Success Story: ବ୍ୟବସାୟ ପାଇଁ ଚାକିରି ଛାଡ଼ିଲେ; ପ୍ରଥମେ ୧୨ ଲକ୍ଷ କ୍ଷତି ସହିଲେ ଏବେ ୧୦୦ କୋଟିର ମାଲିକ

Success Story: ଲୋକମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଯେକୌଣସି ସ୍ତରକୁ ମଧ୍ୟ ଯାଇଥାନ୍ତି । ସେହିପରି ବ୍ୟବସାୟ ପାଇଁ ଚାକିରି ଛାଡ଼ିଲେ ଅରୁଣବ । ପ୍ରଥମେ ୧୨ ଲକ୍ଷ କ୍ଷତି ସହିଥିଲେ ଏବେ ୧୦୦ କୋଟିର ମାଲିକ ।

Success Story: ବ୍ୟବସାୟ ପାଇଁ ଚାକିରି ଛାଡ଼ିଲେ; ପ୍ରଥମେ ୧୨ ଲକ୍ଷ କ୍ଷତି ସହିଲେ ଏବେ ୧୦୦ କୋଟିର ମାଲିକ

Success Story: ବ୍ୟବସାୟ ପାଇଁ ଚାକିରି ଛାଡ଼ିଲେ; ପ୍ରଥମେ ୧୨ ଲକ୍ଷ କ୍ଷତି ସହିଲେ ଏବେ ୧୦୦ କୋଟିର ମାଲିକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Success Story: ଲୋକମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଯେକୌଣସି ସ୍ତରକୁ ମଧ୍ୟ ଯାଇଥାନ୍ତି । ସେହିଭଳି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ । କିଛି ଲୋକ ଅଛନ୍ତି ତାଙ୍କର ନିଜ ଲକ୍ଷ୍ୟ ହାସଲ ନକରିବା ପର୍ଯ୍ୟନ୍ତ ପଛକୁ ଯାଆନ୍ତି ନାହିଁ । ରାସ୍ତାରେ ଯେତେ ବାଧାବିଘ୍ନ ଆସୁ ନା କାହିଁକି । ଅରୁଣବ ସିହ୍ନା ମଧ୍ୟ ସମାନ ଭାବରେ ପଛକୁ ହଟି ନଥିଲେ । ଝାଡଖଣ୍ଡର ଜାମସେଦପୁରର ଏକ ମଧ୍ୟବିତ୍ତ ପରିବାରରୁ ଆସି ଅରୁଣବ ବ୍ୟବସାୟ ଆରମ୍ଭ କରିବାର ଏକ ମାସ ମଧ୍ୟରେ ପ୍ରାୟ ସମସ୍ତ ବ୍ୟବସାୟରେ କ୍ଷତି ସହିଥିଲେ । କିନ୍ତୁ ସେ ସାହସ ହରାଇ ନଥିଲେ ଏବଂ ତାଙ୍କ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ତାଙ୍କ ପତ୍ନୀ ଗୁଞ୍ଜନ ତାନେଜାଙ୍କ ସହ ତାଙ୍କର ସ୍ୱପ୍ନକୁ ସେ ସାକାର କଲେ । ଶେଷରେ ସେ ସଫଳତା ପାଇଥିଲେ ।

୨୦୦୮ରେ ଆଇଆଇଟିରୁ ଇଞ୍ଜିନିୟରିଂ ସମାପ୍ତ କରିବା ପରେ ଅରୁଣବ ଏକ ଭଲ ପ୍ୟାକେଜ୍ ସହିତ ଏକ ବଡ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ । ତଥାପି, ସେ ସେଠାରେ କାମ କରିଲେ ନାହିଁ ଏବଂ ଚାକିରି ବଦଳାଇଲେ । ୨୦୧୧ରେ, ସେ ତାଙ୍କର ପ୍ରଥମ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ । ୨୦୧୫ରେ, ସେ ଏହାକୁ ସେହି କମ୍ପାନୀକୁ ବିକ୍ରି କରିଥିଲେ ଯାହା ତାଙ୍କୁ ଏହି ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ଅର୍ଥ ଦେଇଥିଲା । ଏହା ପରେ ସେ ପୁଣି ଥରେ କାମ କରିବା ଆରମ୍ଭ କଲେ । ଏଥର ସେ ବାର୍ଷିକ କୋଟି କୋଟି ଟଙ୍କା ପ୍ୟାକେଜ ସହିତ ଚାକିରି ଆରମ୍ଭ କରିଥିଲେ । କିନ୍ତୁ ଚାକିରି କରିବା ନୁହେଁ ବରଂ ଚାକିରି ଦେବା ତାଙ୍କ ଭାଗ୍ୟରେ ଲେଖାଯାଇଥିଲା....

Uclean ନାମକ ଏକ କମ୍ପାନୀ ୨୦୧୭ରେ ଲଞ୍ଚ କରିଥିଲେ...
ଅରୁଣାବ ୨୦୧୬ରେ ନିଜର କୋଟି ଟଙ୍କାର ଚାକିରି ଛାଡି ୨୦୧୭ରେ Uclean ପ୍ରତିଷ୍ଠା କରିଥିଲେ । ଏହା ଏକ ପରିଷ୍କାର ଓ ସ୍ବଚ୍ଛାତ କମ୍ପାନୀ ଥିଲା । ସେ କହିଥିଲେ ଯେ ହୋଟେଲରେ କାମ କରିବାବେଳେ ସେ ବୁଝିଥିଲେ ଯେ ପୋଷାକ ସଠିକ୍ ପରିଷ୍କାର ହୋଇନଥିବାରୁ ଲୋକମାନେ ଅନେକ ପ୍ରକାରର ଅଭିଯୋଗ କରନ୍ତି । ଅରୁଣବଙ୍କ କହିବା ଅନୁଯାୟୀ, ଏହି କ୍ଷେତ୍ରରେ ଆଗକୁ ବଢିବାକୁ ଅନେକ ସୁଯୋଗ ଥିଲା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ଅଧିକାଂଶ ପୋଷାକ ଧୋବା ଘାଟରେ ପାରମ୍ପାରିକ ଢଙ୍ଗରେ ଧୋଉଥିଲେ । ଏହାକୁ ଧ୍ୟାନରେ ରଖି ସେ ଏକ କମ୍ପାନୀ ଆରମ୍ଭ କରିଥିଲେ...

ପ୍ରଥମ ମାସରେ ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା...
ସମସ୍ତେ ତାଙ୍କ ଚିନ୍ତାଧାରାକୁ ପସନ୍ଦ କରୁଥିଲେ କିନ୍ତୁ ଟଙ୍କା ବିନିଯୋଗ କରିବାକୁ କେହି ପ୍ରସ୍ତୁତ ନଥିଲେ । କୌଣସି ପ୍ରକାରେ ଦିଲ୍ଲୀର ଏକ ସଫେଇ ଦୋକାନର ମାଲିକ ତାଙ୍କର ୬ଟି ଷ୍ଟୋର ମଧ୍ୟରୁ ୨ଟି ଦେବାକୁ ରାଜି ହୋଇଥିଲେ । ଷ୍ଟୋରଗୁଡ଼ିକୁ ଭଲ ଦେଖାଯିବା ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରଥିଲେ ଦୋକାନର ମାଲିକ କିନ୍ତୁ ଏହାର ପ୍ରତିବଦଳରେ ଅରୁଣବ ରାଜି ହୋଇଥିଲେ ଯେ ସେ ତାଙ୍କୁ ଭଡା ବ୍ୟତୀତ ପ୍ରତ୍ୟେକ ମାସରେ ୫୦,୦୦୦ ଟଙ୍କା ଦେବାକ କହିଥିଲେ ଘରର ମାଲିକ । ବସନ୍ତ କୁଞ୍ଜରେ ଅରୁଣବଙ୍କ ପ୍ରଥମ ଷ୍ଟୋର୍‌ ଖୋଲିଥିଲା । ଷ୍ଟୋର ଖୋଲିବାର ମାତ୍ର ୨୧ ଦିନ ପରେ କିଛି ବୌଷୟିକ କାରଣରୁ ସେଠାରେ ଅଗ୍ନିକାଣ୍ଡ ଘଟି ୧୨ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ସମ୍ପତ୍ତି ପାଉଁଶ ହୋଇଯାଇଥିଲା ।

ଅରୁଣବ ଅନୁଭବ କଲେ ଯେ ଏହା ହେଉଛି ଶେଷ ମୁଁ ଆଉ ଆଗକୁ ବଢିପାରିବି ନାହିଁ, ତଥାପି ସେ ହାର ମାନିନଥିଲେ ଓ ୱାଶିଂ ମେସିନ୍ ତିଆରି କରୁଥିବା ଏକ କମ୍ପାନୀ ଆଲାଇନ୍ସ ଲଣ୍ଡ୍ରି ସହିତ ଯୋଗାଯୋଗ କରିଥିଲେ। ମାଗଣାରେ ୩ଟି ନୂଆ ମେସିନ୍ ଦେବାକୁ ଆଲାଏନ୍ସ ରାଜି ହୋଇଥିଲା । ଏହା ପରେ ପୁଣି ସେ ତାଙ୍କର କାମ ଆରମ୍ଭ କରିଥିଲେ । ଅରୁଣବଙ୍କ Uclean କମ୍ପାନୀ ତା’ପରେ ଫ୍ରାଞ୍ଚାଇଜ୍ ମଡେଲ୍ ଆପଣାଇଲା । ବର୍ତ୍ତମାନ Uclean ଫ୍ରାଞ୍ଚାଇଜ୍ ପାଇଁ ୫ଲକ୍ଷ ଟଙ୍କା ସହ ମାସିକ ରୟାଲଟି ବାବଦରେ ୫-୭% ନେଉଛି । କିଲୋଗ୍ରାମ ପିଛା ଧୋଇବା ପାଇଁ ୮୦-୧୮୦ ଟଙ୍କା ନେଉଛନ୍ତି । ଏଥିସହ ମୂଲ୍ୟବାନ ପୋଷାକକୁ ସଫା କରିବା ପାଇଁ ଓ ଶୁଖାଇବା ପାଇଁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି । ମାତ୍ର ୬ ବର୍ଷ ମଧ୍ୟରେ, Uclean ୧୦୦ କୋଟି ଟଙ୍କାର କାରବାର ହାସଲ କରିଛି । ୯୩ ଟି ସହରରେ ଏହାର ୩୨୩ ଷ୍ଟୋର ଅଛି ।



ପଢନ୍ତୁ ଏହି ଖବର : ନବୀନଙ୍କ ପାଓ୍ବାର ସୋ’; ଦୀପାଳିଙ୍କ ପାଇଁ ଏକାଠି ହେଲେ BJDର ହେଭିଓ୍ବେଟ
Published by:Sujit Swain
First published: