AIIMSରେ ଚିକିତ୍ସିତ ୪ବର୍ଷର ଶିଶୁକୁ ଖାଦ୍ୟ ଦେଇଥିଲେ କର୍ମଚାରୀ; ବାହାରିଲା ଅସରପା

ଶିଶୁକୁ ଡାକ୍ତରଖାନା ପକ୍ଷରୁ ଦିଆଯାଇଥିବା ଖାଦ୍ୟରୁ ପରିବାର ଲୋକେ ଅସରପା ପାଇଥିବାର ଅଭିଯୋଗ ହୋଇଛି ।

AIIMSରେ ଚିକିତ୍ସିତ ୪ବର୍ଷର ଶିଶୁକୁ ଖାଦ୍ୟ ଦେଇଥିଲେ କର୍ମଚାରୀ; ବାହାରିଲା ଅସରପା

AIIMSରେ ଚିକିତ୍ସିତ ୪ବର୍ଷର ଶିଶୁକୁ ଖାଦ୍ୟ ଦେଇଥିଲେ କର୍ମଚାରୀ; ବାହାରିଲା ଅସରପା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତାକୁ ନେଇ ଆଉ ଏକ ବିବାଦ ଉପୁଜିଛି। ଜଣେ ଚାରି ବର୍ଷର ଶିଶୁ ଏଠାରେ ଚିକିତ୍ସିତ ହେଉଥିଲା । ଶିଶୁଟି ଗମ୍ଭୀର ପେଟ ଜନିତ ରୋଗରେ ଆକ୍ରାନ୍ତ। ଶିଶୁକୁ ଡାକ୍ତରଖାନା ପକ୍ଷରୁ ଦିଆଯାଇଥିବା ଖାଦ୍ୟରୁ ପରିବାର ଲୋକେ ଅସରପା ପାଇଥିବାର ଅଭିଯୋଗ ହୋଇଛି ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ନୋଏଡା ନିବାସୀ ଶିଶୁର ମା' କହିଛନ୍ତି ଯେ, 'ଅସ୍ତ୍ରୋପଚାର ପରେ ଡାକ୍ତରମାନେ ଆମ ଶିଶୁକୁ କେବଳ ତରଳ ଖାଦ୍ୟ ଦେବାକୁ କହିଥିଲେ । ତେଣୁ ମୁଁ କର୍ମଚାରୀମାନଙ୍କୁ ମୋତେ ଏକ ପାତ୍ରରେ ଡାଲି ଦେବାକୁ କହିଥିଲି । ଯେତେବେଳେ ମୁଁ ସେଥିରୁ ମୋ ପୁଅକୁ ଗୋଟେ ଥର ଖୁଆଇଲି, ସେତେବେଳେ ମୁଁ ଏକ ମୃତ ଅସରପାର କିଛି ଅଂଶ ପାଇଲି । ମୁଁ ମୋ ପୁଅକୁ କହିଲି ତୁରନ୍ତ ପାଟିରୁ ଖାଦ୍ୟକୁ ତଳେ ପକାଇବାକୁ । ସେ ତାଙ୍କର ପରିଚୟ ସାର୍ବଜନୀନ ନକରିବାକୁ ଅନୁରୋଧ କରିଛନ୍ତି ।

ଶିଶୁର ମାଆ କହିଛନ୍ତି ଯେ 'ମୁଁ ଏଠାରେ ଥିବା ଡାକ୍ତରମାନଙ୍କ ନିକଟରେ କୃତଜ୍ଞ । ସେ ଗତ ଦୁଇ ବର୍ଷରୁ ଆମ ପିଲାର ଚିକିତ୍ସା କରୁଛନ୍ତି । କିନ୍ତୁ ଡାକ୍ତରଖାନାରେ ଖାଦ୍ୟ ସାମଗ୍ରୀର ଗୁଣ ଅତ୍ୟନ୍ତ ଚିନ୍ତାର ବିଷୟ । ଘଟଣା ପରେ ମୁଁ ଭୟଭୀତ ହୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଲି । ସେମାନେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
Published by:Soubhagya Mishra
First published: