SSR Case: CBI ହତ୍ୟା ଆଙ୍ଗଲକୁ କଲା ଅସ୍ୱୀକାର; ଖୁବ୍ ଶୀଘ୍ର ଦେବ ଏହାର ଶେଷ ରିପୋର୍ଟ-ସୂତ୍ର

ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput death case) ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ତଦନ୍ତ ଶେଷ ହୋଇଛି ଓ ସେ କିଛି ଦିନ ମଧ୍ୟରେ ବିହାର କୋର୍ଟରେ ନିଜର ଶେଷ ରିପୋର୍ଟ ଉପସ୍ଥାପନ କରିପାରେ । ଏହି ସମଗ୍ର ମାମଲାରେ ସିବିଆଇକୁ କୌଣସି ସ୍ଥାନରେ ଗଡ଼ବଡ଼ ଦେଖିବାକୁ ମିଳି ନାହିଁ ।

SSR Case: CBI ହତ୍ୟା ଆଙ୍ଗଲକୁ କଲା ଅସ୍ୱୀକାର; ଖୁବ୍ ଶୀଘ୍ର ଦେବ ଏହାର ଶେଷ ରିପୋର୍ଟ-ସୂତ୍ର
ସୁଶାନ୍ତ ସିଂ ରାଜପୁତ (ଫାଇଲ ଫଟୋ)
  • News18 Odia
  • Last Updated: October 15, 2020, 5:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput death case) ମୃତ୍ୟୁ ହେବାର ପାଞ୍ଚ ମାସ ବିତିଗଲାଣି । ୧୪ ଜୁନରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଘରେ ମିଳିଥିଲା । ଏହି ପ୍ରସଙ୍ଗରେ ଏକ ତାଜା ଖବର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଖୁବ୍ ଶୀଘ୍ର ସମଗ୍ର ମାମଲାର ତଦନ୍ତ ବନ୍ଦ କରି ଏହାର ଶେଷ ରିପୋର୍ଟ ଦାଖଲ କରିପାରେ । ସୂଚନାନୁସାରେ ସୁଶାନ୍ତଙ୍କ ମୃତ୍ୟୁରେ କୌଣସି ପ୍ରକାର ଗଡ଼ବଡ଼କୁ ସିବିଆଇ ଅସ୍ୱୀକାର କରିଛି ।

ଜି ନ୍ୟୁଜ୍ ସୂତ୍ରରୁ ପ୍ରକାଶ ଯେ ଏହି ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ (SIT) ଏହାର ତଦନ୍ତ ଶେଷ କରିଛି ଓ କିଛି ଦିନ ମଧ୍ୟରେ ବିହାର କୋର୍ଟରେ ଏହାର ଶେଷ ରିପୋର୍ଟ ଉପସ୍ଥାପନ କରିବାକୁ ଯାଉଛି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ଏହି ମାମଲାରେ ସିବିଆଇ କୌଣସି ଗଡ଼ବଡ଼ ହୋଇଥିବା ସନ୍ଦେହ କରୁନାହିଁ । ଖୁବ ଶୀଘ୍ର ବିହାର କୋର୍ଟରେ ଏହାର ଶେଷ ରିପୋର୍ଟ ଉପସ୍ଥାପନ କରିବ ।

କିଛି ଦିନ ପୂର୍ବରୁ ଅଲ୍ ଇଣ୍ଡିଆ ମେଡିକାଲ ସାଇନ୍ସ (AIIMS) ଫୋରେନ୍ସିକ୍ ମେଡିକାଲ୍ ବୋର୍ଡ ମଧ୍ୟ ସୁଶାନ୍ତଙ୍କ ଅଟୋସ୍ପି ରିପୋର୍ଟ ଯାଞ୍ଚ ଏଜେନ୍ସିରେ ଦାଖଲ କରିଥିଲା ।ଯେଉଁଥିରେ ସେ ସୁଶାନ୍ତଙ୍କ ମୃତ୍ୟୁରେ ହତ୍ୟା ଆଙ୍ଗଲକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲା ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଲିଭ-ଇନ୍ ପାର୍ଟନର ରିୟା ଚକ୍ରବର୍ତ୍ତୀକୁ ଏନସିବି ଦ୍ୱାରା ଗିରଫ ହୋଇଥିଲେ ଓ ରିୟାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସୁଶାନ୍ତଙ୍କ ପିତାଙ୍କ ଦ୍ୱାରା ରିୟା ଓ ତାଙ୍କ ପରିବାର ବିରୁଦ୍ଧରେ ମାମଲା ବିହାର ପୋଲିସ ଠାରେ ବୁକ୍ କରାଯାଇଥିଲା । ଯେଉଁଥିରେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରାଇବାକୁ ପବର୍ତ୍ତାଇ ଥିବା ଅଭିଯୋଗ ହୋଇଥିଲା ।
Published by: Jagdish Barik
First published: October 15, 2020, 5:31 PM IST
corona virus btn
corona virus btn
Loading