହଜ ଅଟେ । ଏଥିରେ ଆପଣଙ୍କୁ ୫ଶହରୁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆମେ ଆପଣଙ୍କୁ ଏପରି ଏକ ଉତ୍ପାଦ ତିଆରି କରିବା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଘରର କୌଣସି ବି ସ୍ଥାନରେ ରଖି ପାରିବେ, କାରଣ ଏହା ପୋର୍ଟେବଲ୍ ଅଟେ ।

ଯଦି ଆପଣ ଘରେ ଏୟାର କଣ୍ଡିସନର ଲଗାଇବାକୁ ସକ୍ଷମ ନୁହଁନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିପରି ମାଟି ପାତ୍ରରେ ଏକ ଏୟାର କଣ୍ଡିସନର ତିଆରି କରିବେ, ଯାହାକୁ ଆପଣ ନିଜ ଘରେ ପ୍ରସ୍ତୁତ କରିପାରିବେ ଓ ଏଥିରେ ଆପଣଙ୍କୁ ମାତ୍ର ୫ଶହ ଟଙ୍କାରୁ କମ୍ ଖର୍ଚ୍ଚ ପଡ଼ିବ । ମାଟି ପାତ୍ରରେ ଏକ ଏୟାର କଣ୍ଡିସନର ତିଆରି କରିବା ପାଇଁ ଆପଣଙ୍କୁ କେବଳ ଏକ ଲମ୍ବା ଏବଂ ପ୍ରଶସ୍ତ ହାଣ୍ଡି ନେବାକୁ ପଡିବ ଯେଉଁଥିରେ ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା ହୋଇଯାଏ । ଏୟାର କଣ୍ଡିସନର ପ୍ରସ୍ତୁତ କରିବାକୁ, ସର୍ବପ୍ରଥମେ ଆପଣଙ୍କୁ ଏକ ମାଟି ପାତ୍ରରେ ଛୋଟ ଛୋଟ ହୋଲ ତିଆରି କରିବାକୁ ପଡିବ, ଯାହାଦ୍ଵାରା ଏୟାର ଭେଣ୍ଟିଲେଶନ ସଠିକ୍ ଭାବେ ହୋଇପାରିବ ।

usb ଫ୍ୟାନ ବ୍ୟବହାର କରିବାକୁ ପଡିବ

ଆପଣଙ୍କୁ କେବଳ ଏହି ଫ୍ୟାନକୁ ଏହି ମାଟି ହାଣ୍ଡିର ଉପର ପାର୍ଶ୍ୱରେ ରଖିବାକୁ ହେବ ଓ ଏହି ହାଣ୍ଡିରେ ପାଣି ଭରିବାକୁ ପଡିବ । ଏହା ପରେ ଯେତେବେଳେ ଆପଣ ଏହି ଫ୍ୟାନ ଚଳାଇବା ଆରମ୍ଭ କରିବେ, ପାଣିରୁ ଆସୁଥିବା ବାୟୁ ଥଣ୍ଡା ହୋଇ ବାହାରକୁ ଆସିବା ଆରମ୍ଭ କରିବ, ଯେଉଁ କାରଣରୁ ରୁମରେ ଥିବା ଲୋକମାନେ ଥଣ୍ଡା ଅନୁଭବ କରିବେ । ଏହି ଘର ତିଆରି ଏୟାର କଣ୍ଡିସନର ବହୁତ ଭଲ ଓ ଆପଣ ଏହାକୁ ଘରେ ସହଜରେ ପ୍ରସ୍ତୁତ କରିପାରିବେ ।

ଏହି ଖବର ପଢ଼ନ୍ତୁ - http://ପୋଲିସର ନୂଆ ମନ୍ତ୍ର: "ଭଦ୍ରଙ୍କ ସହ ଫୁଲ ପରି ନରମ, ଦୁଷ୍ଟଙ୍କ ସହିତ ବଜ୍ର ପରି କଠିନ"
Published by:Soubhagya Mishra
First published: