News18 Odia Digital
ବିବାହ ପୂର୍ବରୁ ସେକ୍ସ .. ଏହାକୁ କିଛି ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ମଧ୍ୟ ସମର୍ଥନ କରନ୍ତି ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରହିବା ସାଧାରଣ କଥା । କିନ୍ତୁ ଆମ ଦେଶରେ ଯେଉଁଠାରେ ପରମ୍ପରା ମୂଲ୍ୟବାନ, ଅନେକ ଲୋକ ଏପରି ଜିନିଷକୁ ଗ୍ରହଣ କରନ୍ତି ନାହିଁ । କିଛି ଯୁବକ ମାନଙ୍କ କହିବା ଅନୁଯାୟୀ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଭୁଲ୍ ନୁହେଁ । ଅନେକ ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ବିବାହ ପୂର୍ବରୁ ଅନେକ ଲୋକ ଶାରୀରିକ ସମ୍ପର୍କ ରଖିଛନ୍ତି । କିନ୍ତୁ କିଛି ଲୋକ ଭାବନ୍ତି କେବଳ ସହରରେ ରହୁଥିବା ଯୁବକମାନେ ଏହି ପ୍ରକାର ସଂସ୍କୃତିରେ ଅଭ୍ୟସ୍ତ ଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ସମାନ ପରମ୍ପରା ମଧ୍ୟ ଅଛି ? ସେଠାରେ ଯୁବକ ଓ ଯୁବତୀ ମାନେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଥାନ୍ତି ।
ନକ୍ସଲ ପ୍ରଭାବିତ ଅଞ୍ଚଳ ଛତିଶଗଡର ବସ୍ତର ଜିଲ୍ଲାରେ ଗୋଣ୍ଡ ଓ ମୁରିଆ ଆଦିବାସୀ ବାସବାସ କରନ୍ତି । ସେମାନଙ୍କର ରୀତିନୀତି ଓ ପରମ୍ପରା ଟିକେ ସାମାନ୍ୟ ଭିନ୍ନ । ସାଧାରଣତଃ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସମ୍ବନ୍ଧରେ କହିବା ଆମ ଦେଶରେ ଏକ ବଡ ଭୁଲ ଭାବରେ ବିବେଚନା କରାଯାଇ ଥାଏ । କିନ୍ତୁ ଏହି ଆଦିବାସୀମାନଙ୍କ ମଧ୍ୟରେ ଏହା ସାଧାରଣ ଅଟେ। ପ୍ରେମୀଯୁଗଳ ମାନେ ଏକାଠି ବସବାସ କରନ୍ତି ଓ ଶାରୀରିକ ସମ୍ପର୍କ ରଖନ୍ତି... ଯାହା ସମସ୍ତଙ୍କୁ ଜଣା ଥାଏ ।
ଛତିଶଗଡର ଏହି ଆଦିବାସୀ ମାନେ ଘୋଟୁଲ ନାମକ ଏକ ପରମ୍ପରାକୁ ଅନୁସରଣ କରନ୍ତି । ଘୋଟୁଲର ଅର୍ଥ ହେଉଛି ବଡ଼ ବାଉଁଶରେ ତିଆରି ଏକ ଘର । ଏଗୁଡ଼ିକ ସହରାଞ୍ଚଳର ନାଇଟ୍ କ୍ଲବ୍ ପରି ଦେଖାଯାଏ । ଯୁବକ ଓ ଯୁବତୀମାନେ ପରସ୍ପରକୁ ଜାଣିବା ଓ ମଜା କରିବା ପାଇଁ ଏଠାକୁ ଆସଥାନ୍ତି । ୧୦ ବର୍ଷରୁ ଅଧିକ କୌଣସି ବି ପିଲା ଘୋଟୁଲକୁ ଯାଇପାରନ୍ତି । ସେବେଠାରୁ ପିତାମାତା ମଧ୍ୟ ସେମାନଙ୍କୁ ଘୋଟୁଲକୁ ପଠାଇବା ଆରମ୍ଭ କରନ୍ତି । ସେମାନେ ଘୋଟୁଲକୁ ଯାଇ କିଛି ବି କରିବାକୁ ସ୍ବାଧୀନତା ପାଇଥାନ୍ତି । ଘୋଟୁଲରେ ପରସ୍ପରକୁ ବୁଝିବା ପରେ .. ଯୁବକ ଓ ଯୁବତୀମାନେ ବିବାହ ପୂର୍ବରୁ ପରସ୍ପର ସହିତ ଶାରୀରିକ ସମ୍ପର୍କ ରଖିପାରନ୍ତି । ଯୌନ ସମ୍ପର୍କ ସ୍ଥାପନ କରିପାରନ୍ତି । ଏଠାରେ ସେମାନଙ୍କର କୌଣସି ସାମାଜିକ ଚାପ ବିନା ସେମାନଙ୍କ ସାଥୀ ବାଛିବା ପାଇଁ ସ୍ୱାଧୀନତା ମଧ୍ୟ ମିଳିଥାଏ ।
ଘୋଟୁଲରେ ଯୁବକ ଓ ଯୁବତୀମାନେ ଗୀତ ଗାଇ ପରସ୍ପର ସହ ନାଚନ୍ତି । ଯୁବକମାନେ ନିଜ ପସନ୍ଦର ଯୁବତୀ ପାଇଁ ସ୍ୱତନ୍ତ୍ର ଭାବେ ବାଉଁଶରେ ନିର୍ମିତ କମ୍ବି ଦିଅନ୍ତି । ସେହି କମ୍ବିକୁ ତାଙ୍କ ମୁଣ୍ଡରେ ରଖିଥାନ୍ତି । ଯଦି ଯୁବତୀ ତାଙ୍କୁ ପସନ୍ଦ କରନ୍ତି .. ସେ କମ୍ବିକୁ ମୁଣ୍ଡ ଉପରେ ରଖିଥାନ୍ତି । ଯଦି ପସନ୍ଦ ନ ହୁଅନ୍ତି ତାକୁ ମୁଣ୍ତ ଉପରୁ ଉଠାଇ ଦେଇଥାନ୍ତି ।
ପଢନ୍ତୁ ଏହି ଖବର :
http://AIIMS ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର; ଗର୍ଭସ୍ଥ ଶିଶୁର କଲେ ହାର୍ଟ ଅସ୍ତ୍ରୋପଚାରତା’ପରେ ସେମାନେ ଏକାଠି ରହିପାରନ୍ତି । ପରସ୍ପର ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିପରନ୍ତି । କିଛି ମାସ ପରେ ମଧ୍ୟ, ଯଦି ଏହି ଦୁଇଜଣ ପରସ୍ପରକୁ ପସନ୍ଦ କରନ୍ତି, ତେବେ ଉଭୟ ପରିବାରର ସଦସ୍ୟମାନେ ସେମାନଙ୍କୁ ବିବାହ କରନ୍ତି । କେତେକଙ୍କ ସହ ରହିବା ପରେ ଗର୍ଭବତୀ ହେବାର ଅଧିକ ସମ୍ଭାବନା ଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଗର୍ଭାବସ୍ଥାରେ ମଧ୍ୟ ବିବାହ କରିଥାନ୍ତି । ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ପରମ୍ପରା ହେତୁ ଆଦିବାସୀ ଅଞ୍ଚଳରେ କୌଣସି ଯୌନ ଉତ୍ପୀଡ଼ନ ହୁଏ ନାହିଁ। ଏପର୍ଯ୍ୟନ୍ତ ଏଭଳି ଗୋଟିଏ ମାମଲା ପଞ୍ଜିକୃତ ବି ହୋଇନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।