ନୂଆ ମୋଟର ଯାନ ଆଇନ ଲାଗୁ ହୋଇ ନ ଥିବା ରାଜ୍ୟରେ ଜାରି ହେବ ରାଷ୍ଟ୍ରପତି ଶାସନ!

ନୂଆ ମୋଟର ଯାନ ସଂଶୋଧନ ଆଇନରେ ଖିଲାପ କରୁଥିବା ରାଜ୍ୟ ଗୁଡ଼ିକୁ କେନ୍ଦ୍ରର କଡ଼ା ତାଗିଦ୍‌ । ନିୟମରେ ଖିଲାପ କଲେ ଉକ୍ତ ରାଜ୍ୟରେ ଜାରି ହେବ ରାଷ୍ଟ୍ରପତି ଶାସନ ।

ନୂଆ ମୋଟର ଯାନ ଆଇନ ଲାଗୁ ହୋଇ ନ ଥିବା ରାଜ୍ୟରେ ଜାରି ହେବ ରାଷ୍ଟ୍ରପତି ଶାସନ!
ବାଇକ ଚାଳକଙ୍କଠୁ କାଗଜପତ୍ର ଯାଞ୍ଚ କରୁଛି ଟ୍ରାଫିକ୍‌ ପୋଲିସ୍‌ (ଫାଇଲ୍‌ ଫଟୋ)
  • News18 Odia
  • Last Updated: January 7, 2020, 4:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆଦିଲ୍ଲୀ: ନୂଆ ମୋଟର ଯାନ (ସଂଶୋଧନ) ଆଇନ ଅନୁସାରେ ଜରିମାନା ଆଦାୟ କରୁନଥିବା ରାଜ୍ୟ ଗୁଡ଼ିକରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଗିଦ୍‌ କରାଯାଇଛି ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, କେନ୍ଦ୍ର ସରକାରଙ୍କ ନିୟମକୁ ଅଣଦେଖା କରିବାର ଅଧିକାର କୌଣସି ରାଜ୍ୟର ନାହିଁ ।

କେନ୍ଦ୍ର ସରକାରଙ୍କ ନିୟମକୁ ଅଣଦେଖା କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଆସାମ, ଗୁଜରାଟ, ଝାଡ଼ଖଣ୍ଡ, କେରଳ ଓ ମଣିପୁର । ତେବେ ଏହିସବୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ପକ୍ଷରୁ ସୋମବାର ନୋଟିସ୍‌ ଜାରି କରାଯାଇଛି । ତାଲିକାରେ ଓଡ଼ିଶାର ନାଁ ନାହିଁ ।

କେନ୍ଦ୍ର ସଡ଼କ ପରିବହନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ନିୟମକୁ ଅଣଦେଖା କରି କମ୍‌ ଜରିମାନା ଆଦାୟ କରୁଥିବା ରାଜ୍ୟଗୁଡ଼ିକରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ପାରେ ।

ଯଦି କୌଣସି ରାଜ୍ୟ ନିୟମର ଖିଲାପ କରୁଛନ୍ତି, ତେବେ ସେମାନେ ସମ୍ବିଧାନର ଅନୁଛେଦ ୩୫୬ ଅଧିନକୁ ଆସିପାରନ୍ତି । ଏହି ଆଧାରରେ ସମ୍ପୃକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଲାଗୁ ହେବାର ସମ୍ଭାବନା ରହିଛି ।
Published by: Sibanava Panda
First published: January 7, 2020, 4:28 PM IST
corona virus btn
corona virus btn
Loading