SSR Case: ସୁଶାନ୍ତ ସିଂ ରାଜପୁତ ମାମଲାରେ NCB ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଡ୍ରଗ୍ ଆଙ୍ଗଲ୍ ଓ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED) ଆର୍ଥିକ ଆଙ୍ଗଲରୁ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି । ଏନସିବି ସୋମବାର ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଆଠ ଘଣ୍ଟା ଧରି ପଚରାଉଚରା କରିଥିଲା ।

SSR Case: ସୁଶାନ୍ତ ସିଂ ରାଜପୁତ ମାମଲାରେ NCB ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା
ରିୟା ଚକ୍ରବର୍ତ୍ତୀ ଗିରଫ
  • News18 Odia
  • Last Updated: September 8, 2020, 4:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା NCB ମଙ୍ଗଳବାର ଦିନ ଅଭିନେତ୍ରୀ ତଥା ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ (Rhea Chakaraborty) କୁ ଗିରଫ କରିଛି । ସୂଚନା ଅନୁଯାୟୀ NCB ରିୟାଙ୍କୁ ଏନଡିପିଏସର ବିଭିନ୍ନ ଧାରାର ଅଧୀନରେ ଗିରଫ କରାଯାଇଛି । ଏନସିବି ସୂତ୍ରରୁ ପ୍ରକାଶ ଯେ ଡ୍ରଗ୍ସ ଗ୍ୟାଙ୍ଗକୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରିବା ପାଇଁ ତାଙ୍କୁ ରିୟାଙ୍କୁ କଷ୍ଟଡି ନେଇ ପଚରାଉଚରା କରିବ । ସୂତ୍ର ଏହା ମଧ୍ୟ କହିଛି ଯେ ଏହା ସମ୍ଭବ ଯେତେବେଳେ ରିୟାଙ୍କୁ ଅନ୍ୟ ଲୋକଙ୍କ ସହ ମୁହାଁମୁହିଁ କରାଯିବ ସେତେବେଳେ ସେ ଅଧିକ ସତ୍ୟ କହିପାରନ୍ତି ଏବଂ ତାଙ୍କୁ ଅନେକ ସ୍ଥାନକୁ ନେବା ଆବଶ୍ୟକ ପଡି ପାରେ ।

ଅଭିନେତ୍ରୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ନାର୍କୋଟିକ୍ସ ମାମଲାର ତଦନ୍ତ ପାଇଁ କ୍ରମାଗତ ତୃତୀୟ ଦିନ ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଙ୍ଗଳବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ରିୟା ପ୍ରାୟ 10:30 ସମୟରେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ ମୁମ୍ବାଇ ପୋଲିସର ଗାଡି ସେମାନଙ୍କ ସୁରକ୍ଷା ପାଇଁ କାର ସହିତ ଯାଉଥିଲା । ସୂଚନାଯୋଗ୍ୟ ଯେ ଏନସିବି ରିୟାଙ୍କୁ ରବିବାର ଛଅ ଘଣ୍ଟା ଓ  ସୋମବାର ଆଠ ଘଣ୍ଟା ପ୍ରଶ୍ନ ପଚାରିଥିଲା ।

ରିୟା ସହଯୋଗ କରୁଛନ୍ତି ବୋଲି ଏଜେନ୍ସି କହିଛି

ଏହା ପୂର୍ବରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ନିଶା କାରବାର ମାମଲାରେ 'ରିୟାଙ୍କ ସହଯୋଗ' ମିଳୁଛି ବୋଲି ଏଜେନ୍ସି କହିଛି । ଜୁନ୍ 14 ତାରିଖରେ 34 ବର୍ଷୀୟ ରାଜପୁତଙ୍କ ମୃତଦେହ ମୁମ୍ବାଇର ଉପକଣ୍ଠ ବାନ୍ଦ୍ରାସ୍ଥିତ ତାଙ୍କ ଫ୍ଲାଟରେ ମିଳିଥିଲା ।

ସୋମବାର ରିୟାଙ୍କୁ ପଚରାଉଚରା କରିବା ପରେ ଏନସିବି ଡେପୁଟି ଡାଇରେକ୍ଟର ଜେନେରାଲ ମୁଥା ଅଶୋକ ଜୈନ ଗଣମାଧ୍ୟମକୁ କହିଛନ୍ତି ଯେ ଏଜେନ୍ସି ଏହାର କାର୍ଯ୍ୟକୁ ଏକ ବୃତ୍ତିଗତ ତଥା ଶୃଙ୍ଖଳିତ ଭାବରେ କରୁଛି ଓ ଏହି ଘଟଣାରେ ପ୍ରକାଶ ପାଇଥିବା ତଥ୍ୟର ବିବରଣୀ କୋର୍ଟକୁ ଦେବ ।

ଗତ ସପ୍ତାହରେ ତିନି ଜଣଙ୍କୁ ଗିରଫ କରାଯାଇଛି

ଏଜେନ୍ସି କହିଛି ଯେ ସେ 28 ବର୍ଷୀୟା ରିୟାଙ୍କୁ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ ମିରାଣ୍ଡା, ଜଣେ ଗୃହରକ୍ଷୀ ଦୀପକ ସାୱନ୍ତଙ୍କ ସହ ପଚରାଉଚରା କରି ତାଙ୍କ ଭୂମିକା ଜାଣିବାକୁ ଚାଁହୁଛି ।

ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏନସିବି କହିଛି ଯେ ଏହା ମୋବାଇଲ୍ ଫୋନ୍ ଚାଟ୍ ରେକର୍ଡ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ତଥ୍ୟ ହାସଲ କରାଯାଇଛି ଯାହା ସୂଚାଇ ଦେଇଛି ଯେ ଏହି ଲୋକମାନେ କିଛି ନିଷିଦ୍ଧ ଡ୍ରଗ୍ସ  କିଣିଛନ୍ତି। ଗତ ସପ୍ତାହରେ ଏନସିବି ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଥିଲା।



ଏହାପୂର୍ବରୁ ରିୟାଙ୍କୁ ରାଜପୁତ ମୃତ୍ୟୁ ମାମଲାର ବିଭିନ୍ନ ଦିଗ ଅନୁସନ୍ଧାନ କରୁଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ଓ ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (CBI) ମଧ୍ୟ ପଚରାଉଚରା କରିଥିଲେ ।
Published by: Jagdish Barik
First published: September 8, 2020, 4:19 PM IST
corona virus btn
corona virus btn
Loading