ଭାଗ୍ୟ ଏମିତି: ୫୫ ବର୍ଷର ଭିକ୍ଷୁକଙ୍କୁ ମିଳିଲା ଶିକ୍ଷକ ଚାକିରି

କେଦାରେଶ୍ୱରଙ୍କ ଜୀବନରେ ଘଟିଛି ଏମିତି କିଛି ଘଟଣା ଯାହା ଆପଣଙ୍କୁ ଭାବବିହ୍ୟୁଳ କରିବାକୁ ବାଧ୍ୟ କରିବ।

ଭିକ ମାଗୁଥିଲେ, ଏବେ ଶିକ୍ଷକତା କରିବେ

ଭିକ ମାଗୁଥିଲେ, ଏବେ ଶିକ୍ଷକତା କରିବେ

  • Share this:
News18 Odia Digital

ଆନ୍ଧ୍ରପ୍ରଦେଶ : ଅଦାଲତକୁ ଦୌଡ଼ି ଦୌଡ଼ି ବିତିଯାଇଥିଲା ପାଖାପାଖି ୨୫ ବର୍ଷ । ବୟସର ଅପରାହ୍ଣରେ ଭିକ୍ଷାବୃତ୍ତିକୁ ଆପଣାଇ ନେଇଥିଲେ ଅସହାୟ ମଣିଷ ଜଣଙ୍କ । ଶେଷରେ ଭଗବାନ ଡାକ ଶୁଣିଲେ, ବଦଳିଗଲା ଭାଗ୍ୟ, ମିଳିଲା ଚାକିରି । ଘଟଣାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ।

ଶ୍ରୀକାକୁଲମ ସ୍ଥିତ ପାତାପାଟଣା ମଣ୍ଡଳର ଆଲାକା କେଦାରେଶ୍ୱରଙ୍କ ଜୀବନରେ ଘଟିଛି ଏମିତି କିଛି ଘଟଣା ଯାହା ଆପଣଙ୍କୁ ଭାବବିହ୍ୟୁଳ କରିବାକୁ ବାଧ୍ୟ କରିବ । ଭିକ୍ଷୁକରୁ ଶିକ୍ଷକ ହୋଇଥିବା କେଦାରେଶ୍ୱରଙ୍କ ବୟସ ଛୁଇଁଲାଣି ୫୫ ବର୍ଷ । କିନ୍ତୁ ନ୍ୟାୟିକ ଲଢେଇରେ ବିଜୟ ଲାଭ କରିଥିବା ଘଟଣା ଆଜି ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି ।

ଯୁବ ସମୟରେ ଆଲାକା ସରକାରି ଚାକିରିଟିଏ କରିବାକୁ ପ୍ରସ୍ତୁତ ହେଉଥିଲେ । ମନରେ ଥିଲା ଅନେକ ଆଶା ଓ ଉତ୍କଣ୍ଠା, କିନ୍ତୁ ନ୍ୟାୟିକ ପ୍ରକ୍ରିୟା ତାଙ୍କ ଆଶାକୁ ନିରାଶ କରିବାପରେ ସେ ଭିକ୍ଷାବୃତ୍ତିକୁ ଆପଣାଇ ନେଇଥିଲେ ।  ବିଏଡ୍ ଡିଗ୍ରୀ ହାସଲ କରିଥିବା କେଦାରେଶ୍ୱର ୧୯୯୪ ମସିହାରେ ଜିଲ୍ଲା ମନୋନୟନ କମିଟିରେ ଆବେଦନ କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା । ୧୯୯୮ ମସିହାରେ ଆଉଥରେ ଆବେଦନ କରି ଶିକ୍ଷକତା କରିବା ପାଇଁ ମନୋନୀତ ହୋଇଥିଲେ କିନ୍ତୁ ତାହା ବିବାଦ ମଧ୍ୟକୁ ଚାଲିଯାଇଥିଲା । ଫଳସ୍ୱରୂପ ମାମଲା କୋର୍ଟରେ ଅଟକିଥିଲା । ଏହି ଘଟଣା ପରେ ନିରାଶ ହୋଇପଡିଥିଲେ କେଦାରେଶ୍ୱର । ତାପରେ ସେ ଜୀବିକା ନିର୍ବାହ ପାଇଁ ସାଇକେଲ ସାହାଯ୍ୟରେ ଗାଁରୁ ଗାଁକୁ ବୁଲି ଶାଢୀ ବିକୁଥିଲେ । କିନ୍ତୁ ବ୍ୟବସାୟରେ କ୍ଷତି ହେବାରୁ କେଦାରେଶ୍ୱର ବେସ୍ ଭାଙ୍ଗିପଡିଥିଲେ । ତାପରେ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ ।

ମାମଲା କୋର୍ଟରେ ଚାଲିଥିଲା, ଏବେ ଫଳ ମିଳିଲା । ଅଦାଲତ କେଦାରେଶ୍ୱରଙ୍କ ସପକ୍ଷରେ ରାୟ ଦେବାସହ ୧୯୯୮ ମସିହାର ତାଲିକାରେ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ନିଯୁକ୍ତି ଦେବାକୁ କହିଛନ୍ତି । କିନ୍ତୁ ଏକଥା ମଧ୍ୟ ଜାଣିନଥିଲେ କେଦାରେଶ୍ୱର, ଗାଁର କିଛି ବ୍ୟକ୍ତି ତାଙ୍କୁ ଏହି ଖବର ଦେବାପରେ କେଦାରେଶ୍ୱରଙ୍କ ଆଖିରୁ ଝରିପଡିଲା ଖୁସିର ଲୁହ ।

ପଚିଶି ବର୍ଷ ସଂଘର୍ଷର କାହାଣୀ କେଦାରଙ୍କୁ ବେସ୍ ଖୁସି ଦେଇଥିବାବେଳେ ସେ  ଏବେ ଭିକ୍ଷା ଥାଳି ଛାଡି କଲମ ଧରିବେ । ଏହି ଘଟଣା ପ୍ରଚାର ହେବାପରେ ସମଗ୍ର ଅଞ୍ଚଳରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଡେରିରେ ହେଲେ ବି ସତ୍ୟ ଓ ଧର୍ମର ଜୟ ହୋଇଥିବା କହୁଛନ୍ତି ଅଞ୍ଚଳବାସୀ ।
Published by:Soubhagya Mishra
First published: