Success Story: ବିନା IIT-IIM ସାର୍ଟିଫିକଟରେ ଗୁଗୁଲ ଦେଲା ଚାକିରି; ଦରମା ବାର୍ଷିକ ୧ କୋଟି

Success Story: ପାଟନାର ଝିଅକୁ ଗୁଗୁଲ ଦେଲା ୧ କୋଟି ଟଙ୍କାର ଜବ୍ ପ୍ୟାକେଜ୍‌ ଅଫର୍। ତା ବି ପୁଣି ବିନା କୌଣସି ଆଇଆଇଟି-ଆଇଆଇଏମର ସାର୍ଟିଫିକେଟରେ ।

Success Story: ବିନା IIT-IIM ସାର୍ଟିଫିକଟରେ ଗୁଗୁଲ ଦେଲା ଚାକିରି; ଦରମା ବାର୍ଷିକ ୧ କୋଟି

Success Story: ବିନା IIT-IIM ସାର୍ଟିଫିକଟରେ ଗୁଗୁଲ ଦେଲା ଚାକିରି; ଦରମା ବାର୍ଷିକ ୧ କୋଟି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Success Story: ପାଟନାର ଝିଅକୁ ଗୁଗୁଲ ଦେଲା ୧ କୋଟି ଟଙ୍କାର ଜବ୍ ପ୍ୟାକେଜ୍‌ ଅଫର୍। ତା ବି ପୁଣି ବିନା କୌଣସି ଆଇଆଇଟି-ଆଇଆଇଏମର ସାର୍ଟିଫିକେଟରେ । ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ ଲକ୍ଷ ଲକ୍ଷ ଟଙ୍କାର ଦରମା ପ୍ୟାକେଜ୍ ଉପରେ ପ୍ଲେସମେଣ୍ଟ୍ ଆସେ, ଆଇଆଇଟି ଏବଂ ଆଇଆଇଏମ୍‌ର ନାମ ପ୍ରାୟତ ନିଆ ଯାଇଥାଏ। କିନ୍ତୁ ୨୦୨୨ରେ, ପାଟଣାର ଜଣେ ଝିଅ ଗୁଗୁଲ ଦ୍ୱାରା ୧ କୋଟିରୁ ଅଧିକ ଦରମା ପ୍ୟାକେଜରେ ନିଯୁକ୍ତି ପାଇଥିଲେ । ତେବେ ସେ ଆଇଆଇଟି କିମ୍ବା କୌଣସି ଆଇଆଇଏମର ଛାତ୍ରୀ ନଥିଲେ। ତେବେ ଆପଣ ଭାବୁଥିବେ ଯେ ଏହା କିପରି ସମ୍ଭବ ହେଲା । ସଫଳତା ପାଇବାକୁ ହେଲେ କୌଣସି ନାମୀଦାମୀ କଲେଜରେ ପଢିବା ଆବଶ୍ୟକ ନୁହେଁ। ସଫଳତା ପାଇବାକୁ ହେଲେ ଅନେକ କଠିନ ପରିଶ୍ରମ କରିବାକୁ ପଡିଥାଏ । ଯଦି ମନୋବଳ ଓ ଲକ୍ଷ ସ୍ଥିର ରୁହେ ତେବେ ମଣିଷ ଜୀବନରେ ସବୁକିଛି ହାସଲ କରିନିଏ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ପଟନାର ଏହି ଛାତ୍ରୀ ଜଣଙ୍କ ।

ତେବେ ତାଙ୍କ ନାଁ ହେଉଛି ସଂପ୍ରୀତି ଯାଦବ। ପାଟନାର ନେହେରୁ ନାଗରରେ ସେ ରୁହନ୍ତି । ସଂପ୍ରୀତିଙ୍କ ଯାଦବଙ୍କ ପିତା ରାମଶଙ୍କର ଯାଦବ ଜଣେ ବ୍ୟାଙ୍କ ଅଧିକାରୀ ଅଟନ୍ତି। ମାଆ ଶଶି ପ୍ରଧାନ ଯୋଜନା ଏବଂ ବିକାଶ ବିଭାଗରେ ସହକାରୀ ନିର୍ଦ୍ଦେଶକ ଅଛନ୍ତି । ସେ ୨୦୧୪ରେ ୧୦ CGPA ସହିତ ମାଟ୍ରିକ୍ ପାସ୍ କରିଥିଲେ । ପରେ ୨୦୧୬ରେ ଦ୍ୱାଦଶ ଏବଂ JEE ମେନ୍ସ ପାସ୍ କରିଥିଲେ । ଏହା ପରେ ଦିଲ୍ଲୀ ଟେକ୍ନୋଲୋଜି ୟୁନିଭର୍ସିଟି (ଡିଟିୟୁ)ରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ ପାସ୍ କରିଛନ୍ତି ସମ୍ପପ୍ରିତୀ । ସେ ଏବେ ଆମେରିକାରେ ଏକ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି । ୧୪ ଫେବୃଆରୀ ୨୦୨୨ରେ ଗୁଗୁଲରେ ଜଣେ ଏମପ୍ଲୋୟୀ ଭାବେ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ଗୁଗୁଲ ତାଙ୍କୁ ଏକ କୋଟି ୧୦ ଲକ୍ଷ ଟଙ୍କାର ପ୍ୟାକେଜ୍ ଦେଇଥିଲା। ସଂପ୍ରୀତି ଗୁଗୁଲରେ ଯୋଗ ଦେବା ପୂର୍ବରୁ ସେ ମାଇକ୍ରୋସଫ୍ଟରେ କାମ କରୁଥିଲେ। ମାଇକ୍ରୋସଫ୍ଟ କମ୍ପାନୀ ତାଙ୍କୁ ବାର୍ଷିକ ୪୪ ଲକ୍ଷ ପ୍ୟାକେଜ୍ ଦେଉଥିଲା। କିନ୍ତୁ ଗୁଗୁଲର ଅଫର୍ ଆସିବା ପରେ ସେ ମାଇକ୍ରୋସଫ୍ଟ ଛାଡି ଦେଇଥିଲେ ।

ସଂପ୍ରୀତିଙ୍କ ଛୋଟବେଳୁ ସଙ୍ଗୀତ, ନାଟକ ଏବଂ ଖେଳ ପ୍ରତି ଅନେକ ଆଗ୍ରହୀ। ସେ ଆଇଆଇଟି ଦିଲ୍ଲୀ ଏବଂ ବମ୍ବେ ସମେତ ୫୦ରୁ ଅଧିକ କଲେଜରେ ନାଟକ ପରିବେଷଣ କରିଛନ୍ତି । ପ୍ରାୟ ତିନି ବର୍ଷ ଧରି ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ତାଲିମ ନେଇଛନ୍ତି। ଏହା ବ୍ୟତୀତ ସେ ଅନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡରେ ୩୫ ତମ ସ୍ଥାନ ଏବଂ ଜାତୀୟ ବିଜ୍ଞାନ ଅଲିମ୍ପିଆଡରେ ୧୭୦ ତମ ସ୍ଥାନ ହାସଲ କରିଛନ୍ତି ।

ପଢନ୍ତୁ ଏହି ଖବର:  Cabinet Reshuffle: ନବୀନଙ୍କ ନୂଆ ଟିମ୍‌ ପାଇଁ ନାଁ ଚୂଡ଼ାନ୍ତ; ମନ୍ତ୍ରୀ ହେବେ ବିକ୍ରମ, ସୁଦାମ୍‌ ଓ ଶାରଦା
Published by:Sujit Swain
First published: