ସର୍ଟ ରେଞ୍ଜ ଡ଼ିଫେନ୍ସ ସିଷ୍ଟମ
- News18 Odia
- Last Updated :
- Other, India
News 18 Odia Digital
ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ମଙ୍ଗଳବାର ଦିନ ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ (VSHORADS) କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ ଉଡ଼ାଣ କରିଛି। ଏହି କ୍ଷେପଣାସ୍ତ୍ରଗୁଡିକ ଓଡ଼ିଶା ଉପକୂଳବର୍ତ୍ତୀ ଚାନ୍ଦିପୁରରେ ଥିବା ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଗ୍ରାଉଣ୍ଡ-ଆଧାରିତ ପୋର୍ଟେବଲ୍ ଲଞ୍ଚରରୁ ପରୀକ୍ଷଣ କରାଯାଇଥିଲା।
DRDO ଅନୁଯାୟୀ, VSHORADS ହେଉଛି ମ୍ୟାନ୍ ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍ (MANPAD)। ଯାହାକି DRDO ର ଅନୁସନ୍ଧାନ କେନ୍ଦ୍ର (RCI), ହାଇଦ୍ରାବାଦ ଦ୍ଵାରା ଅନ୍ୟାନ୍ୟ DRDO ଲାବୋରେଟୋରୀ ଏବଂ ଭାରତୀୟ ଶିଳ୍ପ ସହଭାଗୀମାନଙ୍କ ସହଯୋଗରେ ସ୍ୱଦେଶୀ ଭାବରେ ପରିକଳ୍ପିତ ଏବଂ ବିକଶିତ ହୋଇଛି।
ସୂଚନା ଅନୁଯାୟୀ, ଉଭୟ ଉଡ଼ାଣ ପରୀକ୍ଷଣ ମିଶନର ଉଦ୍ଦେଶ୍ୟ ପୂରଣ କରିଛି। ଏହାପୂର୍ବରୁ ସେପ୍ଟେମ୍ବର ୮ ରେ ଭାରତ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଓଡ଼ିଶା ଉପକୂଳରେ ଦ୍ରୁତ ପ୍ରତିକ୍ରିୟା ସର୍ଫେସ୍-ଟୁ-ଏୟାର ମିସାଇଲ୍ (QRSAM) ସିଷ୍ଟମର ୬ଟି ଫ୍ଲାଇଟ୍ ପରୀକ୍ଷା ସଫଳତାର ସହ ସମାପ୍ତ କରିଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।