News18 Odia Digital
Success Story: କଠିନ ପରିଶ୍ରମ ଦ୍ବାରା କେହି ବି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରନ୍ତି। ଚେଷ୍ଟା ଆଉ ଧୈର୍ଯ୍ୟ ଥିଲେ ସଫଳତା ଆପଣଙ୍କ ପଦ ଛୁଇଁ। ଆଜି ଏମିତି ଏକ ସଫଳତାର କାହାଣୀ (Success Story) ଆମେ ଆପଣଙ୍କୁ କହିବାକୁ ଯାଉଛୁ। ହୁଏତଃ ଯାହାକୁ ଶୁଣିବା ପରେ ଆପଣ ସହଜରେ ବିଶ୍ବାକ କରିପାରିବେନି। ହେଲେ କଥାଟି ଏକଦମ ସତ।
କଥାଟି ହେଲା ଯେ ଝାଡଖଣ୍ଡର ବାସିନ୍ଦା ରିତିକା ସୁରିନ୍ ଏହି କଥାକୁ ସତ୍ୟ ବୋଲି ପ୍ରମାଣ କରିଛନ୍ତି। ରିତିକା ସୁରିନ୍ ଗ୍ରେଟର ନୋଏଡାର ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ କଲେଜରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ମିଳିଛି। ହେଲେ ମୁଖ୍ୟ କଥା ହେଲା ଯେ ଏହି କଲେଜରେ ରିତିକାଙ୍କ ବାପା ପିଅନ ରୂପେ କାର୍ଯ୍ୟ କରନ୍ତି। ରିତିକାଙ୍କ ବାପା-ମା’ ଏହି ଖବର ଶୁଣି ଖୁସିରେ ବିଭୋର ହୋଇ ଉଠିଛନ୍ତି।
ରିତିକା ସୁରିନଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ। ସେ ଅତି ସାଧାରଣ ପରିବାରରୁ ଆସିଛନ୍ତି। ରିତିକା ସୁରିନଙ୍କ ପିତାମାତା ୨୦ ବର୍ଷ ପୂର୍ବେ ଝାଡଖଣ୍ଡରୁ ନୋଏଡାକୁ ଜୀବିକା ନିର୍ବାହ କରିବାକୁ ଆସିଥିଲେ। ଏହା ପରେ ସେ ଏଠାରେ ନିଜର ଛୋଟ ପରିବାର ଆରମ୍ଭ କରିଥିଲେ।
ଏହି ଖବର ବି ପଢ଼ନ୍ତୁ: Budget 2023: ୧୦୦ରୁ ଅଧିକ ଲୋକଙ୍କ ଟିମ ତିଆରି କରନ୍ତି ବଜେଟ୍; ଏମିତି କରାଯାଏ ପ୍ରସ୍ତୁତିରିତିକା ସୁରିନଙ୍କ ବାପା ନଭଲ ସୁରିନ କହିଛନ୍ତି, “ମୁଁ ଏକ ଘରୋଇ କଲେଜରେ ପିଅନ ଭାବରେ କାମ କରେ। ମୁଁ କେବେ ଭାବି ନ ଥିଲି ଯେ ମୋ ଝିଅ ପାଠ ପଢ଼ିବ ଆଉ ଚାକିରି କରିବ। କିନ୍ତୁ କୌଣସି ପ୍ରକାରେ ନିଜ ଜୀବନକୁ କଷ୍ଟରେ ବିତାଇ ଝିଅକୁ ଶିକ୍ଷା ଦେଲି। ଆମକୁ ତ ହିନ୍ଦୀ ବି ଠିକ୍ ଭାବରେ କହିଆସେନି। କିନ୍ତୁ ରିତିକା ବହୁତ ଭଲ ଇଂରାଜୀ କୁହେ।”
ସେହିପରି ରିତିକାଙ୍କ ମା' ମେରି ଗ୍ଲୋରିଆ ସୁରିନ୍ କୁହନ୍ତି, “ମୁଁ ନୋଏଡାର ଲୋକଙ୍କ ଘରେ କାମ କରେ। ପୂର୍ବରୁ ଖାଇବା ପାଇଁ ମଧ୍ୟ ଟଙ୍କା ନଥିଲା। ଧୀରେ ଧୀରେ ସବୁ କିଛି କରି ଝିଅକୁ ପାଠ ପଢେଇଲୁ।”
ପ୍ରକାଶ ଥାଉକି ରିତିକା ସୁରିନ ଏବେ ଏମବିଏ କରୁଛନ୍ତି। ଅଟୋ ଡେସ୍କ କମ୍ପାନୀରେ ତାଙ୍କ ପ୍ଲେସ୍ମେଣ୍ଟ ବର୍ଷକୁ ୨୦ ଲକ୍ଷ ଟଙ୍କାରେ କରାଯାଇଛି। ଏହି ଅବସରରେ ସେ କହିଛନ୍ତି, “ମୁଁ ମୋର ବାପାମା’ଙ୍କ ନା’କୁ ଉଜ୍ଜ୍ୱଳ କରିବାକୁ ଚାହୁଁଛି। ମୋତେ ନିଜକୁ ପ୍ରମାଣ କରିବାକୁ ପଡ଼ିବ ଯେ ମୁଁ ପାଇଥିବା ସୁଯୋଗ ପାଇଁ ମୁଁ ଯୋଗ୍ୟ। ମୁଁ ଦେଖିଛି ମୋ ମା’ କଠିନ ପରିଶ୍ରମ କରୁଛନ୍ତି। ମୁଁ ପଢୁଥିବା କଲେଜରେ ମୋ ବାପା ଜଣେ ପିଅନ ଭାବରେ କାମ କରନ୍ତି। ମୁଁ ଏସବୁ ଭୁଲି ପାରିବି ନାହିଁ।”
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।