IND VS AUS: ଷ୍ଟିଭ୍ ସ୍ମିଥ୍ ତୋଫାନୀ ଶତକ କରି ବିରେନ୍ଦ୍ର ସେହୱାଗଙ୍କ ମୁହଁ ବନ୍ଦ କଲେ

India vs Australia: ବିରେନ୍ଦ୍ର ସେହୱାଗ ଷ୍ଟିଭ୍ ସ୍ମିଥଙ୍କ ODI ଷ୍ଟ୍ରାଇକ ରେଟ୍ ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ପରିହାସ କରିଥିଲେ, କିନ୍ତୁ ସ୍ମିଥ୍ ମାତ୍ର ୬୨ଟି ବଲରେ ଶତକ କରି ତାଙ୍କୁ ଉଚିତ ଜବାବ ଦେଇଦେଲେ ।

IND VS AUS: ଷ୍ଟିଭ୍ ସ୍ମିଥ୍ ତୋଫାନୀ ଶତକ କରି ବିରେନ୍ଦ୍ର ସେହୱାଗଙ୍କ ମୁହଁ ବନ୍ଦ କଲେ
ଷ୍ଟିଭ ସ୍ମିଥ (ଫଟୋ: କ୍ରିକେଟ୍ ଅଷ୍ଟ୍ରେଲିଆ)
  • News18 Odia
  • Last Updated: November 27, 2020, 5:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଷ୍ଟିଭ ସ୍ମିଥଙ୍କୁ (Steve Smith) ବିଶ୍ୱର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ବିବେଚନା କରାଯାଏ । ସେ ଲମ୍ବା ଫର୍ମାଟର ଏକ ନମ୍ବର ଖେଳାଳି । ODI କ୍ରିକେଟରେ ତାଙ୍କର ପ୍ରଦର୍ଶନ ଅତି ଭଲ, କିନ୍ତୁ ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମାଙ୍କ (Rohit Sharma) ଭଳି ବ୍ୟାଟ୍ସମ୍ୟାନଙ୍କ ପରି ନୁହେଁ । ଏହି ପ୍ରସଙ୍ଗରେ ବିରେନ୍ଦ୍ର ସେହୱାଗ (Virendra Sehwag) ସିଡନୀ ODI ସମୟରେ ସ୍ମିଥଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ।

ସେହୱାଗ ସ୍ମିଥଙ୍କୁ ଥଟ୍ଟା କରି କହିଥିଲେ, ‘‘ମୋ’ ଟେଷ୍ଟ ଷ୍ଟ୍ରାଇକ ରେଟ୍‌ ଓ ସ୍ମିଥଙ୍କ ODI ଷ୍ଟ୍ରାଇକ ରେଟ୍‌ ପାଖାପାଖି ସମାନ।’’ ସ୍ମିଥଙ୍କ ପ୍ରଶଂସକମାନଙ୍କୁ ସେହୱାଗଙ୍କ (Virendra Sehwag) ଏହି କଥା ପସନ୍ଦ ଆସି ନ ଥିଲା, କିନ୍ତୁ କିଛି ସମୟ ପରେ ଅଷ୍ଟ୍ରେଲୀୟ ଏହି ପ୍ରଖ୍ୟାତ ବ୍ୟାଟ୍ସମ୍ୟାନ୍ ସେହୱାଗଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ ।

ଏହା ବି ପଢ଼ନ୍ତୁ | ନୟାଗଡ଼ର ପରୀ ହତ୍ୟା: ମନ୍ତ୍ରୀ ଅରୁଣ ସାହୁ କହିଲେ ସେ ‘‘ବ୍ୟଥିତ; ପରିବାରକୁ ନ୍ୟାୟ ମିଳିବା ଉଚିତ’’

ଷ୍ଟିଭ୍ ସ୍ମିଥ୍ ନିଜ କରିୟରର ଦ୍ରୁତତମ ODI ଶତକ ହାସଲ କରି ସିଡନୀ ODIରେ ଝଡ଼ ସୃଷ୍ଟି କରିଛନ୍ତି । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ସ୍ମିଥ୍ ମାତ୍ର ୬୧ଟି ବଲରେ ଏକ ଶତକ ପୂରା କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତତମ ODI ଶତକ କରିବା ମାମଲାରେ ସ୍ମିଥ୍ ତିନି ନମ୍ବରରେ ପହଞ୍ଚିଯାଇଛନ୍ତି । ତାଙ୍କ ପୂର୍ବରୁ ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ପାଇଁ ଦ୍ରୁତତମ ODI ଶତକ ହାସଲ କରିଥିଲେ । ସେ ୫୧ଟି ବଲରେ ଓ ଫକନର୍‌ ୫୭ଟି ବଲରେ ODI ଶତକ ହାସଲ କରିଥିଲେ ।

ଏହା ବି ପଢ଼ନ୍ତୁ | ବନ ବିଭାଗରେ କୁବେର ଇଏ! କୋଟି କୋଟି ଟଙ୍କାର ମାଲିକ; ଘରୁ ଲକ୍ଷ ଟଙ୍କା, କିଲୋ ସୁନା ଜବତ

ସ୍ମିଥଙ୍କ ଏହି ଶତକ ଆଉ ଏକ କାରଣରୁ ବି ବିଶେଷ ଥିଲା । ସେ ଖେଳରୁ ଆଠ ମାସ ଦୂରେଇ ରହିବା ପରେ ନିଜ ପ୍ରଥମ ODI ଖେଳୁଥିଲେ । ସ୍ମିଥ୍ ଏକ ମନ୍ଥର ଆରମ୍ଭ କରି ପ୍ରଥମ ୨୦ଟି ବଲରୁ ୧୯ ରନ୍ ସ୍କୋର କରିଥିଲେ, କିନ୍ତୁ ତା’ପରେ ସେ ମାତ୍ର ୩୬ଟି ବଲରେ ଦ୍ରୁତ ଅର୍ଦ୍ଧଶତକ କରିଥିଲେ ଓ ପରବର୍ତ୍ତୀ ୩୫ଟି ବଲରେ ଶତକ ପୂରଣ କରିଥିଲେ।



ସ୍ମିଥ୍ ତାଙ୍କ ଶତକର ଇନିଂସରେ ୧୧ଟି ଚୌକା ଓ ଚାରିଟି ଛକା ମାରିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ୧୫୯.୦୯ ଥିଲା । ସ୍ମିଥ ତାଙ୍କର ଏହି ଇନିଂସ ଦ୍ୱାରା ପ୍ରମାଣିତ କରିଛନ୍ତି ଯେ ସେ କେବଳ ଟେଷ୍ଟ କ୍ରିକେଟରେ ନୁହେଁ, ବରଂ ODI କ୍ରିକେଟରେ ମଧ୍ୟ ଉତ୍ତମ ବ୍ୟାଟିଂ କରିପାରିବେ । ସିଡନୀରେ ସ୍ମିଥ୍‌ ଖେଳିଥିବା ଇନିଂସ ନିଶ୍ଚିତ ଭାବରେ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିବ ।
Published by: Anand Shankar Thankur Das
First published: November 27, 2020, 5:28 PM IST
corona virus btn
corona virus btn
Loading