News18 Odia Digital
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ପ୍ରାୟ ଅଢ଼େଇ ମାସ ହେବାକୁ ବସିଲାଣି । ଅଭିନେତାଙ୍କ ପରିବାର, ପ୍ରଶଂସକ, ସାଙ୍ଗମାନେ ସମସ୍ତେ ତାଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରୁଛନ୍ତି । ସିବିଆଇ (CBI) ଅନୁସନ୍ଧାନ ପରେ ଏହି ମାମଲାରେ ଅନେକ ମୋଡ଼ ଆସିଛି ଯାହା ଆଶ୍ଚର୍ଯ୍ୟଜନକ ଅଟେ । ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ଏକ ଭିଡିଓ ଜାରି କରି କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ (Rhea Chakraborty) ତାଙ୍କ ପୁଅର ହତ୍ୟାକାରୀ । ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ କହିଛି ଯେ ଏହା ଏକ ଆତ୍ମହତ୍ୟା ମାମଲା । କିନ୍ତୁ ବର୍ତ୍ତମାନ ଆଶ୍ଚର୍ଯ୍ୟଜନକ ବିବୃତ୍ତି କପୁର୍ ହସ୍ପିଟାଲର ଜଣେ କର୍ମଚାରୀ ଦେଇଛନ୍ତି ଯିଏ ସୁଶାନ୍ତଙ୍କ ମୃତଦେହକୁ ପ୍ରଥମେ ଡାକ୍ତରଖାନାକୁ ଓ ପରେ ପରେ ଶବଦାହକୁ ନେଇଥିଲେ । ଏହି ବ୍ୟକ୍ତି ଦାବି କରିଛନ୍ତି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ।
ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କ୍ରିତି(Shweta Singh Kriti) ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଡାକ୍ତରଖାନା କର୍ମଚାରୀ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରୁଛନ୍ତି । ଶ୍ୱେତା ଏକ ଘରୋଇ ଟିଭିକୁ ଦିଆଯାଇଥିବା ସାକ୍ଷାତକାରର କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସେହି ବ୍ୟକ୍ତି ସୁଶାନ୍ତଙ୍କ ଶବ ବିଷୟରେ ଅନେକ କଥା କହିଛନ୍ତି ।
ଭିଡିଓରେ ହସ୍ପିଟାଲର କର୍ମଚାରୀ କହୁଛନ୍ତି- 'ଆମେ ଜାଣିଥିଲୁ ଏହା ହତ୍ୟା । ଏହା ଏକ ହତ୍ୟା ଥିଲା ଓ ଯେଉଁ ସବୁ ଚିହ୍ନ ଥିଲା ତା' ମଧ୍ୟରୁ ଏକ ଛୁଞ୍ଚି ଫୋଡାହେବାର ଚିହ୍ନ ଥିଲା । ଏହି ଚିହ୍ନଗୁଡି଼କ ତାଙ୍କ ବେକରେ ଥିଲା । କର୍ମଚାରୀ କହିଛନ୍ତି ଯେ ବେକରେ ୧୫ କିମ୍ବା ୨୦ ଟି ଚିହ୍ନ ଥିଲା ଓ ବେକରେ କିଛି ସେଲୋ ଟେପ୍ ଲାଗିଥିଲା ।
ଭିଡିଓରେ ବ୍ୟକ୍ତି ଜଣକ ଦାବି କରୁଛନ୍ତି ଯେ ମୁଁ ଶବକୁ କପୁର୍ ହସ୍ପିଟାଲକୁ ଓ ପରେ ଶବଦାହକୁ ନେଇଥିଲି । ଡାକ୍ତରଖାନାରେ ରିୟା ଚକ୍ରବର୍ତ୍ତୀଙ୍କ ଆସିବାକୁ ମଧ୍ୟ ଏହି ବ୍ୟକ୍ତି ଜଣକ ସ୍ୱୀକାର କରିଛି । କର୍ମଚାରୀ କହିଛନ୍ତି ଯେ ଦୁଇ ଜଣ ମୋତେ କହିଥିଲେ ଯେ ତୁମେ ତାଙ୍କ ମୃତ ଶରୀର ଦେଖାଇ ପାରିବ । ତାପରେ ସେମାନେ ଆସି ଶବକୁ ଦେଖିଥିଲେ ଓ କ୍ଷମା ମାଗିଥିଲେ ।
ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ପରିବାର ପଚାରିଲା ‘କୋଠରୀ କାହିଁକି ସିଲ୍ କଲାନି ପୋଲିସ? ରଙ୍ଗ କାହିଁକି କରାଗଲା?’ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍ଡାକ୍ତରଖାନା କର୍ମଚାରୀ ଦାବି କରିଛନ୍ତି ଯେ ବଡ଼ ଡାକ୍ତରମାନେ ମଧ୍ୟ ଏହା ହତ୍ୟା ବୋଲି କହିଥିଲେ । ଏହା ଫାଶୀ ନୁହେଁ । କର୍ମଚାରୀ ଏହି ସାକ୍ଷାତକାରରେ କହିଛନ୍ତି ଯେ ଶରୀରକୁ ଦେଖି ଆମେ ଚିହ୍ନିଥାଉ, ଫାଶୀ ଦେହ ହଳଦିଆ ହେବ ନାହିଁ । ଶରୀରର ଅନେକ ସ୍ଥାନରେ ଚିହ୍ନ ରହିଥିଲା ଏବଂ ପାଦର ମଧ୍ୟ ଛୁଞ୍ଚି ଫୋଡାଯିବାର ଚିହ୍ନ ଥିଲା ।
ଏହି ଭିଡିଓ ସେୟାର କରି ସୁଶାନ୍ତଙ୍କ ଭଉଣୀ ଲେଖିଛନ୍ତି- ‘‘ହେ ଭଗବାନ !! ଏହିପରି ଖବର ଶୁଣି ମୋର ହୃଦୟ ଏକ ଲକ୍ଷ ଥର ଭାଙ୍ଗିଯାଉଛି ... ସେମାନେ ମୋ ଭାଇଙ୍କ ସହ କଣ କଲେ । ଦୟାକରି ସେମାନଙ୍କୁ ଗିରଫ କର । #ArrestCulpritsOfSSR’’
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।