News18 Odia Digital
ଶ୍ରୀନଗର: ସ୍ୱାଧୀନତା ଦିବସ ତଥା ଅଗଷ୍ଟ ୧୫କୁ ଆଉ କିଛି ଦିନ ବାକି ଅଛି, କିନ୍ତୁ ଏବେ ଠାରୁ ଦେଶରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଜାମ୍ମୁ-କାଶ୍ମୀରରେ ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। ଏଠାରେ ଶ୍ରୀନଗରର ଲାଲ ଚୌକ୍ କ୍ଲକ୍ ଟାୱାର୍ (Lal Chowk Tower) ତ୍ରିରଙ୍ଗର ଆଲୋକରେ ସଜାଯାଇଛ । ଲାଲ ଚକରେ ପତକା ଉତ୍ତୋଳନକୁ ନେଇ ବିବାଦ ଦେଖାଦେଇଥିଲା, କିନ୍ତୁ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି।
ତ୍ରିରଙ୍ଗା ଆଲୋକରେ ଆଲୋକିତ ହୋଇଥିବା ଲାଲ ଚୌକ୍ କ୍ଲକ୍ ଟାୱାରର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି। ଏହି ଫଟୋ ଶେୟାର କରି ଶ୍ରୀନଗରର ମେୟର ଲେଖିଛନ୍ତି, ‘‘ସ୍ୱାଧୀନତା ଦିବସ ପୂର୍ବରୁ, ଆମେ ଲାଲ ଚୌକରେ ଥିବା କ୍ଲକ୍ ଟାୱାରକୁ ତ୍ରିରଙ୍ଗରେ ଆଲୋକିତ କରିଛୁ । ନୂଆ ଘଣ୍ଟା ଲଗାଯାଇଛି । ଶ୍ରୀନଗର ମ୍ୟୁନିସିପାଲିଟି କର୍ପୋରେସନ ଏକ ଭଲ କାମ କରିଛି ।’’
ଏଥି ସହ ବିଜେପି ନେତା ତେଜିନ୍ଦର ପାଲ ସିଂ ବାଗ୍ଗା ଲେଖିଛନ୍ତି ଯେ ସେମାନେ କହୁଥିଲେ ଲାଲ ଚୌକରେ ତ୍ରିରଙ୍ଗକୁ ଲଗାଇବାକୁ ଦେବେ ନାହିଁ, ମୁଖ୍ୟ ମନ୍ତ୍ରୀ ମୋଦି ଲାଲ ଚକରେ ତ୍ରିରଙ୍ଗା ହି ତିଆରି କରିଦେଲେ ।
୧୯୯୨ରେ ଲାଲ ଚକରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲାଶ୍ରୀନଗରର ଲାଲ ଚୌକ୍ କ୍ଲକ୍ ଟାୱାର ନିଜସ୍ୱ ଗୁରୁତ୍ୱ ରହିଛି । ଏଠାରେ ୧୯୯୨ରେ ବିଜେପି ନେତା ମୁରଲୀ ମନୋହର ଯୋଶୀ ତତ୍କାଳୀନ ଏକତା ଯାତ୍ରା ସଂଯୋଜକ ନରେନ୍ଦ୍ର ମୋଦିଙ୍କ ସହ ତ୍ରିରଙ୍ଗା ଉଡ଼ାଇଥିଲେ। ମନୋହର ଯୋଶୀ ସେତେବେଳେ ବିଜେପିର ସଭାପତି ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।