ମେକ୍ସିକୋ ସିଟିରେ ଏକ ବଡ଼ ଧରଣର ଭୂକମ୍ପ
- News18 Odia
- Last Updated :
- Cuttack, India
News18 Odia Digital
ମେକ୍ସିକୋ: ସୋମବାର ପଶ୍ଚିମ ମେକ୍ସିକୋ ସିଟିରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ ଏହାର ତିବ୍ରତା ୭.୬ ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା, ଜୀବନ ଓ ସମ୍ପତ୍ତି ନଷ୍ଟ ହେବାକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ।
ସୁରକ୍ଷା ଏଜେନ୍ସିମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ପ୍ରଶାସନ ଅନୁଯାୟୀ, ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ଓ ଏହାର ତୀବ୍ରତା ଜଣାପଡ଼ିଛି। AFP ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଭୂକମ୍ପ ଯୋଗୁଁ ପ୍ରବଳ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।
ପ୍ରକାଶ ଥାଉକି ଏହି ଭୂକମ୍ପ ଏମିତି ସମୟରେ ହୋଇଛି ଯେତେବେଳେ ଲୋକ ୧୯୮୫ ଓ ୨୦୧୭ରେ ଦୁଇଟି ବଡ଼ ଭୂକମ୍ପର ବାର୍ଷିକୀ ପାଳନ କରୁଥିଲେ। ମେକ୍ସିକୋରେ ୨୦୧୭ ଭୂକମ୍ପରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।