ବରବାଦ କରିଦେବ ବାସି ଚକଟା ଅଟା; କରନ୍ତୁ ନାହିଁ ଏହି ଭୁଲ୍‌ !

ବରବାଦ କରିଦେବ ବାସି ଚକଟା ଅଟା; କରନ୍ତୁ ନାହିଁ ଏହି ଭୁଲ୍‌ !

ବରବାଦ କରିଦେବ ବାସି ଚକଟା ଅଟା; କରନ୍ତୁ ନାହିଁ ଏହି ଭୁଲ୍‌ !

  • News18 Odia
  • Last Updated :
  • Other, India
  • Share this:
News18 Odia Digital

flour : ସମୟ ବଞ୍ଚାଇବା ପାଇଁ ବାସି ଚକଟା ବ୍ୟବହାର କରୁଥିଲେ ସାବଧାନ ! ଆପଣଙ୍କ ପୂରା ବରବାଦ କରି ଦେଇପାରେ ବାସି ଚକଟା ଅଟା । ଛୋଟ ଅବହେଳା ବଡ଼ ବିପଦକୁ ଆମନ୍ତ୍ରଣ ଦେବାର ଆଶଙ୍କା ରହିଛି । ଆମେ ଘରେ ସାଧାରଣତଃ ଅଟା ଚକଟି ଫ୍ରିଜ୍‌ରେ ରଖି ଦେଉ । ରୁଟି କଲାବେଳେ ତାକୁ ବାହାର କରି ବ୍ୟବହାର କରାଯାଏ । କିନ୍ତୁ ଏହି କାମ ଆପଣଙ୍କ ଜୀବନକୁ ନଷ୍ଟ କରିଦେଇପାରେ ।

ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଏହାକୁ ନେଇ ସତର୍କବାଣୀ ରହିଥିବା ବେଳେ ବାସ୍ତୁ ଶାସ୍ତ୍ର (vastu shastra)ରେ ରୋଷେଇ, ଖାଇବା ପିଇବା ପ୍ରକ୍ରିୟାକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ କୁହାଯାଇଛି । ଏହି ନିୟମର ପାଳନରେ ଅବହେଳା କଲେ ଜୀବନରେ ଅନେକ ବାଧା ସୃଷ୍ଟି ହୋଇଥାଏ । ଏହି ନିୟମ ରୋଷେଇ ଘର ସହ ଭୋଜନ ପ୍ରସ୍ତୁତି ପ୍ରକ୍ରିୟା ପାଇଁ ଲାଗୁ । ଏଥିପ୍ରତି ଧ୍ୟାନ ନରଖିଲେ ବାସ୍ତୁ ଦୋଷ ସମସ୍ୟା ସୃଷ୍ଟି ହୋଇଥାଏ। ପତି-ପତ୍ନୀଙ୍କ ମଧ୍ୟରେ କଳହ ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ।

ଅଟା ଚକଟିବା ସମୟରେ କେଉଁ ନିୟମର ପାଳନ କରିବା ଉଚିତ୍‌ ?

ବାସ୍ତୁ ଶାସ୍ତ୍ର ଅନୁସାରେ ଅଟା ଚକଟିବା ପରେ ଅଟା ଗୁଳା ପ୍ରସ୍ତୁତ କରିବା ପରେ ଏଥିରେ ଆଙ୍ଗୁଠିରେ ଚିହ୍ନ କରିବା ଉଚିତ । ଏପରି ନକଲେ ପିତୃଦୋଷ ସୃଷ୍ଟି ହୋଇଥାଏ । ଅଟା ଚକଟିବା ପରେ ବଳକା ପାଣି ସିଧାସଳଖ ପକାନ୍ତୁ ନାହିଁ। ଏହି ପାଣିକୁ ଗଛ ମୂଳରେ ଢାଳନ୍ତୁ କିମ୍ବା ଅନ୍ୟ କୌଣସି କାମରେ ବ୍ୟବହାର କରନ୍ତୁ । ଅଟା ଚକଟିବା ପରେ ତୁରନ୍ତ ରୁଟି ପ୍ରସ୍ତୁତ କରନ୍ତୁ । ଚକଟା ଅଟାକୁ ଅଧିକ ସମୟ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।

ବାସି ଚକଟା ଅଟାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ କି ?

ଚକଟା ଅଟାକୁ ଫ୍ରିଜରେ ରଖି ଏହାର ରୁଟିର ପ୍ରସ୍ତୁତ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଚକଟା ଅଟା ଖୋଲାରେ ଫ୍ରିଜ୍‌ ଭିତରେ ରଖିଲେ ଏଥିରେ ଜୀବାଣୁ (Bacteria) ମଧ୍ୟ ସୃଷ୍ଟି ହୋଇଥାଏ । ଯାହା ଫଳରେ ଫୁଡ୍‌ ପଏଜନ (Food poison) ସହ ଆପଣ ବିଭିନ୍ନ ପ୍ରକାର ରୋଗରେ ପଡ଼ିବାର ଆଶଙ୍କା ରହିଛି । ଯଦି କେବେ କେବେ କିଛି ସମୟ ପାଇଁ ଚକଟା ଅଟା ଫ୍ରିଜ୍‌ରେ ରଖୁଛନ୍ତି ତାହେଲେ ଏହାକୁ ଖୋଲା ରଖନ୍ତୁନି । ଏହାକୁ କୌଣସି ଭଲ କ୍ବାଲିଟିର ପ୍ଲାଷ୍ଟିକ ଡବା ଭିତରେ ରଖନ୍ତୁ ।

ତେବେ ବିଶେଷଜ୍ଞଙ୍କ ଅନୁସାରେ ଆବଶ୍ୟକ ଅନୁଯାୟୀ ହିଁ ଅଟା ଚକଟିବା ଉଚିତ । ଥରେ ରୁଟି ପ୍ରସ୍ତୁତ କରିବା ପରେ ବେଲଣା, ବେଲେଣା ପେଡି ଓ ତାୱାକୁ ଭଲ ଭାବେ ସଫା କରନ୍ତୁ। ନିୟମିତ ବ୍ୟବହାର ପରେ ଅନ୍ୟ ବାସନ ଭଳି ଏହାକୁ ମଧ୍ୟ ସଫା କରନ୍ତୁ। ନହେଲେ ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି, ଧନର ଅଭାବ ଦେଖା ଯାଇଥାଏ । ବାସ୍ତୁ ନିୟମ ଅନୁଯାୟୀ ଗାଧୋଇବା ପରେ ଯାଇ ପରେ ଅଟା ଚକଟିବା ଉଚିତ। ଅଟା ଚକଟା ପ୍ରସ୍ତୁତ କରିବା ପାଇଁ ତମ୍ବା ପାତ୍ରରେ ପାଣି ନେବା ଉଚିତ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ବାସ୍ତୁ ଦୋଷ କାରଣରୁ ପରିବାରରେ କଳହ ହୋଇଥାଏ। ତେଣୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଅଟା ଚକଟିବା ପରେ ଏହାକୁ ଢାଙ୍କି ରଖନ୍ତୁ। ଏହାକୁ ଖୋଲା ରଖିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ପଢନ୍ତୁ ଏହି ଖବର : Best Scheme: ଡାକଘରର ବଡ଼ ସ୍କିମ୍... ମାସକୁ ୧୨ ହଜାର ଜମା କରନ୍ତୁ; ମିଳିବ ୧ କୋଟି
Published by:Sujit Swain
First published: