News 18 Odia Digital
ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମାଗଣା ଅଟା ବିତରଣ ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟୁଛି । ଖାଦ୍ୟ ଅଭାବ, ବିରୋଧ ତଥା ସଂଘର୍ଷ ମଧ୍ୟରେ ପାକିସ୍ତାନ (pakistan)ର ପଞ୍ଜାବ ପ୍ରଦେଶରେ ସରକାରଙ୍କ ଦ୍ୱାରା ପରିଚାଳିତ ମାଗଣା ଅଟା ବଣ୍ଟନ ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ଅଟା ନେବା ପାଇଁ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା।
ଖବର ଅନୁଯାୟୀ, ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ପାକିସ୍ତାନ ସରକାର (pakistan govt) ଗରିବଙ୍କ ପାଇଁ ମାଗଣା ଅଟା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଅଟା ନେବା ପାଇଁ ଅନେକ ଲୋକ ସରକାରୀ ବିତରଣ କେନ୍ଦ୍ରଠାରେ ପହଞ୍ଚିଥିଲେ । ମଙ୍ଗଳବାର ସାହିୱାଲ, ବାହାୱାଲପୁର, ମୁଜାଫରଗଡ, ଏବଂ ଓକରା ଜିଲ୍ଲାରେ ମାଗଣା ଅଟା ବଣ୍ଟନ ସ୍ଥଳରେ ଧାଁ ଧପଡରେ ଦୁଇଜଣ ବୃଦ୍ଧା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିଲେ। ଫାସିଲାବାଦ, ଜେହାନିଆନ୍, ଏବଂ ମୁଲତାନରେ ମଧ୍ୟ ବଣ୍ଟନ ବେଳେ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିଲା ।
https://twitter.com/Jhagra/status/1640376605976453123?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1640376605976453123%7Ctwgr%5E792c4f94d07967d4a95183417531e21a1c5a2705%7Ctwcon%5Es1_&ref_url=https%3A%2F%2Fwww.opindia.com%2F2023%2F03%2Fpakistan-stampede-free-flour-distribution-leaves-11-people-dead-in-punjab%2F
ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପୋଲିସ (police) ଲମ୍ବା ଧାଡିରେ ଅପେକ୍ଷା କରିଥିବା ଲୋକଙ୍କୁ ମାରପିଟ୍ ଓ ଲାଠି ଚାର୍ଜ କରିଥିବା ଅଭିଯୋଗ ହୋଇଛି। ପାକିସ୍ତାନ ମୁସଲିମ ଲିଗ-ନୱାଜ ପ୍ରଶାସନକୁ ସମାଲୋଚନା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି । ଇମ୍ରାନ ଖାନ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ପଞ୍ଜାବର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟମନ୍ତ୍ରୀ ନାକଭିଙ୍କୁ ଦାୟୀ କରିଛନ୍ତି।
ଏହି ଖବର ପଢ଼ନ୍ତୁ -
ଶ୍ରୀରାମ ନବମୀରେ ବଡ଼ ଅଘଟଣ: ମନ୍ଦିରରେ ଲାଗିଲା ନିଆଁ, କୂଅରେ ଖସିପଡ଼ିଲେ ଭକ୍ତPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।