ରାବଣର ଲଙ୍କା; ସୀତା ଜୀଙ୍କର ନେପାଳ ଠାରୁ ମହଙ୍ଗା ଶ୍ରୀ ରାମଙ୍କ ଭାରତର ପେଟ୍ରୋଲ: ସୁବ୍ରମଣ୍ୟମ ସ୍ୱାମୀ

ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ପେଟ୍ରୋଲ-ଡିଜେଲ ଦରକୁ ନେଇ ମଙ୍ଗଳବାର ଦିନ ଏକ କଟାକ୍ଷ ଭରା ଟ୍ୱିଟ୍ କରିଛନ୍ତି । ସେ ଭାରତରେ ପେଟ୍ରୋଲ ଦରକୁ ନେପାଳ ଓ ଶ୍ରୀଲଙ୍କାର ପେଟ୍ରୋଲ ଦର ସହିତ ତୁଳନା କରିଛନ୍ତି ।

ରାବଣର ଲଙ୍କା; ସୀତା ଜୀଙ୍କର ନେପାଳ ଠାରୁ ମହଙ୍ଗା ଶ୍ରୀ ରାମଙ୍କ ଭାରତର ପେଟ୍ରୋଲ: ସୁବ୍ରମଣ୍ୟମ ସ୍ୱାମୀ
ଦେଶରେ ଶେଷ ୩ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି ଘଟିନାହିଁ
  • News18 Odia
  • Last Updated: February 2, 2021, 2:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହେବାକୁ ଲାଗିଛି । ସେପଟେ ମଙ୍ଗଳବାର ଦିନ ପେଟ୍ରୋଲ-ଡିଜେଲ ଦରକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ଵମୀ ଟ୍ୱିଟ କରିଛନ୍ତି । ସେ ଭାରତରେ ପେଟ୍ରୋଲ ହାରକୁ ନେପାଳ ଓ ଶ୍ରୀଲଙ୍କାରେ ପେଟ୍ରୋଲ ଦର ସହିତ ତୁଳନା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'ରାବଣର ଲଙ୍କାରେ ପେଟ୍ରୋଲ ଲିଟର ପିଛା ୫୧ ଟଙ୍କା ରହିଛି । ସୀତା ଜୀଙ୍କର ନେପାଳରେ ପେଟ୍ରୋଲ ଲିଟର ପିଛା ୫୩ ଟଙ୍କା ଓ ଶ୍ରୀରାମ ଭାରତରେ ପେଟ୍ରୋଲ ପିଛା ୯୩ ଟଙ୍କା ରହିଛି । '

ଦେଶରେ ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି ଘଟିନାହିଁ । ଆଜି ଦିଲ୍ଲୀରେ ପେଟ୍ରୋଲର ଦାମ୍ ଲିଟର ପିଛା ୮୬ ଟଙ୍କା ଉପରେ ରହିଛି । ଏଥିସହିତ ଡିଜେଲର ଦାମ୍ ୭୬ ଟଙ୍କାରୁ ଅଧିକ ରହିଛି । ମୁମ୍ବାଇରେ ଏହି ଦରଠାରୁ ଆହୁରି ଅଧିକ ରହିଛ ।



ଏଥି ସହିତ ସାଧାରଣ ଲୋକ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ଭଳି ବଜେଟରୁ କୌଣସି ଆରାମ ପାଇପାରିନଥିଲେ । କାରଣ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତୈଳ ଜାତୀୟ ଦ୍ରବ୍ୟ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲେ ମଧ୍ୟ ସେସ ଲାଗୁ କରିଥିଲେ । ସାଧାରଣ ବଜେଟ୍ ୨୦୨୧-୨୨ ରେ ଅର୍ଥ ମନ୍ତ୍ରୀ କୃଷି ଭିତ୍ତିଭୂମି ବିକାଶର ସେସ୍ ଲାଗୁ କରିଥିଲେ ଓ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ ଯାହା ରାଜ୍ୟମାନଙ୍କୁ ବହନ କରିବାକୁ ପଡିବ । ଉଲ୍ଲେଖନୀୟ କଥା ହେଉଛି କେନ୍ଦ୍ର ସରକାରଙ୍କୁ ସେସ୍ ବାଣ୍ଟିବାକୁ ପଡିବ ନାହିଁ । ଯେତେବେଳେ ଏକ୍ସାଇଜ୍ ଡ୍ୟୁଟି ବାଣ୍ଟିବାକୁ ପଡିବ ।

ଅର୍ଥ ମନ୍ତ୍ରୀ ସୀତାରମଣ ମଧ୍ୟ ପେଟ୍ରୋଲ ଉପରେ ଲିଟର ପିଛା ୨.୫ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କାକୁ କୃଷି ସେସ୍ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଯଦିଓ ଏକ୍ସାଇଜ୍ ଡ୍ୟୁଟି ସହିତ ସମାନ ପରିମାଣ ହ୍ରାସ କରି ଏହି ବୃଦ୍ଧି ଆଡଜଷ୍ଟ ହେବ । ବର୍ତ୍ତମାନ ପେଟ୍ରୋଲ ଉପରେ ବେସିକ ଏକ୍ସାଇଜ୍ ଡ୍ୟୁଟି (BED) ଲିଟର ପିଛା ୨.୯୮ ଟଙ୍କା ଓ ଲିଟର ପିଛା ୧୨ ଟଙ୍କା ଓ ସଡକ ଏବଂ ଭିତ୍ତିଭୂମି ସେସ୍ ଲିଟର ପିଛା ୧୮ ଟଙ୍କା ମୂଲ୍ୟରେ ରହିଛି । କୃଷି ସେସକୁ ରହିବା ପାଇଁ ବିଇଡିକୁ ଲିଟର ପିଛା ୧.୪ ଟଙ୍କା ଓ SAED ଲିଟର ପିଛା ୧୧ ଟଙ୍କାକୁ ହ୍ରାସ କରାଯାଇଛି ।
Published by: Jagdish Barik
First published: February 2, 2021, 2:41 PM IST