SSR ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ

ସୁପ୍ରିମ କୋର୍ଟ ନିଜ ଆଦେଶରେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ(Sushant Singh Rajput) ମାମଲାର ସିବିଆଇ ତଦନ୍ତ କରିବ । କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ସରକାର ମଧ୍ୟ ସମ୍ବିଧାନ ବେଞ୍ଚରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ ।

SSR ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ
ଅଭିନେତା ସୁଶାନ୍ତ ସିଂ ରାଜପୁତ (ଫାଇଲ ଫଟୋ)
  • News18 Odia
  • Last Updated: August 19, 2020, 12:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ(Sushant Singh Rajput) ମୃତ୍ୟୁ ମାମଲାରେ ସୁପ୍ରିମ କୋର୍ଟ କହିଛନ୍ତି ଯେ ସିବିଆଇ ଏହି ମାମଲାର ତଦନ୍ତ କରିବ । ଏହି ମାମଲାରେ ସମସ୍ତ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ନିଜ ବିରୁଦ୍ଧରେ ହୋଇଥିବା ପାଟନାରେ ଏଫ୍ଆଇଆରକୁ ମୁମ୍ବାଇ ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିମ କୋର୍ଟରେ ଏକ ଆବେଦନ କରିଥିଲେ । ଏହାକୁ ସୁପ୍ରିମ କୋର୍ଟ ଖାରଜ କରି ଏହି ଘଟଣାର ତଦନ୍ତ କରିବାକୁ ସିବିଆଇକୁ ଅନୁମତି ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତି ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସକୁ ଏକ ବଡ଼ ଝଟକା ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ସରକାର ମଧ୍ୟ ସମ୍ବିଧାନ ବେଞ୍ଚରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ ।

ଅଗଷ୍ଟ ୧୧ ରେ ସୁଶାନ୍ତ ମାମଲାରେ ଶୁଣାଣି ଶେଷ କରିବା ପରେ କୋର୍ଟ ଏହି ଆଦେଶ ସଂରକ୍ଷଣ କରିଥିଲେ । ଶୁଣାଣି କରୁଥିବା ଜଷ୍ଟିସ୍ ହୃଷିକେଶ ରାୟ ସମସ୍ତ ପକ୍ଷଙ୍କୁ ୧୩ ଅଗଷ୍ଟ ସୁଦ୍ଧା ସେମାନଙ୍କ ଯୁକ୍ତି ଉପରେ ସଂକ୍ଷିପ୍ତ ଲିଖିତ ନୋଟ୍ ଦାଖଲ କରିବାକୁ ଅନୁମତି ଦେଇଥିଲେ । ସମସ୍ତ ପକ୍ଷ ୧୩ ଅଗଷ୍ଟରେ ନିଜର ଉତ୍ତର ଦାଖଲ କରିଥିଲେ । ଯାହା ପରେ ଆଜି କୋର୍ଟ ଏହାର ରାୟ ଦେଇଛନ୍ତି । ସୂଚନାନୁସାରେ, ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପରେ ସିବିଆଇର ଏସଆଇଟି ଟିମ୍ ବର୍ତ୍ତମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ ।

ସୁଶାନ୍ତଙ୍କ ପିତା ଏଫଆଇଆର ଦ୍ୱାରା ରିୟାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି

ମହାରାଷ୍ଟ୍ର ସରକାର ଓ ରିୟା ଚକ୍ରବର୍ତ୍ତୀ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆରକୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି । ସୁଶାନ୍ତଙ୍କ ପିତା ଓ ବିହାର ସରକାର ଏହାକୁ ବିରୋଧ କରିଛନ୍ତି । ସୁଶାନ୍ତଙ୍କ ବାପାଙ୍କ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆରରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ଏକ କେସ୍ ରୁଜୁ କରି କହିଛନ୍ତି ଯେ ରିୟାଙ୍କ ପରିବାର ବର୍ଷକ ଭିତରେ ସୁଶାନ୍ତଙ୍କ ଠାରୁ ସାଢ଼େ ୧୪ କୋଟି ଟଙ୍କା ନେଇଥିଲେ ଓ ରିୟା ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ । ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ପୂର୍ବରୁ ବିହାର ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରିଥିଲେ । ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।

ଏଥିସହ ପାଟନାରେ ସୁଶାନ୍ତଙ୍କ ପିତା କେ.କେ ସିଂଙ୍କ ଦ୍ୱାରା ଦିଆଯାଇଥିବା ଏଫଆଇଆର ଆଧାରରେ ସିବିଆଇ ଏକ ମାମଲା ରୁଜୁ କରିଛି । ତେବେ ମହାରାଷ୍ଟ୍ର ସରକାର ଏହାକୁ ବିରୋଧ କରି କହିଛି ଯେ ମୁମ୍ବାଇ ପୋଲିସ ଏହି ତଦନ୍ତ କରିବା ଉଚିତ ।

ରିୟା ମଧ୍ୟ ଲିଖିତ ଯୁକ୍ତି ଦେଇଥିଲେ

ଲିଖିତ ଯୁକ୍ତି ମଧ୍ୟ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା । ଏଥିରେ କୁହାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କର କୌଣସି ସମ୍ପର୍କ ନାହିଁ । ପାଟନାରେ ଦାଖଲ ହୋଇଥିବା ମାମଲା ଭୁଲ ଅଟେ । ଏହା ବିହାର ପୋଲିସର ଅଧିକାର ନୁହେଁ ତେଣୁ ମାମଲା ସିବିଆଇକୁ ହସ୍ତାନ୍ତର କରିବା ମଧ୍ୟ ଠିକ୍ ନୁହେଁ । ତାଙ୍କ ଲିଖିତ ଆବେଦନରେ ଏହା ମଧ୍ୟ ରିୟାଙ୍କ ପକ୍ଷରୁ କୁହାଯାଇଛି ଯେ ବିହାର ପୋଲିସ ଏଫ୍ଆଇଆର୍ ଦାଖଲ କରି ସିବିଆଇକୁ ଦେବା ପ୍ରକ୍ରିୟା ସବୁ ବିନା ବିଚାରରେ ଘଟିଛି । ଏହି ମାମଲାରେ ମୁମ୍ବାଇକୁ ସ୍ଥାନାନ୍ତର କରାଯିବା ଉଚିତ ।

ଇଡି ଦ୍ୱିତୀୟ ଥର ପାଇଁ ରିୟାଙ୍କୁ ସମନ ପଠାଇବ
ଏହି ସମୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ED) ଦ୍ୱିତୀୟ ଥର ପାଇଁ ରିୟାଙ୍କୁ ସମନ ପଠାଇବ । ଇଡି ଏପର୍ଯ୍ୟନ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଦୁଇଥର, ତାଙ୍କ ଭାଇ ଶୋଭିକଙ୍କୁ ତିନିଥର, ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀଙ୍କୁ ଦୁଇଥର ଓ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନିଙ୍କୁ ଦୁଇଥର ଡ଼କାଇ ପଚରା ଉଚୁରା କରିସାରିଛି । ଏପର୍ଯ୍ୟନ୍ତ ଇଡି ୧୩ ଜଣଙ୍କ ବିବୃତ୍ତି ରେକର୍ଡ କରିଛି । ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପରେ ସୁଶାନ୍ତଙ୍କ ମାମଲାର ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁନର୍ବାର ସମନ ପଠାଇବ ।

ସିବିଆଇ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଉ ବୋଲି ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ ଓ ପରିବାର ନିରନ୍ତର ଦାବି କରୁଛନ୍ତି । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ #GlobalPrayers4SSR ର ଅଧୀନରେ ବିଦେଶରେ ରହୁଥିବା ଭାରତୀୟମାନେ ମଧ୍ୟ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି । କୋର୍ଟଙ୍କ ରାୟ ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ମହାଭାରତର ଚିତ୍ର ସହିତ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି- ''ଆମକୁ ଅନ୍ଧକାରରୁ ଆଲୋକକୁ ନେଇଯାଅ ! ଆଶ୍ରୟ ।'' #GlobalPrayers4SSR #Godiswithus.
Published by: Jagdish Barik
First published: August 19, 2020, 12:50 PM IST
corona virus btn
corona virus btn
Loading