ନୀତୀଶ କୁମାରଙ୍କ ସୁରକ୍ଷା ବଳୟ ଉପରକୁ ପଥର ମାଡ
News 18 Odia Digital
ବିହାର : ବିହାରର ରାଜଧାନୀ ପାଟନାରେ ସିଏମ ନୀତିଶ କୁମାରଙ୍କ ସୁରକ୍ଷା ବଳୟ ଉପରକୁ ପଥର ମାଡ କରାଯାଇଛି, ଯେଉଁଥିପାଇଁ କିଛି ଗାଡିର ଗ୍ଲାସ ଭାଙ୍ଗି ଯାଇଛି । ପଥର ଫିଙ୍ଗିବା ସମୟରେ ସିଏମ ନୀତିଶ କୁମାର ସୁରକ୍ଷା ବଳୟ ଭିତରେ ନଥିଲେ। ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ପାଟନା ଜିଲ୍ଲାର ଗୌରି ଛକ ପୋଲିସ ଷ୍ଟେସନର ସୋହଗି ଗ୍ରାମରେ ଘଟିଛି ଯେଉଁଠାରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ସୁରକ୍ଷା ବଳୟକୁ ପଥର ଫିଙ୍ଗିଥିଲେ।
ଏହି କାର୍କେଡରେ କେବଳ ସିଏମ୍ ସୁରକ୍ଷା ସହିତ ଜଡିତ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ । ବାସ୍ତବରେ ସୋମବାର ନୀତିଶ କୁମାର ବିହାର ଜିଲ୍ଲାର ଗୟାକୁ ଯିବେ । ସେମାନେ ସେଠାରେ ମରୁଡ଼ି ପରିସ୍ଥିତି ଉପରେ ଏକ ଵୈଠକ କରିବେ ଏବଂ ସେଠାରେ ନିର୍ମିତ ଏକ ରବର ଡ୍ୟାମକୁ ମଧ୍ୟ ଯାଞ୍ଚ କରିବେ । ସିଏମ୍ ହେଲିକପ୍ଟର ଯୋଗେ ଗୟାକୁ ଯିବେ, କିନ୍ତୁ ହେଲିପ୍ୟାଡରୁ ଅନ୍ୟ ସ୍ଥାନକୁ ପହଞ୍ଚିବା ପାଇଁ ତାଙ୍କ କାର୍କେଡକୁ ପାଟନା ଠାରୁ ଗୟାକୁ ପଠାଯାଉଥିଲା ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।