ନାଁ ଥିଲା ଧୀର ବନିଗଲେ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ; ପେଟ ପାଇଁ ମାଆ ବିକୁଥିଲେ କ୍ଷୀର

ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କିପରି ଦେଶ ତଥା ବିଶ୍ୱରେ ପ୍ରସିଦ୍ଧ ହେଲେ ? ତାଙ୍କର ପ୍ରକୃତରେ କିଛି ଅଲୌକିକ ଶକ୍ତି ରହିଛି କି ? ଯାହା ରାତାରାତି ଜଣେ ଯୁବକଙ୍କୁ ସାଧୁ ବନେଇଦେଲା ।

ନାଁ ଥିଲା ଧୀର ବନିଗଲେ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ; ପେଟ ପାଇଁ ମାଆ ବିକୁଥିଲେ କ୍ଷୀର

ନାଁ ଥିଲା ଧୀର ବନିଗଲେ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ; ପେଟ ପାଇଁ ମାଆ ବିକୁଥିଲେ କ୍ଷୀର

  • News18 Odia
  • Last Updated :
  • Madhya Pradesh, India
  • Share this:
News 18 Odia Digital

ନୂଆଦିଲ୍ଲୀ; ମଧ୍ୟପ୍ରଦେଶ ଛତ୍ରପୁର ( chhatarpur ) ବାଗେଶ୍ୱର ଧାମର ମହାରାଜ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ (Pandit dhirendra krishn shastri) କିପରି ଦେଶ ତଥା ବିଶ୍ୱରେ ପ୍ରସିଦ୍ଧ ହେଲେ ? ତାଙ୍କର ପ୍ରକୃତରେ କିଛି ଅଲୌକିକ ଶକ୍ତି ରହିଛି କି ? ଯାହା ରାତାରାତି ଜଣେ ଯୁବକଙ୍କୁ ସାଧୁ ବନେଇଦେଲା । ଜଣେ ଯୁବ କାହାଣୀକାର ଏତେ ପ୍ରସିଦ୍ଧ କିପରି ହେଲେ ? ଏହାକୁ ନେଇ ଏବେ ଅନେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଆଜି ଜାଣନ୍ତୁ କିପରି ଥିଲା ବୁନ୍ଦେଲଖଣ୍ଡର ଏହି ଯୁବ କାହାଣୀକାର ବା ବାଗେଶ୍ୱର ଧାମର ମହାରାଜଙ୍କ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଯାତ୍ରା ।

ସୂଚନା ରହିଛି ଯେ, ବାଗେଶ୍ୱର ଧାମର ଏହି ସାଧୁ ୧୯୯୬ ମସିହାରେ ଛତ୍ରପୁର ଜିଲ୍ଲାର ଗରହା ଗ୍ରାମରେ ଜନ୍ମ ହୋଇଥିଲେ । ପରିବାରରେ ଦୁଇ ଭାଇ ଓ ଗୋଟିଏ ଭଉଣୀ ରହୁଥିଲେ । ସାନ ଭାଇଙ୍କ ନାମ ସାଲିଗ ରାମ ଗର୍ଗ । ଭଉଣୀଙ୍କ ନାମ ଥିଲା ରୀତା ଗର୍ଗ । ପିତାଙ୍କ ନାମ ରାମକ୍ରିପାଲ ଗର୍ଗ ଏବଂ ମାତାଙ୍କ ନାମ ସରୋଜିନୀ । କୁହାଯାଏ ଯେ ମାତା ସରୋଜିନୀ ମହାରାଜଙ୍କୁ ଘରେ ଧୀର ବୋଲି ଡାକୁଥିଲେ । କିନ୍ତୁ ଗାଁର ଲୋକମାନେ ତାଙ୍କୁ ଧିରେନ୍ଦ୍ର ବୋଲି ଡାକନ୍ତି ।

ଧିରେନ୍ଦ୍ର ଗର୍ଗ ଛୋଟବେଳୁ ଖୁବ ଚାଲାଖ ଓ ଯିଦଖୋର । ସେ ନିଜ ଗାଁ ସରକାରୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ପରେ ଗାଁଠୁ ଅଳ୍ପ ଦୂରରେ ଥିବା ଗଞ୍ଜ ଗ୍ରାମରୁ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାଲାଭ କରିଥିଲେ । ଧିରେନ୍ଦ୍ର ଗର୍ଗଙ୍କ ପରିବାର ଅତ୍ୟନ୍ତ ଗରିବ ଥିଲା । ତାଙ୍କ ପିତା ଗାଁରେ ଜଣେ ପୁରୋହିତ ଭାବରେ ପୂଜା କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରେ ଏପରି ଏକ ସମୟ ଆସିଲା ଦାଦାଙ୍କ ମଧ୍ୟରେ ସାମାନ୍ୟ କଳହ ହେଲା । କାରଣ ଗାଁରେ ଥିବା ପରିବାର ଗୁଡିକୁ ପୁରୋହିତ କାମ କରିବା ପାଇଁ ଧିରେନ୍ଦ୍ରଙ୍କ ପିତା ଓ ଦାଦାଙ୍କ ମଧ୍ୟରେ ବଣ୍ଟାଗଲା । ଏହା ପରେ ରୋଜଗାର କମିଯାଇଥିଲା । ଧିରେନ୍ଦ୍ରଙ୍କ ମାଆ ସରୋଜ ମଇଁଷି କ୍ଷୀର ବିକ୍ରି କରି ପରିବାର ପୋଷିବାକୁ ଲାଗିଲେ । ଏହି ସମୟରେ ବାଗେଶ୍ୱର ଧାମର ମହାରାଜ କିଛି ନୂଆ ପଦକ୍ଷପ ନେଲେ । ସେ କ୍ରମାଗତ ଭାବରେ ଗାଁର ଲୋକଙ୍କ ଗହଣରେ ବସି କାହାଣୀ ବର୍ଣ୍ଣନା କରିବା ଆରମ୍ଭ କଲେ ଏବଂ ଧୀରେ ଧୀରେ ସେ ଅନେକ ଜ୍ଞାନ ଲାଭ କରିବାକୁ ସମର୍ଥ ହେଲେ । ୨୦୦୯ ମସିହାରେ ସେ ନିକଟବର୍ତ୍ତୀ ଗ୍ରାମରେ ତାଙ୍କର ପ୍ରଥମ ଭାଗବତ କଥା କହିଥିଲେ । ଏହାପରେ ସେ ଚାରିଆଡ଼େ ପରିଚିତ ହେଲେ ଏବଂ ସ୍ଥାନୀୟ ଲୋକମାନେ ଗାଁରେ ଭାଗବତ କଥା ଶୁଣିବା ଆରମ୍ଭ କଲେ ।

ଅଧିକ ଖବର ପଢ଼ନ୍ତୁ - http://ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଗଙ୍ଗାସାଗର ଯାତ୍ରୀ
Published by:Soubhagya Mishra
First published: