Morbi Tragedy: ନଭେମ୍ୱର ୨ରେ ଗୁଜୁରାଟରେ ରାଜ୍ୟବ୍ୟାପୀ ଶୋକ; ସରକାରୀ କାର୍ଯ୍ୟକ୍ରମ ରଦ୍ଦ

ମୋରବି ବ୍ରିଜ ଦୁର୍ଘଟଣା ପରେ ନଭେମ୍ୱର ୨ରେ ଗୁଜୁରାଟ ରାଜ୍ୟବ୍ୟାପୀ ଶୋକ ଘୋଷଣା କରାଯାଇଛି। ଗୁଜୁରାଟର ସିଏମ ଭୁପେନ୍ଦ୍ର ପଟେଲ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ମୋରବି ବ୍ରିଜ ଭୁଷୁଡିବା ମାମଲା (ପ୍ରତୀକାତ୍ମକ ଛବି)

ମୋରବି ବ୍ରିଜ ଭୁଷୁଡିବା ମାମଲା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅହମ୍ମଦାବାଦ: ମୋରବି ବ୍ରିଜ ଦୁର୍ଘଟଣାରେ ନଭେମ୍ୱର ୨ରେ ଗୁଜୁରାଟ ରାଜ୍ୟବ୍ୟାପୀ ଶୋକ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପରେ ଗୁଜୁରାଟର ସିଏମ ଭୁପେନ୍ଦ୍ର ପଟେଲ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

କୁହାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ସହ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ୨ ଅର୍ଥାତ ବିୁଧବାର ଗୁଜୁରାଟରେ ମୃତକଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ।

ଗୁଜୁରାଟର ସିଏମ ଭୁପେନ୍ଦ୍ର ପଟେଲ ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟର ସରକାରୀ ଭବନରେ ଜାତୀୟ ପତାକା ଅଧା ନମିତ ରହିବ ଓ କୌଣସି ଉତ୍ସବ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।

ଏଥିସହିତ ରାଜସ୍ଥାନ ସିଏମ ଅଶୋକ ଗେହଲଟ କହିଛନ୍ତି ଯେ ଆମର 'ପରିବର୍ତ୍ତନ ସଂକଳ୍ପ ଯାତ୍ରା' ଆରମ୍ଭ ହୋଇଥାନ୍ତା। କିନ୍ତୁ ମୋରବି ଘଟଣା ପରେ ଆମେ ଏହାକୁ ସ୍ଥଗିତ ରଖିବା ଉଚିତ ବୋଲି ଭାବୁଛୁ କିନ୍ତୁ ବିଜେପିର କାର୍ଯ୍ୟକ୍ରମ ଜାରି ରହିଛି। ପିଏମ ମୋଦିଙ୍କ କାର୍ଯ୍ୟକ୍ରମ ଦେଖି ମୁଁ ଦୁଖିତ। ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ସରକାର ତଦନ୍ତ କରିବା ଉଚିତ୍।

ଗୁଜୁରାଟର ମୋରବି ବ୍ରିଜ ଭୁଷୁଡ଼ିବା କାରଣରୁ ଏପର୍ଯ୍ୟନ୍ତ ୧୪୧ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ବହୁ ଲୋକ ଆହତ ହୋଇଛନ୍ତି। ଗୁଜୁରାଟ ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ଏଥି ସହିତ ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅନୁଷ୍ଠିତ ହେବାକୁ ଥିବା ରୋଡ୍ ଶୋକୁ ବାତିଲ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରବିବାର ଦିନ ଗୁଜୁରାଟ ଗସ୍ତରେ ଥିଲେ। ଗତକାଲି ସେ ବଡୋଦରା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥି ସହ ଆଜି ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦରେ ଏକ ରୋଡ ଶୋରେ ଭାଗ ନେବାକୁ ଯାଉଥିଲେ। ଏହା ସହିତ ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବାକୁ ଯାଉଥିଲେ, ଯାହାକୁ ବାତିଲ କରିଦିଆଯାଇଥିଲି।
Published by:Soumya Das
First published: