ମୃତ୍ୟୁ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ; ଆପଣ ଦେଖୁନାହାଁନ୍ତି ତ ଏମିତି କିଛି?

Death Sign: ଶିବ ପୁରାଣ ଅନୁସାରେ, ମୃତ୍ୟୁ ପୂର୍ବରୁ ବ୍ୟକ୍ତିଙ୍କୁ ଅନେକ ସଙ୍କେତ ମିଳିଥାଏ। ତାଙ୍କ ମୃତ୍ୟୁ ନିକଟତର ବୋଲି ଏହି ସଙ୍କେତରୁ ଜଣାପଡ଼ିଥାଏ।

ମୃତ୍ୟୁ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ

ମୃତ୍ୟୁ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Death Sign: ଜୀବନ ଅଛି ମାନେ ମରଣ ବି ଅଛି। ଦୁନିଆରେ କେହି କେବେ ଏହି ସତ୍ୟକୁ ଅଣଦେଖା କରିପାରିବେ ନାହିଁ। ଦୁନିଆକୁ ଆସିଥିବା ପ୍ରତ୍ୟେକ ମଣିଷ ଦିନେ ନା ଦିନେ ଦୁନିଆ ଛାଡ଼ି ଚାଲିଯାଆନ୍ତି। ମୃତ୍ୟୁ ମଣିଷ ଜୀବନରେ ସୁନିଶ୍ଚିତ। ଏହାକୁ କେହି କେବେ ଏଡ଼ାଇପାରିବେ ନାହିଁ।

ହେଲେ ଆପଣ ଜାଣନ୍ତୁ କି ମୃତ୍ୟୁ ଆସିବା ପୂର୍ବରୁ କିଛି ସଙ୍କେତ ଦେଇଥାଏ। ଏହି ସଙ୍କେତ ବିଷୟରେ ଆସନ୍ତୁ ଆଜି ଜାଣିବା...

ମୃତ୍ୟୁ ଆସିବା ପୂର୍ବରୁ ତା'ର କିପରି ସଙ୍କେତ ଦେଇ ଥାଏ ସେହି ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛା କରନ୍ତି। ଧର୍ମ ଗ୍ରନ୍ଥରେ ଶିବଙ୍କୁ ମହାକାଳ ବୋଲି କୁହାଯାଇଅଛି। ମହାକାଳର ଅର୍ଥ ହେଲା କାଳୟନି ଯାହାକି ମୃତ୍ୟୁ। ଭଗବାନ ଶିବ ଜନ୍ମ ଓ ମୃତ୍ୟୁରୁ ମୁକ୍ତ। ଅନେକ ଧର୍ମ ଗ୍ରନ୍ଥରେ ଭଗବାନ ଶିବଙ୍କୁ ଅଜନ୍ମ କୁହାଯାଇଅଛି।

ସବୁଠାରୁ ଶିବ ପୁରାଣ ହଉଛି ଅନ୍ୟତମ। ଶିବ ପୁରାଣରେ ଶିବଙ୍କୁ ଜଡିତ ଅଧିକ କଥା କୁହାଯାଇଅଛି। ଏହାକୁ ଛାଡ଼ି ଏହି ଗ୍ରନ୍ଥରେ ଏମିତି କେତେକ କଥା ଲେଖା ଯାଇଛି ଯାହାକି ଅନେତ ଲୋକ ଜାଣିନାହାଁନ୍ତି।

ଶିବ ପୁରାଣରେ ଶିବ ମା' ପାର୍ବତୀଙ୍କୁ ଏମିତି କେତେକ ମୃତ୍ୟୁ ବିଷୟରେ ସଙ୍କେତ କହିଛନ୍ତି। ଏହି ସଙ୍କେତକୁ ବୁଝି ଆପଣ ଜାଣିପାରିବେ କେତେ ସମୟ ପରେ ମୃତ୍ୟୁ ହେବ।

ମହାଭାରତରେ ଯୁଧିଷ୍ଠିରଙ୍କୁ ଯେତେବେଳେ ଯକ୍ଷରାଜା ପଚାରିଥିଲେ ସତ୍ୟ କ’ଣ, ସେବେ ସେ ଉତ୍ତରରେ କହିଥିଲେ ଯେ, ‘ସବୁଠାରୁ ଅଟଳ ସତ୍ୟ ହେଉଛି ମୃତ୍ୟୁ।’ ପ୍ରକୃତରେ ଜୀବନର ନିୟମ ହେଉଛି କି, ଯିଏ ଧରାପୃଷ୍ଠରେ ଜନ୍ମ ହୋଇଛି ମାନେ ମୃତ୍ୟୁ ସୁନିଶ୍ଚିତ। ଏହାକୁ କେହି ବଦଳାଇ ପାରିବେନି। କାହିଁକି ହଠାତ୍ ମୃତ୍ୟୁ ହୁଏ ଓ ମରିବାର କ’ଣ ପ୍ରକ୍ରିୟା ରହିଛି, ତାହା ଜାଣିବାକୁ ବୈଜ୍ଞାନିକମାନେ ଏବେ ବି ଲାଗିପଡ଼ିଛନ୍ତି। ଯଦି ମୃତ୍ୟୁର ଏକ ପ୍ରକ୍ରିୟା ରହିଛି, ତେବେ ଏହାର ପ୍ରାରମ୍ଭ କେବେଠାରୁ ଆରମ୍ଭ ହୁଏ ବୋଲି ସେମାନେ ଉତ୍ତର ଖୋଜୁଛନ୍ତି।

ଶିବ ପୁରାଣ ଅନୁସାରେ, ମୃତ୍ୟୁ ପୂର୍ବରୁ ବ୍ୟକ୍ତିଙ୍କୁ ଅନେକ ସଙ୍କେତ ମିଳିଥାଏ। ତାଙ୍କ ମୃତ୍ୟୁ ନିକଟତର ବୋଲି ଏହି ସଙ୍କେତରୁ ଜଣାପଡ଼ିଥାଏ।

ଏହି ସଙ୍କେତ ୬ ମାସ ପୂର୍ବରୁ ଦେଖାଯିବା ଆରମ୍ଭ ହୋଇପାରେ ଓ ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ସ୍ପଷ୍ଟ ହୋଇଯାଏ।

ତେବେ ଆସନ୍ତୁ ଜାଣିବା ମୃତ୍ୟୁର ସଙ୍କେତ…

୧. ନୀଳ ମାଛି ଦେଇଥାନ୍ତି ମୃତ୍ୟୁର ସଙ୍କେତ-

ଶିବ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କୁ ରଙ୍ଗ ଚିହ୍ନିବାରେ ଅସୁବିଧାର ହୁଏ କିମ୍ବା ହଠାତ୍ ସବୁକିଛି କଳା ଦେଖାଯାଏ, ତେବେ ତାଙ୍କ ମୃତ୍ୟୁ ପାଖେଇ ଆସୁଛି ବୋଲି ଜାଣିନିଅନ୍ତୁ। ଯଦି ହଠାତ୍ ନୀଳ ରଙ୍ଗର ମାଛି ଆସି ବ୍ୟକ୍ତିଙ୍କୁ ଘେରିଯାଏ, ତେବେ ତାଙ୍କ ମୃତ୍ୟୁ ନିକଟତର ବୋଲି ବୁଝିଯିବା ଉଚିତ୍। ସେହି ସମୟରେ ମାଛିମାନଙ୍କର ରଙ୍ଗ ମୃତ୍ୟୁକୁ ସୂଚାଇଥାଏ।

୨. ବଦଳିଯାଏ ଶରୀରର ରଙ୍ଗ- ଯଦି କୌଣସି ବ୍ୟକ୍ତିର ଶରୀରର ରଙ୍ଗ ହଠାତ୍ ଧଳା କିମ୍ବା ନୀଳ ପଡ଼ିଯାଏ, ତେବେ ଏପରି ବ୍ୟକ୍ତିର ମୃତ୍ୟୁ ଶୀଘ୍ର ହୋଇାପରେ ବା ବ୍ୟକ୍ତି ୬ ମାସରେ ଭିତରେ ମରିବାର ସଙ୍କେତ ହୋଇପାରେ। ଏହା ସହ ନିଜ ଶରୀରରୁ ନିଜ ଛାୟା ଅଲଗା ହେବା ମୃତ୍ୟୁର ସଙ୍କେତ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ ଛାୟା ସବୁବେଳେ ଆପଣଙ୍କ ସହିତ ଚାଲିଥାଏ କିନ୍ତୁ ମୃତ୍ୟୁ ସମୟରେ ଛାଇ ମଧ୍ୟ ଆପଣଙ୍କୁ ଛାଡ଼ିଦିଏ।

୩. ୩ଟି ଦୋଷ ଏକାସାଙ୍ଗରେ ହେବା-

ଯେତେବେଳେ ବଣିଷ ଶରୀରରେ ୩ଟି ଦୋଷ ଏକା ସମୟରେ ହୁଏ, ତେବେ ମଣିଷ ଶରୀର ଛାଡ଼ିବାର ସମୟ ଆସିଯାଇଛି ବୋଲି କୁହାଯାଏ। ହେଲେ ଏହି ୩ଟି ଦୋଷ କ’ଣ ବୋଲି ଆପଣ ଜାଣିଛନ୍ତି କି ?

ପଢ଼ନ୍ତୁ ପୂରା ଖବର:  ନିଆରା ପ୍ରେମ କାହାଣୀ; ଘରେ ମନା କଲେ ଥାନାରେ ବାହା ହେଲେ

ଏହି ୩ଟି ଦୋଷ ହେଉଛି- କଫ, ପିତ୍ତ ଓ ବାତ। ପାଣି, ତେଲ, ଘିଅ ଓ ଦର୍ପଣ ଆଦିରେ ନିଜର ଛବି ନଦେଖିପାରୁଥିବା ବ୍ୟକ୍ତି ଅତିକଷ୍ଟରେ ୬ ମାସ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି। ଯିଏ ଦିଗଗୁଡ଼ିକ ବୁଲୁଥିବାର ଦେଖିବାକୁ ପାଆନ୍ତ. ସେମାନଙ୍କର ମୃତ୍ୟୁ ଖୁବଶୀଘ୍ର ହେବାର ସମ୍ଭାବନା ରହିଛି।
Published by:Lipina Das
First published: