ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ର ପ୍ରଥମଥର କାର୍ଯ୍ୟକ୍ରମରେ ଭାଗ ନେବେ

ପ୍ରଥମଥର ପାଇଁ ୨୦୧୮ରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବା ଲାଗି ଏଭଳି ଏକ ଭିନ୍ନଧରଣର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୨୦୨୦ରେ ଏହାର ତୃତୀୟ ସଂସ୍କରଣ ଆାୟୋଜିତ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ର ପ୍ରଥମଥର କାର୍ଯ୍ୟକ୍ରମରେ ଭାଗ ନେବେ
୨୦୧୯ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • News18 Odia
  • Last Updated: January 19, 2020, 11:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜାନୁଆରୀରେ ଦେଶର ୯ରୁ ୧୨ ଛାତ୍ରୀଛାତ୍ରଙ୍କ ସହ ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗନେବାକୁ ଥିବାବେଳେ ଏଥିରେ ପ୍ରଥମଥର ଲାଗି ବିଦେଶରେ ସିବିଏସ୍ଇ ମାଧ୍ୟମରେ ପଢ଼ୁଥିବା ଛାତ୍ରୀଛାତମାନେ ବି ଭାଗନେଇପାରିବେ । ପ୍ରଥମେ ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣକୁ ଏହି ଓଣମ, ମକର ସଂକ୍ରାନ୍ତି, ପୋଙ୍ଗଲ ଏବଂ ଲୋହରି ଭଳି ପର୍ବ ଲାଗି ୨୦ ତାରିଖକୁ ଘୁଞ୍ଚାଇଦିଆଯାଇଥିଲା । ଏହି ଛାତ୍ରୀଛାତ୍ରମାନେ ଭିଡିଓ କନଫରେନ୍ସିଂ ଜରିଆରେ  ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ିହେବେ ।

ଏଥିରେ ସାରା ଦେଶରୁ ୨୦୦୦ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ପ୍ରଥମଥର ଲାଗି ଭାରତ ବାହାରେ ସିବିଏସ୍ଇ ମାଧ୍ୟମରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଭାଗ ନେଇପାରିବେ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ଆର୍.ସି. ମୀଣା କହିଛନ୍ତି । ଏହା ସହ ସାରା ଦେଶରେ ବିଭିନ୍ନ ଗଣମାଧ୍ୟମ ଯୋଗେ କାର୍ଯ୍ୟକ୍ରମକୁ ୧୫କୋଟିରୁ ଊର୍ଦ୍ଧ୍ବଛାତ୍ରଛାତ୍ର ଦେଖିପାରିବେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ୨ ଡିସେମ୍ବର ୨୦୧୯ରୁ ୨୩ ଡିସେମ୍ବର ପର୍ଯ୍ୟନ୍ତ www.mygov.in ରେ ୩ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ରେଜିଷ୍ଟ୍ରେଶନ କରିଥିବାବେଳେ ସେମାନଙ୍କୁ ମଧ୍ୟରୁ ୨.୬ଲକ୍ଷ ଛାତ୍ରୀଛାତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

୧୬ ପେବୃଆରୀ ୨୦୧୮ରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ସ୍କୁଲ ଏବଂ କଲେଜ ଛାତ୍ରୀଛାତ୍ରଙ୍କ ସହ କଥାବାର୍ତ୍ତା କରିଥିବାବେଳେ କାର୍ଯ୍ୟକ୍ରମଟି ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଏହା  ଦ୍ବିତୀୟ ସଂସ୍କରଣ ମଧ୍ୟ ସେହି ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଗତବର୍ଷ ସାରା ଦେଶରୁ ୮.୫କୋଟିରୁ ଅଧିକ ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମକୁ ଦୁରଦର୍ଶନ , ଟିଭି ଚ୍ୟାନେଲ ଏବଂ ରେଡିଓ ଚ୍ୟାନେଲ ମାଧ୍ୟମରେ ଦେଖି ଓ ଶୁଣିଥିଲେ । ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’  ନାମରେ ଟ୍ରେଣ୍ଡ କରିଥିବାବେଳେ ଏହାକୁ ୨.୫ ମିଲିୟନ ଲୋ ଟୁଇଟ୍ କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମକୁ ୟୁଟ୍ୟୁବ ଏବଂ ଫେସବୁକ୍  ଲାଇଭ ମାଧ୍ୟମରେ ଭାରତ ଏବଂ ଭାରତ ବାହାରେ ଦେଖାଯାଇଥିଲା ।
First published: January 19, 2020, 11:59 AM IST
corona virus btn
corona virus btn
Loading