ଶ୍ରୀନଗର: ମେହବୁବାଙ୍କ ବିବୃତ୍ତିକୁ ନେଇ ଉତ୍ତେଜନା; ତ୍ରିରଙ୍ଗା ଉଡ଼ାଇବା ପାଇଁ ଲାଲ ଚୌକରେ ପହଞ୍ଚିଲେ BJP କର୍ମୀ

Mehbooba Mufti Statement on Tiranga: ମେହବୁବାଙ୍କ ବିବୃତ୍ତିକୁ ବିରୋଧ କରିବାକୁ ଯାଇ ବିଜେପି ସୋମବାର ଦିନ ଶ୍ରୀନଗରରୁ କୁପୱାଡ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି ବାହାର କରିଛି । କୁପୱାରାର ବିଜେପି କର୍ମୀମାନେ ଶ୍ରୀନଗରର ପ୍ରସିଦ୍ଧ ଲାଲ ଚୌକରେ ପହଞ୍ଚିଥିଲେ ଓ ତ୍ରିରଙ୍ଗା ଉଡ଼ାଇବାକୁ ଚେଷ୍ଟା କରିଥିଲେ ।

ଶ୍ରୀନଗର: ମେହବୁବାଙ୍କ ବିବୃତ୍ତିକୁ ନେଇ ଉତ୍ତେଜନା; ତ୍ରିରଙ୍ଗା ଉଡ଼ାଇବା ପାଇଁ ଲାଲ ଚୌକରେ ପହଞ୍ଚିଲେ BJP କର୍ମୀ
(ଫଟୋ ସୌଜନ୍ୟ - PTI)
  • News18 Odia
  • Last Updated: October 26, 2020, 10:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଶ୍ରୀନଗର: ଜମ୍ମୁ କାଶ୍ମୀରର (Jammu Kashmir) ପୂର୍ବତନ ମୁଖ୍ୟ ମନ୍ତ୍ରୀ ମେହବୁବା ମୁଫତିଙ୍କ (Mehbooba Mufti) ତ୍ରିରଙ୍ଗା ଉପରେ ବିବୃତ୍ତିକୁ ନେଇ ହଙ୍ଗାମା ଲାଗି ରହିଛ । ମେହବୁବାଙ୍କ ଏହି ବିବୃତ୍ତି ଉପରେ ବିଜେପି ଆକ୍ରମଣାତ୍ମକ ହୋଇଛି । ମେହବୁବାଙ୍କ ବିବୃତ୍ତିକୁ ବିରୋଧ କରି ସୋମବାର ବିଜେପି ଶ୍ରୀନଗରରୁ କୁପୱାର ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି ବାହାର କରିଛି । ଏଥି ସହିତ କୁପୱାରାର ବିଜେପି କର୍ମୀମାନେ ଶ୍ରୀନଗରର ପ୍ରସିଦ୍ଧ ଲାଲ ଚୌକରେ ପହଞ୍ଚିଥିଲେ ଓ ତ୍ରିରଙ୍ଗା ଉଡ଼ାଇବାକୁ ଚେଷ୍ଟା କରିଥିଲେ ।

ଯଦିଓ ଏହି ସମୟରେ ବିଜେପି କର୍ମୀଙ୍କୁ ପୋଲିସ ଧରିନେଇଥିଲା ​​ଓ ଏହା ସହ ୪ ଜଣ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି । ନିକଟରେ ମେହବୁବା ମୁଫତି କହିଥିଲେ ଯେ କାଶ୍ମୀରରେ ଧାରା ୩୭୦ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଓ ଜମ୍ମୁ କାଶ୍ମୀରର ପତାକା ନ ଫେରିବା ପର୍ଯ୍ୟନ୍ତ ସେ ତ୍ରିରଙ୍ଗା ଧରିବେ ନାହିଁ ।

ABVP କର୍ମୀମାନେ ପିଡିପି କାର୍ଯ୍ୟାଳୟ ବାହାରେ ସ୍ଲୋଗାନ ଦେଇଥିଲେ
ଏହାପୂର୍ବରୁ ରବିବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର (ABVP) କାର୍ଯ୍ୟକର୍ତ୍ତାମାନେ ଜମ୍ମୁରେ ଥିବା ପିଡିପି କାର୍ଯ୍ୟାଳୟ ବାହାରେ ମେହବୁବା ମୁଫତିଙ୍କ ବିରୋଧରେ ଜାତୀୟ ପତାକା ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ବିରୋଧ କରିଥିଲେ । ଏହା ପ୍ରଦର୍ଶନର ଦ୍ୱିତୀୟ ଦିନ ଥିଲା । ଜମ୍ମୁର ପିଡିପି କାର୍ଯ୍ୟାଳୟରେ କିଛି ଯୁବକ ତ୍ରିରଙ୍ଗାକୁ ଉଡ଼ାଇଥିଲେ । ଏହି ସମୟ ମଧ୍ୟରେ ମେହବୁବା ମୁଫତିଙ୍କ ବିରୋଧରେ ତୀବ୍ର ସ୍ଲୋଗାନ ମଧ୍ୟ ଦିଆଯାଇଥିଲା ।

କ’ଣ କହିଥିଲେ ମେହବୁବା ମୁଫତି?
ପ୍ରକୃତରେ ମୁକ୍ତ ହେବା ପରେ ମେହବୁବା ମୁଫତି ଘୋଷଣା କରିଛନ୍ତି ଯେ ମୁଁ ଜମ୍ମୁ କାଶ୍ମୀର ପତାକା ବ୍ୟତୀତ ଅନ୍ୟ କୌଣସି ପତାକା ଉତ୍ତୋଳନ କରିବି ନାହିଁ । ମେହବୁବା ମୁଫତି କହିଛନ୍ତି ଯେ ଯେତେବେଳେ ଆମର ଏହି ପତାକା ଫେରି ଆସିବ, ସେତେବଳେ ଆମେ ଏହି (ତ୍ରିରଙ୍ଗା) ପତାକା ମଧ୍ୟ ଉଠାଇବୁ। କିନ୍ତୁ ଯେପର୍ଯ୍ୟନ୍ତ ଆମର ନିଜ ପତାକା, ଯାହା ଡକାୟତମାନଙ୍କ ଦ୍ୱାରା ନିଆଯାଇଛି, ସେପର୍ଯ୍ୟନ୍ତ ଆମେ ଅନ୍ୟ କୌଣସି ପତାକା ନିଜ ହାତରେ ଉଠାଇବୁ ନାହିଁ । ପୂର୍ବତନ ସିଏମ୍ କହିଛନ୍ତି ଯେ ସେହି ପତାକା ଆମର ଆଇନର ଅଂଶ ଓ ଏହା ଆମର ପତାକା । ସେହି ପତାକା ଆମର ଏହି ପତାକା ସହିତ ସମ୍ପର୍କ ସ୍ଥାପନ କରିଛି ।

ଜମ୍ମୁ କାଶ୍ମୀରରେ ପିଡିପି, ନ୍ୟାସନାଲ କନଫରେନ୍ସ ସମେତ ଅନେକ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲି ପୁର୍ନବାର ଧାରା ୩୭୦ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ଏଥିପାଇଁ ସମସ୍ତ ପକ୍ଷ ଏକ ଗୁପ୍ତ ଚୁକ୍ତି କରିଛନ୍ତି ।
Published by: Jagdish Barik
First published: October 26, 2020, 10:48 AM IST
corona virus btn
corona virus btn
Loading