ଷ୍ଟ୍ରିଟ୍ ଫଳ ଦୋକାନୀଙ୍କ ପୁଅ ୪ଶହ କୋଟିର ମାଲିକ: ପଢନ୍ତୁ ଏହି ପ୍ରେରଣାଦାୟକ କାହାଣୀ

ବାପା କରିଥିଲେ ଫଳ ଦୋକାନ ! ପୁଅ ଠିଆକଲେ ୪ଶହ କୋଟିର କମ୍ପାନି, ପଢନ୍ତୁ ଏହି ପ୍ରେରଣାଦାୟକ କାହାଣୀ ।

ଷ୍ଟ୍ରିଟ୍ ଫଳ ଦୋକାନୀଙ୍କ ପୁଅ ୪ଶହ କୋଟିର ମାଲିକ: ପଢନ୍ତୁ ଏହି ପ୍ରେରଣାଦାୟକ କାହାଣୀ

ଷ୍ଟ୍ରିଟ୍ ଫଳ ଦୋକାନୀଙ୍କ ପୁଅ ୪ଶହ କୋଟିର ମାଲିକ: ପଢନ୍ତୁ ଏହି ପ୍ରେରଣାଦାୟକ କାହାଣୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ : ଯିଏ କଠିନ ପରିଶ୍ରମ (hard work) ଓ ସଂଗ୍ରାମ କରେ ସେ ଦିନେ ନା ଦିନେ ସଫଳତା ନିଶ୍ଚିତ ପାଇଥାଏ । ଆମେ ଅନେକ ବ୍ୟକ୍ତିଙ୍କ ସଫଳତାର କାହାଣୀ ଶୁଣିଛେ ଏବଂ ସେଥିରୁ ପ୍ରେରଣା ମଧ୍ୟ ପାଇଥାଉ। ସେହିପରି ଏକ ସଫଳ କାହାଣୀ ହେଉଛି ନ୍ୟାଚୁରାଲ୍ସ ଆଇସ୍କ୍ରିମ୍ ପ୍ରଡକ୍ଟକୁ ଏକ ବ୍ରାଣ୍ଡ୍ କରିବା । ଯେତେବେଳେ କର୍ଣ୍ଣାଟକର ଏକ ଛୋଟ ଗାଁରେ ଫଳ ବିକ୍ରେତାଙ୍କ ପୁଅ ବ୍ୟବସାୟ (business) କରିବାକୁ ସ୍ଥିର କରିଥିଲେ, ସେତେବେଳେ ସେ ନିଜର ସ୍ଵପ୍ନ (dream) ସାକାର କରିବାକୁ ମୁମ୍ବାଇର ସ୍ୱପ୍ନ ସହରକୁ ଯାଇଥିଲେ । ଦିନେ ଯେଉଁ ଆଇସକ୍ରିମ (ice cream) ତିଆରି ବ୍ୟବସାୟ ଭୟ ଓ ଦ୍ୱିଧାରୁ ଆରମ୍ଭ ହୋଇଥିଲା ଆଜି ତାହା ୪୦୦ କୋଟିରୁ ଅଧିକ ମୂଲ୍ୟର ବଜାର କ୍ୟାପରେ ପରିଣତ ହୋଇଛି ।

ରଘୁନନ୍ଦନ ଶ୍ରୀନିବାସ କାମାତଙ୍କ ପିତା କର୍ଣ୍ଣାଟକର ମାଙ୍ଗାଲୋର ଜିଲ୍ଲାର ଏକ ଗାଁରେ ଆମ୍ବ (mango) ବିକ୍ରି କରୁଥିଲେ। ବହୁ ବର୍ଷ ଧରି ତାଙ୍କ ପିତାଙ୍କ ସହିତ ରହି ସେ ଫଳ ବାଛିବା ଓ ସଂରକ୍ଷଣ କରିବା ଶିଖିଲେ, ଏବଂ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ମୁମ୍ବାଇ ଗଲେ । ରଘୁନାନ୍ଦନ ତାଙ୍କର ପ୍ରଥମ ଆଇସକ୍ରିମ୍ ବ୍ରାଣ୍ଡ ନ୍ୟାଚୁରାଲ୍ସ ୧୯୮୪ ମସିହାରେ ୧୪ ଫେବୃଆରୀରେ ଆରମ୍ଭ କରିଥିଲେ ଏବଂ ମୁମ୍ବାଇର ଜୁହୁରେ ପ୍ରଥମ ଷ୍ଟୋର ଖୋଲିଥିଲେ । ସେହି ସମୟରେ ତାଙ୍କ କମ୍ପାନିରେ କେବଳ ୪ ଜଣ କର୍ମଚାରୀ ଥିଲେ ଓ ୧୦ ପ୍ରକାର ଆଇସକ୍ରିମ ସ୍ୱାଦ ସହିତ ବ୍ୟବସାୟ ଆରମ୍ଭ କରିଥିଲେ ।

ଆରମ୍ଭରେ ବ୍ୟବସାୟକୁ ନେଇ ଭୟ

ଲୋକମାନେ ତାଙ୍କ ଆଇସକ୍ରିମର ସ୍ୱାଦ ପରୀକ୍ଷା କରିବାକୁ ଆସିବେ କି ନାହିଁ କାମାତ ପ୍ରଥମେ ଭୟଭୀତ ଥିଲେ। ଏହି ଭୟ ଯୋଗୁଁ, ପ୍ରାରମ୍ଭରେ ଆଇସକ୍ରିମ୍ ବିକ୍ରୟ କରିବା ପରିବର୍ତ୍ତେ, ସେମାନେ ପାୱ ଭାଜିକୁ ମୁଖ୍ୟ ପ୍ରଡକ୍ଟ ଭାବରେ ବିକ୍ରୟ କରିବା ଆରମ୍ଭ କଲେ ଏବଂ ଆଇସକ୍ରିମକୁ ଆଡ୍-ଅନ୍ ଭାବରେ ବ୍ୟବହାର କରୁଥିଲେ । ପରେ, ସେ ୧୨ ଟି ଭିନ୍ନ ସ୍ୱାଦ ସହିତ ଏକ ଆଇସକ୍ରିମ୍ ପାର୍ଲର ଆରମ୍ଭ କରିଥିଲେ ।

ବର୍ତ୍ତମାନ ଆରବର ବ୍ରାଣ୍ଡ
କାମାତ୍ ନିଜର ଆଇସକ୍ରିମରେ କୌଣସି ରଙ୍ଗ କିମ୍ବା ରାସାୟନିକ ପଦାର୍ଥ ମିଶାନ୍ତି ନାହିଁ। ଏହି ବିଶେଷତ୍ୱକୁ ପ୍ରାୟ ୪ ଦଶନ୍ଧି ଧରି ସେ ବଜାୟ ରଖିଛନ୍ତି । କାମାତଙ୍କ ଆଇସ୍କ୍ରିମ୍ ସଂପୂର୍ଣ୍ଣ ଭାବେ ପ୍ରାକୃତିକ ଦ୍ରବ୍ୟ ଉପରେ ନିର୍ଭର କରେ । କେପିଏମଜି ଏହାର ସର୍ଭେରେ କହିଛି ଯେ ଦେଶର ଶ୍ରେଷ୍ଠ ୧୦ ବ୍ରାଣ୍ଡ ମଧ୍ୟରେ ନ୍ୟାଚୁରାଲ୍ସ ଅନ୍ତର୍ଭୁକ୍ତ, ଯାହାକୁ ଗ୍ରାହକଙ୍କ ଅଭିଜ୍ଞତା ଭାବରେ ମୂଲ୍ୟାଙ୍କନ କରାଯାଇଥିଲା। ୨୦୨୦ ଆର୍ଥିକ ବର୍ଷରେ, ନ୍ୟାଚୁରାଲ୍ସ ପ୍ରାୟ ୩୦୦ କୋଟି କାରବାର ହାସଲ କରିବାରେ ସକ୍ଷମ ହୋଇଥିଲା, ଯାହା ୨୦୨୦ ରେ ୪୦୦ କୋଟିକୁ ବୃଦ୍ଧି ପାଇଛି।

ପ୍ରଥମ ବର୍ଷରେ ୫ ଲକ୍ଷ କାରବାର
୨୦୦ ବର୍ଗଫୁଟରେ ଜୁହୁରେ ତାଙ୍କର ପ୍ରଥମ ଷ୍ଟୋର୍‌ ଖୋଲିଥିବା କାମାତ ପ୍ରଥମ ବର୍ଷରେ ୫ ଲକ୍ଷ ଟଙ୍କା କାରବାର କରିଥିଲେ । ଆଇସକ୍ରିମର ଲୋକପ୍ରିୟତା ବଢୁଥିବା ଦେଖି ସେ ପରବର୍ତ୍ତୀ ବର୍ଷ ପାୱ ଭାଜି ବ୍ୟବସାୟ ବନ୍ଦ କରି ଏକ ଆଇସକ୍ରିମ ବ୍ରାଣ୍ଡ ଭାବରେ ସମ୍ପୂର୍ଣ୍ଣ ପରିଚୟ ସୃଷ୍ଟି କଲେ । ଆଜି ନ୍ୟାଚୁରାଲ୍ସ ୫ ଟି ସ୍ୱାଦରେ ଫ୍ରୋଜେନ୍ ଡିଜାର୍ଟ ଯୋଗାଉଛି । ଏଥିରେ ସିତାଫଳ (କଷ୍ଟାର୍ଡ ​​ଆପଲ୍), କାଜୁ-ଅଙ୍ଗୁର ଫଳ, ଆମ୍ବ, ଚକୋଲେଟ୍ ଏବଂ ଷ୍ଟ୍ରବେରୀ ଅଛି । ଏହି କମ୍ପାନୀ ୨୦୨୧ ସୁଦ୍ଧା, ଦେଶର ବିଭିନ୍ନ ସହରରେ ୧୩୫ ରୁ ଅଧିକ ଆଉଟଲେଟ୍ ଖୋଲିଛି ।

ଏହି ଖବର ପଢ଼ନ୍ତୁ -  ଖାଲି ଅଭିନୟରେ ନୁହେଁ ପାଠପଢ଼ାରେ ମଧ୍ୟ ଆଗରେ ବଚ୍ଚନ ପରିବାର: ସମସ୍ତଙ୍କ ପାଖରେ ଏକାଧିକ ଡିଗ୍ରୀ
Published by:Soubhagya Mishra
First published: