News 18 Odia Digital
ତାମିଲନାଡୁ : ଦୁଇ ଚୋର ମଦ ଦୋକାନକୁ ଭାଙ୍ଗି ଦୋକାନ ଭିତରେ ପଶି ମଦ୍ୟପାନ କରୁଥିବା ଅବସ୍ଥାରେ ତାମିଲନାଡୁର ଥିରୁଭାଲୁରର ପୋଲିସ ସେମାନଙ୍କୁ ଗିରଫ କରିଛି। ଏହି ଦୁଇ ଚୋର ହେଉଛନ୍ତି ପାଳିକରଣାଇର ବାସିନ୍ଦା ସତୀଶ ଭିଲୁପୁରମର ମୁନିୟାନ ବୋଲି ଜଣାପଡିଛି। ପୋଲିସ ଦୁଇଜଣଙ୍କଠାରୁ ୧୪,୦୦୦ ନଗଦ ଟଙ୍କା ମଧ୍ୟ ଜବତ କରିଛି।
ଏହି ଦୁଇ ଚୋର ଦୋକାନ ବନ୍ଦ ହେବା ପରେ କାଭାରାଇପେଟାଇରେ ଥିବା ସରକାରୀ ତସମାକ୍ ମଦ ଦୋକାନରେ ପ୍ରବେଶ କରିଥିଲେ। କିନ୍ତୁ ଦୋକାନ ଭିତରକୁ ଏକ ଅଭିନବ ଉପାୟରେ ପ୍ରବେଶ କରିଥିଲେ।
ସେମାନେ ଦୋକାନରେ ପ୍ରବେଶ କରିବା ପାଇଁ କାନ୍ଥରେ ଏକ ବଡ଼ ଗର୍ତ୍ତ ତିଆରି କରିଥିଲେ। ଭିତରକୁ ପ୍ରବେଶ ପରେ, ସେମାନେ ଦୋକାନରେ ଥିବା ମଦ ପିଇବା ଆରମ୍ଭ କରିଥିଲେ ଓ ଅତ୍ୟଧିକ ପିଇବା ଯୋଗୁ ନିଶାସକ୍ତ ହୋଇଯାଇଥିଲେ। ଯାହା ଫଳରେ ସେମାନେ ଆଉ କିଛି ବି ଜାଣି ପାରିନଥିଲେ।
ପୋଲିସର ଏକ ପାଟ୍ରୋଲିଂ ଗାଡି ଦୋକାନ ଭିତରୁ କୋଳାହଳ ଶୁଣୁଥିଲା ଓ ଯେତେବେଳେ ସେମାନେ ଦୋକାନକୁ ଯାଞ୍ଚ କରିଥିଲେ। ସେମାନେ କାନ୍ଥରେ ବଡ଼ ଗର୍ତ୍ତ ହୋଇଥିବା ଏବଂ ଭିତରେ ଚୋର ମଦ ପିଉ ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚୋରମାନେ ଦୋକାନରୁ ମଦ ଚୋରି କରିବାର ମଧ୍ୟ ସ୍ୱୀକାର କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।