ନୂଆ ଦିଲ୍ଲୀ: ଜାତୀୟ ନାଗରିକ ପଞ୍ଜୀକରଣ (NRC) ବ୍ୟବସ୍ଥା ପାଇଁ ଉଚି଼ତ ଆଇନ ପ୍ରକ୍ରିୟାକୁ ଅନୁସରଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ଏ ନେଇ ରାଜ୍ୟ ସରକାରମାନଙ୍କ ମଧ୍ୟ ମତ ନିଆଯିବ ଏବଂ ଜାତୀୟ ଜନଗଣନା ପଞ୍ଜିକା (NPR) ପାଇଁ ସଂଗ୍ରହ ହେଉଥିବା ତଥ୍ୟାବଳି ଏନ୍ଆରସି ପାଇଁ ଲାଗୁ ହୋଇପାରେ, ନ ବି ହୋଇ ବି ପାରେ’ ।
ଏନ୍ଆରସି ଓ ବିବାଦୀୟ ନାଗରିକତା (ସଂଶୋଧନ) ପ୍ରକ୍ରିୟା ପାଇଁ କାହିଁକି ଦେଶବ୍ୟାପୀ ବିରୋଧ କରାଯାଉଛି ବୋଲି ଏକ ସାକ୍ଷାତକାରରେ ପଚ଼ାରିଛନ୍ତି ମନ୍ତ୍ରୀ । ‘‘ଏହା ଏକ ଆଇନ୍ଗତ ପ୍ରକ୍ରିୟା । ପ୍ରଥମେ ନିଷ୍ପତ୍ତି, ତା’ପରେ ବିଜ୍ଞପ୍ତି ଏବଂ ତା’ପରେ ପ୍ରକ୍ରିୟା ଆରମ୍ଭ ହୁଏ । ଏହା ପରେ ଆପତ୍ତି ଏବଂ ତାର ଶୁଣାଣି ହେବା ପରେ ଅପିଲ୍ କରିବାର ଅଧିକାର ବି ଦିଆଯିବ । ଏ ନେଇ ସବୁ ରାଜ୍ୟ ସରକାରଙ୍କର ସହ ପରାମର୍ଶ କରାଯିବ ଓ ସେମାନଙ୍କର ମତାମତକୁ ବି ଗ୍ରହଣ କରାଯିବ,’’ ସେ କହିଛନ୍ତି ।
’’ଯାହା କିଛି କରାଯିବ, ତାହା ଖୋଲାଖୋଲି କରାଯିବ । ଏନ୍ଆର୍ସିରେ ଗୁପ୍ତରେ କିଛି ବି କରାଯିବନି,’’ କହିଛନ୍ତି ପ୍ରସାଦ ।
ଏନ୍ଆର୍ସିକୁ ଅନେକ ରାଜ୍ୟ ସରକାର ବିରୋଧ କରୁଥିବା ବେଳେ ମନ୍ତ୍ରୀଙ୍କ ଟିପ୍ପଣୀ ଆସିଛି । ଏହି ରାଜ୍ୟମାନଙ୍କ ମଧ୍ୟରେ ବିହାର ଭଳି ରାଜ୍ୟ ଅଛି, ଯେଉଁଠି ବିଜେପିର ସହଯୋଗୀ ଜେଡିୟୁ ସରକାରରେ ଅଛି ।
ପୂର୍ବରୁ ମଧ୍ୟ ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଏନ୍ପିଆର୍ ଓ ଏନ୍ଆର୍ସି ଭିନ୍ନ ଆଇନ୍ ଉପରେ ପର୍ଯ୍ୟବଶିତ ଏବଂ ଏନ୍ପିଆର୍ର ତଥ୍ୟ କୌଣସି ମତେ ଏନ୍ଆର୍ସି ପାଇଁ ବ୍ୟବହାର ହେବ ନାହିଁ ।
ଦେଶବ୍ୟାପୀ ଏନ୍ଆର୍ସି ପାଇଁ ଦରକାର ହେବାକୁ ଥିବା ଦସ୍ତାବେଜ୍ ଉପରେ ଏ ଯାବତ୍ କୌଣସି ନିର୍ଣ୍ଣୟ ନିଆଯାଇ ନ ଥିବା ଆଇନ୍ ମନ୍ତ୍ରୀ କହିଛନ୍ତି । ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଆହୁରି ବି କହିଛନ୍ତି: ‘‘ନାଗରିକତା ପଞ୍ଜୀକରଣ ଆଇନ୍ର ନିୟମ, ୨୦୦୩ ର ନିୟମ ୩ ଓ ୪ ରେ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ହିଁ ଏ ସବୁ ସାର୍ବଜନୀନ କରାଯିବ।’’
ଆଉ ଥରେ NPR ପ୍ରକ୍ରିୟା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ପ୍ରସାଦ କହିଛନ୍ତି ଯେ ଏହାର ଆବଶ୍ୟକତା ଅଛି କାରଣ ସେନ୍ସସ୍ ବା ଜନଗଣନାର ତଥ୍ୟାବଳୀକୁ କୌଣସି ପ୍ରାଧିକରଣ ପାଇଁ ସର୍ବସାଧାରଣ କରିହେବ ନାହିଁ, ଆଉ ଏନ୍ପିଆରର ତଥ୍ୟକୁ ଜନକଲ୍ୟାଣକାରୀ ଯୋଜନାର ଲାଭ ଲୋକଙ୍କ ପାଖରେ ପହଁଚ଼େଇବା ପାଇଁ ନୀତିଗତ ନିର୍ଣ୍ଣୟ ନେବାରେ ଉପଯୋଗ କରାଯିବ ।
ହିନ୍ଦୁମାନଙ୍କୁ ଏନଆରସିରୁ ବାହାର କରିଦିଆଯିବା ପରି ସ୍ଥିତିରେ ସେମାନେ ସିଏଏକୁ ଢାଲ ଭାବେ ବ୍ୟବହାର କରିବେ କି ବୋଲି ପ୍ରଶ୍ନର ଉତ୍ତରରେ ପ୍ରସାଦ କହିଛନ୍ତି ଯେ ଯେ ଭାରତୀୟ ମୁସଲମାନମାନଙ୍କୁ ସିଏଏ ବା ଏନ୍ପିଆର୍କୁ ଡରିବାର କୌଣସି ଆବଶ୍ୟକତା. ‘‘ସିଏଏ ଯୋଗୁଁ କୌଣସି ଭାରତୀୟ ନାଗରିକତା ହରେଇବେ ନାହିଁ,’’ ସେ କହିଛନ୍ତି ।
‘‘ଏନ୍ଆରସି ହେଉଛି ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରାବଧାନ । ଏହା କେବଳ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ । ମୁଁ ମୁସଲମାନମାନଙ୍କୁ ଭରସା ଦେଇ କହୁଛି ଯେ ସେମାନଙ୍କର ଡରିବାର କିଛି ନାହିଁ । ସିଏଏ କେବଳ ସେହି ହିନ୍ଦୁ, କ୍ରିଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ଓ ପାରସୀମାନଙ୍କ ପାଇଁ ଯେଉଁମାନେ ଏଇ ତିନିଟି ଦେଶରୁ – ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ । କୌଣସି ଭାରତୀୟ ନାଗରିକ ପାଇଁ ସିଏଏ ପ୍ରଯୁଜ୍ୟ ନୁହେଁ,’’ କହିଛନ୍ତି ପ୍ରସାଦ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।