News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସମ୍ପର୍କରେ ସୁବ୍ରମଣ୍ୟମ ସ୍ୱାମୀ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ୨୦୨୩ ଜାନୁୟାରୀ ୧୨ ରେ ସୁପ୍ରିମକୋର୍ଟରେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ରାମ ସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବେ ଗ୍ରହଣ ଘୋଷଣା ନ କରନ୍ତି, ତା’ହେଲେ ମୋଦି ନମକ ହରାମ ରୂପେ ବିବେଚିତ ହେବେ।
ବାସ୍ତବରେ ନେତା ସୁବ୍ରମଣ୍ୟମ ସ୍ୱାମୀ ତାମିଲନାଡୁର ଐତିହାସିକ ରାମ ସେତୁକୁ ଜାତୀୟ ସ୍ମାରକୀ ଭାବରେ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହି ସେତୁକୁ ନେଇ ବିବାଦ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ତତ୍କାଳୀନ ୟୁପିଏ ସରକାରଙ୍କ ଅଧୀନରେ ଥିବା ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ସୁପ୍ରିମକୋର୍ଟରେ ପ୍ରଭୁ ରାମ ଓ "ରାମସେତୁ" ଉପରେ ପ୍ରଶ୍ନ ଉଠାଇଥିଲେ।
ରାମ ସେତୁ ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପାମ୍ବନ୍ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମନ୍ନାର ଦ୍ୱୀପ ମଧ୍ୟରେ ଚୂନ ପଥରଟେ ତିଆରି ଏକ ସେତୁ। ତାମିଲନାଡୁର ରମେଶ୍ୱରମ ନିକଟରେ ସମୁଦ୍ରରେ ଅବସ୍ଥିତ ରାମ ସେତୁକୁ ଆଦାମ ବ୍ରିଜ୍ ମଧ୍ୟ କୁହାଯାଏ। ପୌରାଣିକ ଏବଂ ଧାର୍ମିକ ବିଶ୍ୱାସ ହେଉଛି ଯେ ଶ୍ରୀଲଙ୍କା ଯିବା ପାଇଁ ଭଗବାନ ରାମ ଏହି ସେତୁ ନିର୍ମାଣ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।