News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀ କାଞ୍ଜାବାଲା ହାରର କେସରେ ଯାଞ୍ଚ କରୁଥିବା ପୋଲିସକୁ ମୃତା ଅଞ୍ଜଳୀ ସିଂଙ୍କ ସାଙ୍ଗଙ୍କ ବୟାନ ରେକର୍ଡ କରିଛି । ଯେତେବେଳେ ସ୍କୁଟି କାର ସହ ଧକ୍କା ହୋଇଥିଲା, ସେତେବେଳେ ଅଞ୍ଜଳୀ ତଳେ ପଡ଼ିଯାଇଥିଲେ । ତାଙ୍କ ସାଙ୍ଗ ଅନ୍ଯପଟକୁ ପଡ଼ିଯାଇଥିଲେ । ସେଥିପାଇଁ ଦୁର୍ଘଟଣାରେ ତାଙ୍କ ସାଙ୍ଗକୁ ଅଧିକ ଆଘାତ ଲାଗି ନଥିଲା । ଏହା ପରେ ସେ ଘରକୁ ପଳାଇଥିଲେ । ଦୁର୍ଘଟଣା ପରେ ବାନ୍ଧବୀ ଜଣଙ୍କ ବହୁତ ଡ଼ରି ଯାଇଥିଲେ । ସେ କାହାକୁ କିଛି ନଜଣାଇ ନିଜ ଘରକୁ ପଳାଇଥିଲେ ବୋଲି ପୋଲିସ ବୟାନ ରୁଜୁ କରିଛି ।
ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁ କରୁ, ସେହି ହୋଟଲରେ ପହଞ୍ଚିଥିଲା ଯେଉଁଠୁ ଅଞ୍ଜଳୀ ଦୁର୍ଘଟଣା ଆଗରୁ ଉପସ୍ଥିତ ଥିଲେ । ହୋଟେଲରୁ ପୋଲିସ ରେଜିଷ୍ଟ୍ରର ଜବତ କରିଥିଲା, ଯେଉଁଥିରେ ମୃତକାଙ୍କ ସହ ତାଙ୍କ ସାଙ୍ଗର ନାମ ମଧ୍ଯ ଉଲ୍ଲେଖ ଥିଲା । ପରେ ପୋଲିସ ସିଡିଆର, ଲୋକେସନ ଓ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ଯେଉଁଥିରେ ଘଟଣା ଦିନ ମୃତକାଙ୍କ ସହ ତାଙ୍କ ସାଙ୍ଗ ମଧ୍ଯ ଉପସ୍ଥିତ ଥିଲେ ।
ପୋଲିସ ସୂଚନାନୁସାରେ, ଅଞ୍ଜଳୀଙ୍କ ସାଙ୍ଗ ପୋଲିସକୁ ସହଯୋଗ କରୁଛନ୍ତି । ସେଦିନ ରାତିରେ କଣ ଘଟିଥିଲେ ସେ ବାବଦରେ ସେ ବର୍ଣ୍ଣନା କରିଛନ୍ତି । ଅଞ୍ଜଳୀଙ୍କ ବାନ୍ଧବୀଙ୍କ ଅନୁସାରେ, ଘଟଣା ଦିନ ସେ ଅଞ୍ଜଳୀଙ୍କ ସହ ଥିଲେ । ଯେତେବେଳେ ଦୁର୍ଘଟଣା ଘଟିଥିଲା ସେ ଡ଼ରି ଯାଇଥିଲେ । ସେଥିପାଇଁ ସେ କାହାକୁ କିଛି ନକହି ଘରକୁ ପଳାଇାଆସିଥିଲେ । ଏହି ଦୁର୍ଘଟଣାରେ ଭୁଲ କାର ଚାଳକଙ୍କର ଥିଲା ବୋଲି ବାନ୍ଧବୀ ଜଣଙ୍କ କହଛନ୍ତି ।
ଏହାପୂର୍ବରୁ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା। ସେଥିରେ ଦେଖିବାକୁ ମିଳିଥିଲା ଯେ ଅଞ୍ଜଳି ନୂଆ ବର୍ଷ ପାର୍ଟି ପରେ ରାତି ୧.୪୫ ରେ ଏକ ହୋଟେଲରୁ ବାହାରିଥିଲେ । ସେହି ସମୟରେ ତାଙ୍କ ସହ ତାଙ୍କ ସାଙ୍ଗ ମଧ୍ଯ ଉପସ୍ଥିତ ଥିଲେ । ଦୁହେଁ ଏକା ସାଙ୍ଗରେ ଗୋଟିଏ ଗାଡିରେ ବାହାରିଥିଲେ । ପ୍ରଥମେ ଗାଡ଼ି ବାନ୍ଧବୀ ଚଳାଉଥିଲେ । ପରେ ଅଞ୍ଜଳୀ ଗାଡି ଚଳାଇବାକୁ ମାଗଥିଲେ । ଅଞ୍ଜଳୀଙ୍କ କଥାରେ ତାଙ୍କ ବାନ୍ଧବୀ ତାଙ୍କୁ ଗାଡ଼ି ଦେଇଥିଲେ । ଯାହା ପରେ ସେମାନଙ୍କର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ଭୟଭୀତ ହୋଇ ବାନ୍ଧବୀ ଜଣଙ୍କ ଘରକୁ ଚାଲିଯାଇଥିଲେ । ଅଞ୍ଜଳୀଙ୍କ ଗୋଡ କାରରେ ଫସି ଯାଇଥିଲା, ଯେଉଁଥିପାଇଁ ସେ ୧୦ କିମି ପର୍ଯ୍ଯନ୍ତ ଘୋଷାଡ଼ି ହୋଇଯାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।