ଶିକ୍ଷୟତ୍ରୀଙ୍କୁ କ୍ଷମା ମାଗିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ କରୁଛି କୁନି ଛାତ୍ର; ଭାଇରାଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏକ ସ୍କୁଲ ପିଲା ନିଜ ଶିକ୍ଷୟତ୍ରୀଙ୍କ ନିକଟରେ କ୍ଷମା ମାଗିବାର ଭିଡିଓ ଭାଇରାଲ ହେଉଛି। କେତେକ ଇଣ୍ଟରନେଟ୍ ବ୍ୟବହାରକାରୀ ଏହାକୁ “ସୁନ୍ଦର” କ୍ଲିପ୍ କହୁଥିବାବେଳେ ଅନ୍ୟମାନେ ଏହାକୁ “ସ୍କ୍ରିପ୍ଟଡେ଼” ବୋଲି କହିଛନ୍ତି।

ଶିକ୍ଷୟତ୍ରୀଙ୍କୁ କ୍ଷମା ମାଗୁଛି ଛାତ୍ର; ଭାଇରାଲ ହେଉଛି ଭିଡିଓ

ଶିକ୍ଷୟତ୍ରୀଙ୍କୁ କ୍ଷମା ମାଗୁଛି ଛାତ୍ର; ଭାଇରାଲ ହେଉଛି ଭିଡିଓ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଦୁଇ ଦିନଠୁ ସୋସିଆଲ ମିଡିଆରେ ଏକ ସ୍କୁଲ ପିଲା ନିଜ ଶିକ୍ଷୟତ୍ରୀଙ୍କ ନିକଟରେ କ୍ଷମା ମାଗିବାର ଭିଡିଓ ଭାଇରାଲ ହେଉଛି। କେତେକ ଇଣ୍ଟରନେଟ୍ ୟୁଜର୍ସ ଏହାକୁ “ସୁନ୍ଦର” କ୍ଲିପ୍ କହୁଥିବାବେଳେ ଅନ୍ୟମାନେ ଏହାକୁ “ସ୍କ୍ରିପ୍ଟଡେ” ବୋଲି କହିଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ କଳା ଶାଢ଼ୀ ପିନ୍ଧି ଏକ ଚେୟାରରେ ବସିଥିବାର ନଜର ଆସୁଛନ୍ତି ଜଣେ ଶିକ୍ଷୟତ୍ରୀ।  ତାଙ୍କର ଜଣେ ଛାତ୍ର ତାଙ୍କ ସାମ୍ନାରେ ଠିଆ ହୋଇଛନ୍ତି। ଏହି ଦୁହିଁଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରୁ ଜଣାପଡୁଛି ଯେ ଶିକ୍ଷୟତ୍ରୀଙ୍କ କଥା ନମାନି ପିଲାଟି ଦୃଷ୍ଟାମିରେ ବ୍ୟସ୍ତ ଥିଲା । ତାଙ୍କୁ ଚେତାବନୀ ଦେବାରେ ବିରକ୍ତ ହୋଇ ଶିକ୍ଷକ ଜଣକ ତାଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ନଥିଲେ। ଛୋଟ ପିଲାଟି ତାଙ୍କୁ କ୍ଷମା ମାଗି କହୁଛି "ଅବ ନେହିଁ କରୁଙ୍ଗା (ମୁଁ ଆଉ କରିବି ନାହିଁ)।" କିନ୍ତୁ ଶିକ୍ଷକ ତାଙ୍କ ଜିଦ୍ ଧରିଥିଲେ। ଏକାଧିକ ନିବେଦନ ପରେ, ସେ ଆଣ୍ଠେଇ ପଡ଼ି ଶିକ୍ଷୟତ୍ରୀଙ୍କ ଗାଲରେ ଏକ ଚୁମ୍ବନ ଦେବାର ଦେଖିବାକୁ ମିଳିଥିଲା ଓ ପୁନରାବୃତ୍ତି ଜାରି ରଖିଥିଲେ, "ଅବ ନେହିଁ କରୁଙ୍ଗା (ମୁଁ ଏହା ଆଉ କରିବି ନାହିଁ)।"

ଯଦିଓ ଶିକ୍ଷୟତ୍ରୀ ଏ ସବୁ ଦେଖୁଥିଲେ, ସେ କିନ୍ତୁ ତାଙ୍କ କଥାରେ ରାଜି ହେଉନଥିଲେ। ଆହୁରି ମଧ୍ୟ ସେ କହିଥିଲେ, "ପ୍ରତ୍ୟେକ ଥର ତୁମେ ପ୍ରତିଜ୍ଞା କର ଯେ ତୁମେ ଦୃଷ୍ଟ ହେବ ନାହିଁ କିନ୍ତୁ ତୁମେ ସମାନ କାର୍ଯ୍ୟ ବାରମ୍ବାର କରୁଛ। ମୁଁ ତୁମ ଉପରେ ବିରକ୍ତ ହୋଇ ସାରିଲେଣି ।’’ କିନ୍ତୁ ସେହି ସ୍କୁଲ ପିଲାଟି ପୁଣି ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଶ୍ରେଣୀରେ ଦୃଷ୍ଟ ହେବେ ନାହିଁ ବୋଲି ଓ ସେ ପୁଣି ଥରେ ତାଙ୍କ ଶିକ୍ଷକଙ୍କ ଗାଲରେ ଚୁମ୍ବନ ଦେଇଥିଲେ । ଶେଷରେ ଶିକ୍ଷକ ପିଲାଟିକୁ ଚୁମ୍ବନ ଦେଇ ତାଙ୍କୁ ଶେଷ ସୁଯୋଗ ଦେଇଥିଲେ ।





ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଏହି କ୍ଲିପକୁ ଆଜ୍ ତକ୍ ନ୍ୟୁଜ ଆଙ୍କର୍ ଶୁଭଙ୍କର ମିଶ୍ର ସେୟାର କରିଛନ୍ତି । ସେ ଭିଡିଓ ସହିତ ଲେଖିଛନ୍ତି, “ଅତି ସୁନ୍ଦର ଭିଡିଓ।"







ଅନ୍ୟ ଜଣେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପାଇଁ ଭିଡିଓଟି ସ୍କ୍ରିପ୍ଟ ହୋଇଛି ବୋଲି କହିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, “ଏହି ଜିନିଷଗୁଡ଼ିକ ସୁନ୍ଦର ନୁହେଁ କିନ୍ତୁ ଭାଇରାଲ ଏବଂ ଇନଷ୍ଟାଗ୍ରାମ ରିଲ ପାଇଁ ସ୍କ୍ରିପ୍ଟ କରାଯାଇଛି। ଏଥିରେ କୌଣସି ସତ୍ୟତା ନାହିଁ ”


ଜଣେ ଶିକ୍ଷକ, ତାଙ୍କର ଜଣେ ଛାତ୍ରଙ୍କୁ ମଧ୍ୟ ସ୍ମରଣ କରିଛନ୍ତି ।
Published by:Sujit Swain
First published: