ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»SBI ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଶସ୍ତା ଘର ବିକ୍ରି କରିବ; ନେବାକୁ ପ୍ଲାନ କରୁଥିଲେ ଜାଣନ୍ତୁ ଏହି ଜରୁରୀ କଥା

SBI ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଶସ୍ତା ଘର ବିକ୍ରି କରିବ; ନେବାକୁ ପ୍ଲାନ କରୁଥିଲେ ଜାଣନ୍ତୁ ଏହି ଜରୁରୀ କଥା

ଶସ୍ତା ଘର କିଣୁଥିବା ଲୋକଙ୍କ ପାଇଁ ଏହି ସମୟରେ ଏକ ଭଲ ସୁଯୋଗ ଅଛି । ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସବିଆଇ (State Bank Of India) ଶସ୍ତାରେ ସମ୍ପତ୍ତି ନିଲାମ କରିବାକୁ ଯାଉଛି । ଏହି ନିଲାମ ଆସନ୍ତାକାଲି ଅର୍ଥାତ ୩୦ ଡିସେମ୍ବର ଠାରୁ ଆରମ୍ଭ ହେବ ।

SBI ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଶସ୍ତା ଘର ବିକ୍ରି କରିବ; ନେବାକୁ ପ୍ଲାନ କରୁଥିଲେ ଜାଣନ୍ତୁ ଏହି ଜରୁରୀ କଥା
SBI ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଶସ୍ତା ଘର ବିକ୍ରି କରିବ
  • News18 Odia
  • Last Updated: December 29, 2020, 3:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଶସ୍ତା ଘର କିଣୁଥିବା ଲୋକଙ୍କ ପାଇଁ ଏହି ସମୟରେ ଏକ ଭଲ ସୁଯୋଗ ଅଛି । ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସବିଆଇ (State Bank Of India) ଶସ୍ତାରେ ସମ୍ପତ୍ତି ନିଲାମ କରିବାକୁ ଯାଉଛି । ଏହି ନିଲାମ ଆସନ୍ତାକାଲି ଅର୍ଥାତ ୩୦ ଡିସେମ୍ବର ଠାରୁ ଆରମ୍ଭ ହେବ । ଯଦି ଆପଣଙ୍କର ମଧ୍ୟ ଏକ ଯୋଜନା ଅଛି ତେବେ ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରି ରଖନ୍ତୁ । ଏହା ଦ୍ୱାରା ପରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ ।

ଏଥିରେ ଉଭୟ ରେସିଡେନ୍ସିଆଲ, କମର୍ସିୟାଲ ଓ ଇଣ୍ଡଷ୍ଟ୍ରିଆଲର ଦୁଇ ପ୍ରକାରର ସମ୍ପତ୍ତି ରହିଛି । ତେଣୁ ଏହି ସମୟରେ ଆପଣ କମ୍ ଟଙ୍କା ରେ ଆପଣଙ୍କ ଘର କିଣିବାର ସ୍ୱପ୍ନ ପୂରଣ କରିପାରିବେ । ଏଗୁଡ଼ିକ ହେଉଛି ସେହି ସମ୍ପତ୍ତି ଯାହାଙ୍କ ନାମ ଡିଫଲ୍ଟର ତାଲିକାରେ ଆସିଛି ।

ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ

ଡିଫଲ୍ଟରଙ୍କ ସମ୍ପତ୍ତି ନିଲାମ ହେଉଛି
ଯେଉଁ ସମ୍ପତ୍ତି ମାଲିକ ନିଜ ଋଣ ଦେଇ ନାହାଁନ୍ତି । କିମ୍ବା କୌଣସି କାରଣର ସେହି ସମସ୍ତ ଲୋକଙ୍କର ସମ୍ପତ୍ତି ବ୍ୟାଙ୍କ ଦ୍ୱାରା ନିଆଯାଏ । ଏସବିଆଇ ସମୟ ସମୟରେ ଏହିପରି ସମ୍ପତ୍ତି ନିଲାମ ଜାରି ରଖିଥାଏ । ଏହି ନିଲାମରେ ବ୍ୟାଙ୍କ ସମ୍ପତ୍ତି ବିକ୍ରୟ କରି ଏହାର ଦେୟ ସଂଗ୍ରହ କରେ ।

ଏହା ବି ପଢ଼ନ୍ତୁ | ବ୍ରିଟେନରେ କରୋନାକୁ ନେଇ ରାଜ୍ୟରେ ଚିନ୍ତା: ୩୪ ବର୍ଷୀୟ ଯୁବକଙ୍କ ପରେ ବର୍ଷର ଶିଶୁ ପଜି଼ଟିଭ୍

ଏସବିଆଇ ଟ୍ୱିଟ୍ କରିଛି
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି । ବ୍ୟାଙ୍କ ଟ୍ୱିଟରେ ଲେଖିଛି ଯେ ଆପଣ ନିବେଶ କରିବାକୁ ସମ୍ପତ୍ତି ଖୋଜୁଛନ୍ତି କି? ଯଦି ଖୋଜୁଛନ୍ତି ତେବେ ଆପଣ SBI ଇ-ନିଲାମରେ ପଞ୍ଜିକରଣ କରିପାରିବେ । ଅଧିକ ସୂଚନା ପାଇଁ ଏହି ଲିଙ୍କ୍ https://bit.ly/2HeLyn0 କ୍ଲିକ୍ କରନ୍ତୁ ।



ନିଲାମରେ ଭାଗ ନେବାକୁ ଯାଉଛନ୍ତି, ତେଣୁ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ 
>> ଏହି ଇ-ନିଲାମ ମାଧ୍ୟମରେ ବାକିର ପୁନରୁଦ୍ଧାର ପାଇଁ ଏସବିଆଇ ଲୋନ ଡିଫଲ୍ଟରଙ୍କ ସମ୍ପତ୍ତି ବନ୍ଧକ ରଖିଛି ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ - ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଇତ୍ୟାଦି ସହିତ ଅଗ୍ରଣୀ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିଛି ।

ଏହା ବି ପଢ଼ନ୍ତୁସୁରେଶ ମହାପାତ୍ର ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ; ୨୫ ବର୍ଷ ବୟସରେ IAS ପାଇଥିଲେ

>> ପ୍ରକୃତ ବଜାର ମୂଲ୍ୟଠାରୁ ବିଡ୍ ମୂଲ୍ୟ କମ୍ ହେବ । ମେଗା ଇ-ନିଲାମ ସମୟରେ ବ୍ୟକ୍ତିମାନେ ରେସିଡେନ୍ସିଆଲ, କମର୍ସିୟାଲ ଓ ଇଣ୍ଡଷ୍ଟ୍ରିଆଲ ସମ୍ପତ୍ତି ଉପରେ ଟେଣ୍ଡର କରିବାର ସୁଯୋଗ ପାଇବେ ।

>> ଏହା ବ୍ୟତୀତ ସମ୍ପତ୍ତି ପାଇଁ EMD ଆବଶ୍ୟକ ହେବ ।

>> KYC ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ୍ ଶାଖାରେ ଜମା କରିବାକୁ ପଡିବ ।
> ବୈଧ ଡିଜିଟାଲ୍ ସ୍ବାକ୍ଷର: ଡିଜିଟାଲ୍ ସ୍ବାକ୍ଷର ପାଇବା ପାଇଁ ବିଡରମାନେ ଇ-ନିଲାମକାରୀ କିମ୍ବା ଅନ୍ୟ କୌଣସି ପ୍ରାଧିକୃତ ଏଜେନ୍ସି ସହିତ ଯୋଗାଯୋଗ କରିପାରିବେ ।

ଏହା ବି ପଢ଼ନ୍ତୁ | ନିଆରା ବିବାହର ଚର୍ଚ୍ଚା: ଅନୁଗୁଳରେ ବର୍ଷର ପ୍ରେମ ପରେ କିନ୍ନରଙ୍କ ହାତ ଧରିଲେ ସାଧାରଣ ଯୁବକ

>> ଯେତେବେଳେ ବିଡର ସଂପୃକ୍ତ ଶାଖାରେ EMD ଜମା ଓ KYC ଡକ୍ୟୁମେଣ୍ଟ ଦାଖଲ କରିବେ । ଏହା ପରେ ପଞ୍ଜୀକୃତ ଲଗଇନ୍ ଆଇଡି ଓ ପାସୱାର୍ଡ ଇ-ନିଲାମକାରୀଙ୍କ ଦ୍ୱାରା ଇମେଲ ID ମାଧ୍ୟମରେ ପଠାଯିବ ।

>> ନିଲାମ ନିୟମ ଅନୁଯାୟୀ ନିଲାମ ସମୟରେ ନିଲାମ ସମୟରେ ବିଡରମାନେ ଲଗଇନ୍ ଓ ବିଡ୍ କରିବା ଆବଶ୍ୟକ ।

ଆଗାମୀ ଦିନରେ ନିଲାମ ଅନୁଷ୍ଠିତ ହେବ-
ପରବର୍ତ୍ତୀ ୭ ଦିନରେ - ୭୫୮ (ରେସିଡେନ୍ସିଆଲ) ୨୫୧ (କମର୍ସିୟାଲ) ୯୮ (ଇଣ୍ଡଷ୍ଟ୍ରିଆଲ)
ପରବର୍ତ୍ତୀ ୩୦ ଦିନରେ - ୩୦୩୨ (ରେସିଡେନ୍ସିଆଲ) ୮୪୪ (କମର୍ସିୟାଲ) ୪୧୦ (ଇଣ୍ଡଷ୍ଟ୍ରିଆଲ)



SBI ନିଲାମ ବିଷୟରେ ଅଧିକ ସୂଚନା ପାଇଁ ଆପଣ ଏହି ଲିଙ୍କଗୁଡିକ ଭିଜିଟ କରିପାରିବେ-
>> bankeauctions.com/Sbi;
>> sbi.auctiontiger.net/EPROC/;
>> ibapi.in; and
>> mstcecommerce.com/auctionhome/ibapi/index.jsp.
Published by: Jagdish Barik
First published: December 29, 2020, 3:37 PM IST