କେବଳ ୫ ହଜାର ଟଙ୍କା ଲଗାଇ ଆରମ୍ଭ କରନ୍ତୁ ଏହି ବ୍ୟବସାୟ; ପ୍ରତି ମାସରେ ରୋଜଗାର ହେବ ୫୦ ହଜାର ଟଙ୍କା ..

How to earn money: ଯଦି ଆପଣଙ୍କର କୌଣସି ଭଲ ରୋଜଗାରର ମାଧ୍ୟମ ନାହିଁ ଓ ଆପଣ ବ୍ୟବସାୟ କରିବାକୁ ଚାହୁଁଛନ୍ତି । ରୋଜଗାରର ଏକ ବଡ ଉପାୟ ଚାହୁଁଛନ୍ତି କିନ୍ତୁ ଆପଣଙ୍କର ଅଧିକ ପୁଞ୍ଜି ନାହିଁ ତେବେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ । ଆମେ ଆପଣଙ୍କୁ ଏକ ଭଲ ବିକଳ୍ପ ବିଷୟରେ କହୁଛୁ ଯେଉଁଠାରୁ ଆପଣ ୫୦୦୦ ଟଙ୍କାର ଅଳ୍ପ ପୁଞ୍ଜିରେ ମଧ୍ୟ ବ୍ୟବସାୟ ଆରମ୍ଭ କରିପାରିବେ । କେବଳ ଏତିକି ନୁହେଁ ଏହି ବ୍ୟବସାୟ କରୁଥିବା ଲୋକଙ୍କୁ ମଧ୍ୟ ସରକାର ସାହାଯ୍ୟ କରିବେ ।

କେବଳ ୫ ହଜାର ଟଙ୍କା ଲଗାଇ ଆରମ୍ଭ କରନ୍ତୁ ଏହି ବ୍ୟବସାୟ; ପ୍ରତି ମାସରେ ରୋଜଗାର ହେବ ୫୦ ହଜାର ଟଙ୍କା ..
କେବଳ ୫ ହଜାର ଟଙ୍କା ଲଗାଇ ଆରମ୍ଭ କରନ୍ତୁ ଏହି ବ୍ୟବସାୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣଙ୍କର କୌଣସି ଭଲ ରୋଜଗାରର ମାଧ୍ୟମ ନାହିଁ ଓ ଆପଣଙ୍କର ବ୍ୟବସାୟ (Business) କରିବାକୁ ଚାହୁଁଛନ୍ତି । ବଡ ଟଙ୍କା ରୋଜଗାର (How to earn money) କରିବାକୁ ଚାହୁଁଛନ୍ତି କିନ୍ତୁ ଯଦି ଆପଣଙ୍କର ଅଧିକ ପୁଞ୍ଜି ନାହିଁ ତେବେ ଚିନ୍ତା କରିବାର କିଛି ନାହିଁ । ଏପରି ଅନେକ ବ୍ୟବସାୟ ଅଛି ଯାହାକୁ ଆପଣ କମ୍ ବିନିଯୋଗରେ (Low investment) ଆରମ୍ଭ କରିପାରିବେ ଓ ଆପଣ ସେଥିରୁ ଭଲ ରିଟର୍ନ (Good return)ମଧ୍ୟ ପାଇପାରିବେ । ଏଠାରେ ଆମେ ଆପଣଙ୍କୁ ଏକ ଉତ୍ତମ ବିକଳ୍ପ ବିଷୟରେ କହିବୁ ଯେଉଁଥିରୁ ଆପଣ ୫୦୦୦ ଟଙ୍କା ପୁଞ୍ଜି ସହିତ ମଧ୍ୟ ବ୍ୟବସାୟ ଆରମ୍ଭ କରିପାରିବେ । କେବଳ ଏତିକି ନୁହେଁ ଏହି ବ୍ୟବସାୟ କରୁଥିବା ଲୋକଙ୍କୁ ମଧ୍ୟ ସରକାର (modi Gov scheme) ସାହାଯ୍ୟ କରିବେ । ବାସ୍ତବରେ ଭାରତର ଏକ ବୃହତ ଜନସଂଖ୍ୟା ଚା'କୁ ଭଲ ପାଆନ୍ତି । ରେଳ ଷ୍ଟେସନ, ବସ୍ ଡିପୋ ଓ ବିମାନବନ୍ଦରରେ ମାଟି କପରେ ଚା' ପାଇଁ କ୍ରମାଗତ ଚାହିଦା ରହିଛି । ଏପରି ପରିସ୍ଥିତିରେ ଆପଣ ମାଟି କପ୍ (Kulhad making business) ତିଆରି ଓ ବିକ୍ରୟ କରି ବ୍ୟବସାୟ ଆରମ୍ଭ କରିପାରିବେ ।

ମାଟି କପ୍କୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି ସରକାର
ଯଦି କେନ୍ଦ୍ର ସରକାର ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରନ୍ତି ତେବେ ଆଗାମୀ ସମୟରେ ମାଟି କପର ଚାହିଦା ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ । ନିକଟରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମାଟି କପ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ଲାଷ୍ଟିକ କିମ୍ବା କାଗଜ କପରେ ଚା' ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଭଳି ପରିସ୍ଥିତିରେ ଆପଣ ଆଗାମୀ ସମୟରେ ମାଟି କପର ଚାହିଦା ବୃଦ୍ଧିର ଲାଭ ଉଠାଇ ପାରିବେ ।

ଇଲକ୍ଟ୍ରିକ ଚକ ଯୋଗାଉଛନ୍ତି ସରକାର
ଆପଣଙ୍କୁ କହିରଖୁଛୁ ଯେ ମାଟି କପ୍ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ମୋଦୀ ସରକାର କୁମ୍ଭାର ସଶକ୍ତିକରଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଦେଶର କୁମ୍ଭାରମାନଙ୍କୁ ଇଲକ୍ଟ୍ରିକ ଚାଳିତ ଚକ ଦେଉଛନ୍ତି । ଯାହାଫଳରେ ସେମାନେ ଇଲକ୍ଟ୍ରିକ ଚକ ଦ୍ୱାରା ମାଟିପାତ୍ର ତିଆରି କରିପାରିବେ । ପରେ ସରକାର କୁମ୍ଭକାରମାନଙ୍କଠାରୁ ଭଲ ମୂଲ୍ୟରେ ଏହି ମାଟି କପକୁ କିଣି ନିଅନ୍ତି ।

ଆପଣ ୫ ହଜାର ଲଗାଇ ଏହି ବ୍ୟବସାୟ ଆରମ୍ଭ କରିପାରିବେ
ସାମ୍ପ୍ରତିକ ଯୁଗକୁ ଦେଖିଲେ ଏହି ବ୍ୟବସାୟ ବହୁତ କମ୍ ମୂଲ୍ୟରେ ଆରମ୍ଭ ହୋଇପାରିବ । ଏଥିପାଇଁ ଆପଣଙ୍କୁ ଅଳ୍ପ ଜାଗା ସହିତ ୫୦୦୦ ଟଙ୍କା ଦରକାର ହେବ । ଖାଡି ଗ୍ରାମ ଶିଳ୍ପ ଆୟୋଗର ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ସରକାର ୨୫ ହଜାର ଇଲକ୍ଟ୍ରିକ ଚକ ବଣ୍ଟନ କରିଛନ୍ତି ।

ମାଟି କପରୁ କିପରି ଓ କେତେ ରୋଜଗାର ହେବ?
ଅତ୍ୟଧିକ ଅର୍ଥନୈତିକ ହେବା ସହିତ ମାଟି କପ ପରିବେଶ ପାଇଁ ମଧ୍ୟ ନିରାପଦ ଅଟେ । ବର୍ତ୍ତମାନର ଦର ବିଷୟରେ କହିବାକୁ ଗଲେ ୧୦୦ ଟି ମାଟି ଚା' କପର ମୂଲ୍ୟ ପ୍ରାୟ ୫୦ ଟଙ୍କା । ସେହିଭଳି ୧୦୦ ଟି ମାଟି ଲସୀ କପର ଦାମ୍ ୧୫୦ ଟଙ୍କା ଶହେ, ୧୦୦ଟି କ୍ଷୀର ମାଟି କପ ଦାମ୍ ୧୫୦ ଟଙ୍କା ରହିଛି । ଚାହିଦା ବଢିଲେ ଏହାଠାରୁ ଭଲ ଦାମ୍ ମିଳିବାର ମଧ୍ୟ ସମ୍ଭାବନା ଅଛି ।
Published by: Jagdish Barik
First published: April 3, 2021, 7:40 PM IST