- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ଗୌହାଟୀର ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ କ୍ୟାମ୍ପସ ପ୍ଲେସମେଣ୍ଟ ଚାଲିଛି। ପ୍ଲେସମେଣ୍ଟର ପ୍ରଥମ ଦିନରେ ୪୬ କମ୍ପାନି ଦ୍ଵାରା ମୋଟ୍ ୧୬୮ ଜଣଙ୍କୁ ଅଫର ଦିଆଯାଇଛି। ଏହି ନିଯୁକ୍ତିରେ ସବୁଠୁ ଅଧିକ ଅର୍ଥର ଅଫର ୨.୪ କୋଟି ରହିଛି। ଗୌହାଟୀ ଆଇଆଇଟିର ଇତିହାସରେ ଏ ପର୍ଯ୍ୟନ୍ତ ସବୁଠୁ ଏହା ବଡ ଅଫର। ଆଉ ଏହି ଅଫର ଜଣେ ବିଟେକ୍ ଛାତ୍ରଙ୍କୁ ମିଳିଛି। ସୂଚନା ଅନୁଯାୟୀ , ଦୁଇ ଜଣ ବିଟେକ୍ ଛାତ୍ରଙ୍କୁ ୧.୧ କୋଟି ଟଙ୍କାର ଡୋମେଷ୍ଟିକ ସେଲରୀ ପ୍ୟାକେଜ୍ ଅଫର ଦିଆଯାଇଛି।
ପ୍ଲେସମେଣ୍ଟର ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୧୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ପ୍ଲେସମେଣ୍ଟ ପାଇଁ ମୋଟ୍ ୧୨୬୯ ଛାତ୍ର ଆବେଦନ କରିଥିଲେ। ୪୭୦ ପ୍ରୋଫାଇଲ୍ ପାଇଁ ମୋଟ୍ ୨୬୪ କମ୍ପାନି ନିଯୁକ୍ତି ଦେବେ। ଚଳିତ ବର୍ଷର ପ୍ରଥମ ଦୁଇଟି ଅଧିବେଶନର ବଡ ନିଯୁକ୍ତିଦାତା ମଧ୍ୟରେ ମାଇକ୍ରୋସଫ୍ଟ, ଟେକ୍ସାସ୍ ଇନଷ୍ଟ୍ରୁମେଣ୍ଟସ୍, ଗୁଗୁଲ୍, ଉବର, କ୍ୱାଲକମ୍, ସି-ଡଟ୍, ଏନଫେଜ୍ ଏନର୍ଜି, ଓରାକଲ୍, ନ୍ୟୁଟାନିକ୍ସ, ୱିଣ୍ଡସ୍ପଟ୍ MTS-2, ସ୍କୋୟାରପଏଣ୍ଟ SDE କିମ୍ବା କ୍ୱାଣ୍ଟ, ଆମେରିକୀୟ ଏକ୍ସପ୍ରେସ, ଜେପି ମୋର୍ଗାନ ଚେଜ, ବଜାଜ ଅନ୍ତର୍ଭୁକ୍ତ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।